Posted inଖେଳ

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ଉଇକେଟ ନେଇଥିଲେ। ସେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଦିନିକିଆରେ ବୋଲର ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ବୁମରା ପାଞ୍ଚଟି ସ୍ଥାନ ହାସଲ କରିଛନ୍ତି।
ଟି-୨୦ ସିରିଜର ଶେଷ ମ୍ୟାଚରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଆସିଛନ୍ତି। ଟି-୨୦ର ଶ୍ରେଷ୍ଠ ୧୦ରେ ଭୁବନେଶ୍ୱର କୁମାର ଏକମାତ୍ର ଭାରତୀୟ ବୋଲର ଭାବେ ଅଛନ୍ତି।
ବୋଲରଙ୍କ ଦିନିକିଆ ମାନ୍ୟତାରେ ବୁମରା ପ୍ରଥମ ସ୍ଥାନ ପରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପାକିସ୍ତାନର ଶାହିନ ଆଫ୍ରିଦି ତୃତୀୟ ଏବଂ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆଫଗାନିସ୍ତାନର ମୁଜିବ ଉର ରହମାନ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ତିନୋଟି ଉଇକେଟ ନେଇଥିବା ମହମ୍ମଦ ଶାମି ୨୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ବ୍ୟାଟ୍ସମ୍ୟାନ ମାନ୍ୟତାରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି। ରୋହିତ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୭୬ ରନ କରିଥିଲେ ମଧ୍ୟ ତାଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ହୋଇନାହିଁ। ଏବେ ସେ ବାକି ସିରିଜରେ ଭଲ ପ୍ରଦର୍ଶନ କରି ବିରାଟଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ। ଇଂଲଣ୍ଡ ବିପକ୍ଷରେ ୩୧ ରନ କରି ଥିବା ଶିଖର ଧାୱନ ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣଜୀ ମୁକାବିଲା: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

କଟକ ଅଫିସ,୪ା୧- ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା-ତ୍ରିପୁରା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ପ୍ରଥମ...

ଆଂଶିକାଙ୍କ ଉପରେ ନଜର ରଖିଛନ୍ତି ଅନୁରାଧା

ଭୁବନେଶ୍ୱର, ୧୪।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଉଦୀୟମାନ ଆଥଲେଟ୍‌ ଆଂଶିକା ରାଉତରାୟ। ପାଠପଢ଼ା ସହ ଶଟ୍‌ପୁଟ୍‌କୁ କ୍ୟାରିୟର କରୁଥିବା ଆଂଶିକାଙ୍କ ଉପରେ ଏବେ ମା’ ଅଲିମ୍ପିଆନ ଅନୁରାଧା...

ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି କାରେ

ମୁମ୍ବାଇ,୧୨।୧(ପି.ଟି.)-ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ଭାରତୀୟ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ଧୋନୀ ଯେଉଁଭଳି ଭାବେ...

ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ

ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍‌ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ...

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୭୭/୧

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ...

ରାଣୀ ଅଧିନାୟିକା, ଦୀପ୍‌ଗ୍ରେସ୍‌ ଓ ସବିତା ଉପଅଧିନାୟିକା

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...

ଚୂଡ଼ାନ୍ତ କ୍ଲବ ତାଲିକା ବାଛିବ ୫ ଜଣିଆ କମିଟି ଓସିଏ ସଦସ୍ୟତା ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୯ା୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)ର ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ଏହାକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି।...

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ...

Advertisement
Archives

Model This Week