Posted inଖେଳ

ପୂର୍ବ ଅଭିଜ୍ଞତାରୁ ଫାଇଦା ଉଠାଇବ ଜାପାନ

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ ପାଇଁ ସୋମବାର ଓଡ଼ିଶାରେ ପହଞ୍ଚିଛି ଜାପାନ ହକି ଦଳ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦଳ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ଦଳ ନିଜର ଶତ ପ୍ରତିଶତ ଦେବ ବୋଲି କହିଛନ୍ତି ଜାପାନ ମୁଖ୍ୟ କୋଚ୍‌ ଆକିରା ଟାକାହାଶି। ଦଳ ଭାରତୀୟ ପରିବେଶରେ ପୂର୍ବରୁ ଖେଳିଛି। ଏହି ଅଭିଜ୍ଞତାରୁ ଦଳ ଫାଇଦା ଉଠାଇବାକୁ ଚେଷ୍ଟା କରିବ ବୋଲି କହିଛନ୍ତି କୋଚ୍‌। ଜାପାନ୍‌ ପୁଲ୍‌ ବିରେ ଡିଫେଣ୍ଡିଂ ଚାମ୍ପିୟନ୍‌ ବେଲଜିୟମ, ଜର୍ମାନୀ ଓ ଦକ୍ଷିଣ କୋରିଆ ସହିତ ସ୍ଥାନ ପାଇଛି। ଜର୍ମାନୀ ବିପକ୍ଷରୁ ଦଳ ଜାନୁୟାରୀ ୧୪ ତାରିଖରେ ଏହାର ଅଭିଯାନ ଆରମ୍ଭ କରିବ। ଆମ ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି ଓ ଆମେ ବିଶ୍ୱର ଯେ କୌଣସି ଟପ୍‌ ଟିମ୍‌କୁ ଚ୍ୟାଲେଞ୍ଜ ଦେବାରେ ସମର୍ଥ ବୋଲି କହିଛନ୍ତି ଟାକାହାଶି। ଓଡ଼ିଶାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଆମକୁ ସର୍ବଦା ଖୁସି ଦେଇଥାଏ ବୋଲି ସେ କହିଛନ୍ତି। କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଥିଲେ ହେଁ ଆମେ ଅନ୍ୟ ଦଳକୁ କଡା ଚ୍ୟାଲେଞ୍ଜ ଦେବୁ ବୋଲି ସେ କହିଛନ୍ତି।
ଟୁର୍ନାମେଣ୍ଟ ପୂର୍ବରୁ ଦଳର ପ୍ରସ୍ତୁତି ଉଚ୍ଚକୋଟୀର ରହିଛି। ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଓ ଜର୍ମାନୀ ପରି ଶକ୍ତିଶାଳୀ ଦଳ ବିପକ୍ଷରେ କଡା ଟକ୍କର ଦେବା ପାଇଁ ଖେଳାଳି ମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଖେଳାଳି ମାନଙ୍କ ନିଜ ଦକ୍ଷତା ଉପରେ ପୂର୍ଣ୍ଣ ଭରସା ରହିଛି ଏବଂ ଏହି ମ୍ୟାଚ ଗୁଡିକ ଜିତିବା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଓଡ଼ିଶାରେ ହକି ବିଶ୍ୱକପ ଖେଳିବାକୁ ନେଇ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଦଳର ଅଧିନାୟକ ସେରେନ୍‌ ଟାନାକା। ବଡ ଟିମ୍‌ ଗୁଡିକୁ ଚ୍ୟାଲେଞ୍ଜ କରିବା ନେଇ ସମ୍ପୂର୍ଣ୍ଣ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଅନେକ ବୃହତ୍ତର ଲକ୍ଷ୍ୟ ସହିତ ଆମେ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଛୁ। ଦଳଗତ ଭାବରେ ଆମେ ଶ୍ରେଷ୍ଠ ପ୍ରଦର୍ଶନର ପ୍ରୟାସ ସହିତ ଅଭିଜ୍ଞତା ହାସଲ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକଦିବସୀୟ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ପୁଣେ,୨୧।୩: ଟେଷ୍ଟ ଏବଂ ଟି -୨୦ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ୧୪ ଜଣିଆ ଇଂଲଣ୍ଡ ଦଳ ଘୋଷଣା...

ହାଇଦ୍ରାବାଦ୍‌ ଦଳରେ ଟେଷ୍ଟ ସ୍ପେଶାଲିଷ୍ଟ

ହାଇଦ୍ରାବାଦ୍‌,୧୫।୯: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରି ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ୍‌ ପାଇଁ ଖେଳିବେ। ଏଥି ପୂର୍ବରୁ ୫ ବର୍ଷ ଧରି ସେ ହାଇଦ୍ରାବାଦ...

ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…

ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି...

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦...

ନାଡାଲଙ୍କୁ ୧୩ତମ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ: ୨୦ଟି ଗ୍ରାଣ୍ଡସ୍ଲାମ ସହ ଫେଡରରଙ୍କ ସମକକ୍ଷ

ପ୍ୟାରିସ୍‌,୧୨।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି।...

ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦିନିକିଆରେ ଶ୍ରେଷ୍ଠ ଦୁଇ ସ୍ଥାନରେ କୋହଲି, ରୋହିତ୍‌

ଦୁବାଇ,୨୭।୮(ପି.ଟି.): ବୁଧବାର ପ୍ରକାଶିତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା...

ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ: ଅଲିମ୍ପିକ୍ସ ପାରାଟ୍ରାଇଥଲନ ଟେଷ୍ଟ ବାତିଲ

ଟୋକିଓ,୧୭।୮(ଏଏଫ୍‌ପି): ଟୋକିଓ ଅଲିମ୍ପିକ୍ସର ପାରାଟ୍ରାଇଥଲନର ଟେଷ୍ଟ ଇଭେଣ୍ଟର ସନ୍ତରଣ ରାଉଣ୍ଡ ଶନିବାର ବାତିଲ କରାଯାଇଛି। ଯେଉଁଠାରେ ସନ୍ତରଣ ଇଭେଣ୍ଟ ହେବାକୁ ଥିଲା, ସେଠାକାର ପାଣିରେ ଅତ୍ୟଧିକ...

Advertisement
Archives

Model This Week