Posted inଖେଳ

ବୁମ୍‌ରା ଦେଲେ ପ୍ରାରମ୍ଭିକ ଝଟ୍‌କା

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଭାରତ ଅଲଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସିଥିଲା। ଘରୋଇ ଦଳକୁ ମଧ୍ୟ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଭାରତୀୟ ବୋଲର ଜଶପ୍ରୀତ ବୁମ୍‌ରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ୧୬ ରନ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ଉଇକେଟ ପଡିଥିଲା। ମାଥ୍ୟୁ ଓ୍ବେଡ୍‌ ୮ ରନ୍‌ କରି ବୁମ୍‌ରାଙ୍କ ଶିକାର ହୋଇଥିଲେ। ସେହିପରି ଜୋ ବର୍ଣ୍ଣସ ମଧ୍ୟ ବୁମ୍‌ରାଙ୍କ ଶିକାର ହୋଇଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଅଷ୍ଟ୍ରେଲିଆ ୨ ଉଇକେଟ୍‌ ହରାଇ ୩୫ରନ୍‌ କରିଛି। ଦ୍ୱିତୀୟ ଦିନ ମାତ୍ର ୧୧ରନ୍‌ ଯୋଡିି ଭାରତୀୟ ଦଳ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ୍‌ର ପାଳି ଖେଳିଥିଲେ। ସେହିପରି ରାହାଣେ ୪୨, ଚେତେଶ୍ୱର ପୂଜାରା ୪୩ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଉଇକେଟ ଏବଂ କୁମିନ୍ସ ୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ପଜିଟିଭ ପରେ ନେଗେଟିଭ ଆସିଲା ଏହି ଖେଳାଳିଙ୍କ କରୋନା ରିପୋର୍ଟ

କାରଚୀ,୨୪।୬(ପି.ଟି.): ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ବୋଲି ଜଣାପଡିଛନ୍ତି। ତେବେ ଗୋଟିଏ ଦିନ...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ...

ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ...

ଧୋନୀ ତାଙ୍କ ଅନୁପସ୍ଥିତିରେ ସିଏସ୍‌କେ ପାଇଁ ତୃତୀୟ ସ୍ଥାନରେ ଖେଳନ୍ତୁ: ରାଇନା

ନୂଆଦିଲ୍ଲୀ,୫।୯: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖେଳରୁ ଓହରିଥିବା ବେଳେ...

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ...

ଟି୨୦ରେ ରୋହିତଙ୍କ ରେକର୍ଡ

ଲକ୍ଷ୍ନୌ,୨୫।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ...

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ...

ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ...

Advertisement
Archives

Model This Week