Posted inUncategorized

ଚୁପ୍‌ଚାପ୍‌ ଜସପ୍ରିତ ବୁମ୍‌ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍‌ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍‌ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍‌ରୁ ବାଦ୍‌ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି। ଏଥିରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌(ଅପ୍‌ଡେଟେଡ୍‌) ଘୋଷଣା କରାଯାଇଛି। ଏଥିରେ ବୁମ୍‌ରାଙ୍କ ନାମ ନ ଥିବା ଦେଖାଯାଇଛି।

ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଏହା ପୂର୍ବରୁ ବିସିସିଆଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବୁମ୍‌ରା କେବଳ ନାଗପୁରରେ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆରେ ଭାଗ ନେବେ ନାହିଁ, କେବଳ ଅନ୍ତିମ ଦିନିକିଆ ଲାଗି ଉପଲବ୍ଧ ରହିବେ।

ବୁମ୍‌ରା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିଡନୀ ଟେଷ୍ଟ ସମୟରେ ପିଠିରେ ଯନ୍ତ୍ରଣା କାରଣରୁ ଆହତ ହୋଇଥିଲେ। ସେବେଠାରୁ ତାଙ୍କ ଫିଟ୍‌ନେସ୍‌କୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ମଙ୍ଗଳବାର ଅପରାହ୍ନରେ ବିସିସିଆଇ ତାଙ୍କୁ ଆଧିକାରୀକ ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରିବାର ସୂଚନା ଦିଆଯାଇଥିଲା। ଏଯାବତ ବିସିସିଆଇ ବୁମ୍‌ରାଙ୍କ ଆଘାତ ଅଥବା ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ଦଳରେ ଅନୁପସ୍ଥିତି ଲାଗି ଆଧିକାରୀକ ଭାବେ ଅପ୍‌ଡେଟ୍‌ ଦେଇନାହିଁ।

ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ ବୁମ୍‌ରାଙ୍କ ନାମ ନ ଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। କାରଣ ବୁମ୍‌ରା ପୂର୍ବରୁ ଏନ୍‌ସିଏରେ ପହଞ୍ଚି ସାରିଛନ୍ତି। ସେ କିଛି ଦିନ ଲାଗି ବାଙ୍ଗାଲୋରରେ ରହିବେ। ଏନ୍‌ସିଏରୁ ସବୁଜ ସଙ୍କେତ ମିଳିବା ପରେ ସେ ଫେରିବେ।

ଏହା ପୂର୍ବରୁ ଜାନୁଆରୀରେ ଚାମ୍ପିଅନ୍ସ ଟ୍ରଫି ଟିମ୍‌ ଘୋଷଣା ସମୟରେ ଅଜିତ ଅଗରକର ବୁମ୍‌ରାଙ୍କ ଆଘାତ ନେଇ ସ୍ପଷ୍ଟ ସୂଚନା ଦେଇ ନ ଥିଲେ। ହେଲେ ଦ୍ରୁତ ବୋଲରଙ୍କୁ ୫ ସପ୍ତାହ ଲାଗି ଆରାମ କରିବାକୁ କୁହାଯାଇଥିବା ଖୁଲାସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri