Posted inଖେଳ

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ଉଇକେଟ ନେଇଥିଲେ। ସେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଦିନିକିଆରେ ବୋଲର ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ବୁମରା ପାଞ୍ଚଟି ସ୍ଥାନ ହାସଲ କରିଛନ୍ତି।
ଟି-୨୦ ସିରିଜର ଶେଷ ମ୍ୟାଚରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଆସିଛନ୍ତି। ଟି-୨୦ର ଶ୍ରେଷ୍ଠ ୧୦ରେ ଭୁବନେଶ୍ୱର କୁମାର ଏକମାତ୍ର ଭାରତୀୟ ବୋଲର ଭାବେ ଅଛନ୍ତି।
ବୋଲରଙ୍କ ଦିନିକିଆ ମାନ୍ୟତାରେ ବୁମରା ପ୍ରଥମ ସ୍ଥାନ ପରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପାକିସ୍ତାନର ଶାହିନ ଆଫ୍ରିଦି ତୃତୀୟ ଏବଂ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆଫଗାନିସ୍ତାନର ମୁଜିବ ଉର ରହମାନ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ତିନୋଟି ଉଇକେଟ ନେଇଥିବା ମହମ୍ମଦ ଶାମି ୨୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ବ୍ୟାଟ୍ସମ୍ୟାନ ମାନ୍ୟତାରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି। ରୋହିତ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୭୬ ରନ କରିଥିଲେ ମଧ୍ୟ ତାଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ହୋଇନାହିଁ। ଏବେ ସେ ବାକି ସିରିଜରେ ଭଲ ପ୍ରଦର୍ଶନ କରି ବିରାଟଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ। ଇଂଲଣ୍ଡ ବିପକ୍ଷରେ ୩୧ ରନ କରି ଥିବା ଶିଖର ଧାୱନ ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri