ପରଲୋକରେ ‘ଜରି ମାଉସୀ’, ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ କଥା ହୋଇ ଚର୍ଚ୍ଚାରେ ଥିଲେ…

କେନ୍ଦ୍ରାପଡ଼ା,୧ା୬(ଜଗନ୍ନାଥ ଧଳ): ସୁସ୍ଥ ପରିବେଶ ଓ ଅଳିଆ ସାମଗ୍ରୀରୁ ହସ୍ତକଳାକୁ ଗୁରୁତ୍ୱ ଦେଇଥିବା କେନ୍ଦ୍ରାପଡ଼ା ଜିଲାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ କମଳା ମହାରଣା (୬୬)ଙ୍କର ଶନିବାର ରାତିରେ ମୃତ୍ୟୁ ହୋଇଛି। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଏହି ଖବର ଜଣାପଡ଼ିବା ପରେ ତାଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଗୁଲନଗରଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରୁଣ୍ଡ ହୋଇଛନ୍ତି ା ସେ ଦୀର୍ଘ ବର୍ଷ ଧରି ଅଳିଆ ଭାବି ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ୍‌ ଓ ଅନ୍ୟ ସାମଗ୍ରୀକୁ ସମ୍ବଳ କରି ସୁନ୍ଦର ଘରକରଣା ସାମଗ୍ରୀ ତିଆରି କରୁଥିଲେ। ଏହି କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମଧ୍ୟ ସାମିଲ କରିଥିଲେ। ତାଙ୍କର ଏହି ବର୍ଜ୍ୟବସ୍ତୁରୁ ଶିଳ୍ପ କଳାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ୯୮ତମ ମନ୍‌ କି ବାତ ରେଡିଓରେ ପ୍ରସାରଣ କରିଥିଲେ।

ସେହିପରି ଗତ ସାଧାରଣ ନିର୍ବାଚନର ପ୍ରଚାର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦୃଶ୍ୟ ଦେଶରେ ବହୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଜରିରେ ନିର୍ମିତ ରାକ୍ଷୀ, ‘ଅପରେଶନ ସିନ୍ଦୂର’ ସମୟରେ ଦେଶର ୩ ସେନାଧ୍ୟକ୍ଷଙ୍କ ପାଇଁ ଟୋପି ପଠାଇ ବେଶ ଚର୍ଚ୍ଚାରେ ରହିଥିଲେ କମଳା ମାଉସୀ। ତାଙ୍କର ସୁସ୍ଥ ପରିବେଶ ଓ ବର୍ଜ୍ୟବସ୍ତୁରୁ କାରୁକାର୍ଯ୍ୟ ସମଗ୍ର ଦେଶରେ ଏକ ପ୍ରେରଣାଦାୟୀ କାର୍ଯ୍ୟ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଲଗାତାର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ବିନୋଦ ବାତ୍ରା: ଲାଞ୍ଜିଗଡ଼ ହାଇସ୍କୁଲ ପାଇଁ ଗୌରବ…

ଲାଞ୍ଜିଗଡ଼,୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ବାତ୍ରା ପୁଣି ଥରେ…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri