Posted inଖେଳ

ଭାରତୀୟ ଟିମ୍‌ ପାଇଁ ଖୁସି ଖବର, ଆଫଗାନିସ୍ତାନ ସିରିଜରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଖୁସି ଖବର। ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ସେ ଖେଳୁଥିବାର ନଜର ଆସିବେ। ସୋମବାର ବିସିସିଆଇ (BCCI) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାମ ଆଣ୍ଠୁରେ ଆଘାତ ଯୋଗୁ ଜୁଲାଇରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରଠାରୁ ବୁମରା ଖେଳି ନ ଥିଲେ। ଫିଟନେସ୍ କ୍ଲିୟରାନ୍ସ ଆଧାରରେ ତାଙ୍କୁ ଦଳରେ ରଖାଯାଇଥିଲା ଏବଂ ଏବେ ମେଡିକାଲ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଛି।

ଅନ୍ୟପଟେ ଦ୍ରୁତ ବୋଲର ହର୍ଷିତ ରାଣା ଆହତ ସମସ୍ୟା ଯୋଗୁ ଦଳରୁ ବାଦ୍ ପଡ଼ିଛନ୍ତି। ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ରେ ସେ ରିହ୍ୟାବ୍ କରୁଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବେଳେ ସେପ୍ଟେମ୍ବର ୭ରେ ମ୍ୟାଚ୍ ସିମୁଲେସନ୍ ସମୟରେ ବୋଲିଂ କରୁଥିବା ବେଳେ ତାଙ୍କ ଜଙ୍ଘ ମାଂସପେଶୀରେ ଟାଣ ଧରିଥିଲା। ଏହି କାରଣରୁ ସେ ଆଫଗାନିସ୍ତାନ ସିରିଜ୍ ସହ ୨୦୨୬ ଏସୀୟ କ୍ରୀଡ଼ାରୁ (Asian Games) ମଧ୍ୟ ବାଦ୍ ପଡ଼ିଛନ୍ତି।

ହର୍ଷିତ ରାଣାଙ୍କ ସ୍ଥାନରେ ୨୭ ବର୍ଷୀୟ ଦ୍ରୁତ ବୋଲର ୟଶ ଠାକୁରଙ୍କୁ ସୁଯୋଗ ମିଳିଛି। ୟଶ ଚଳିତ ବର୍ଷ ଜୁଲାଇରେ ଜିମ୍ବାୱେ ଗସ୍ତରେ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ ଏବଂ ୨ଟି ମ୍ୟାଚ୍‌ରେ ୪ଟି ୱିକେଟ୍ ନେଇଥିଲେ। ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାଙ୍କର ରେକର୍ଡ ବେଶ୍ ଚମତ୍କାର ରହିଛି, ଯେଉଁଠି ସେ ୫୦ଟି ମ୍ୟାଚ୍‌ରେ ୭.୦୪ ଇକୋନୋମିରେ ୮୧ଟି ୱିକେଟ୍ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଫ୍ୟାନ୍ସଙ୍କ ପାଇଁ ବଡ଼ ଆଶ୍ୱାସନା ଆଣିଦେଇଛି। ତାଙ୍କ ବ୍ୟତୀତ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ମେଡିକାଲ ଟିମ୍ ଖେଳିବା ପାଇଁ ସବୁଜ ସଙ୍କେତ ଦେଇଛି।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୩, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୫ ଏବଂ ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ସିରିଜ୍ ଶେଷ ହେବା ପରେ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ଭାଗ ନେବ, ଯେଉଁଠାରେ ଦଳ ସେପ୍ଟେମ୍ବର ୨୮ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ତା’ ପୂର୍ବରୁ ସେପ୍ଟେମ୍ବର ୨୨ରେ ଟିମ୍ ଇଣ୍ଡିଆ ଜାପାନ ବିପକ୍ଷରେ ଗୋଟିଏ ୱାର୍ମ-ଅପ୍ (ଅଭ୍ୟାସ) ମ୍ୟାଚ୍ ଖେଳିବ।

ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ (Updated Squad):

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍, ଇଶାନ କିଷାନ, ତିଲକ ବର୍ମା (ସହ-ଅଧିନାୟକ), ଶିବମ୍ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ୟଶ ଠାକୁର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ…

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?