ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗର୍ଲ’ ହିଟ୍ ସାବ୍ୟସ୍ତ ହୋଇଥିବା ବେଳେ ଦର୍ଶକେ ଜାହ୍ନବୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ । ଏବେ ଜାହ୍ନବୀ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିଥିବା ଜଣାପଡିଛି । ଜାହ୍ନବୀ ସୋମବାର ଇନଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍ ଶେୟାର୍ କରିଛନ୍ତି । ସଲୱାର ଶୁଟ୍ ପିନ୍ଧି ସେ ପଞ୍ଜାବର କେଉଁ ଏକ ଗଳିରେ ବୁଲୁଥିବା ଦେଖାଯାଇଛି । ଟ୍ରେଡ୍ ଆନାଲିସିଷ୍ଟ ତରଣ ଆଦର୍ଶ ଫିଲ୍ମ ସହ ଜଡିତ ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, ଆନନ୍ଦ ରାୟଙ୍କ ପ୍ରଡକସନରେ ନଜର ଆସିବେ ଜାହ୍ନବି କପୁର । ଜାହ୍ନବୀ ‘ଗୁଡ ଲକ ଜେରି’ର ଶୁଟିଂ ପଞ୍ଜାବରେ ଆରମ୍ଭ କରି ଦେଇଛନ୍ତି । ଫିଲ୍ମର ପ୍ରଥମ ସେଡ୍ୟୁଲ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହେବ । ସିଦ୍ଧାର୍ଥ ସେନଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଶୁଭାଷକରଣ ଓ ଆନନ୍ଦ ଏଲ ରୟ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଫିଲ୍ମରେ ଦିପକ ଡୋବ୍ରିୟାଲ, ମିତା ବଶିଷ୍ଠ, ନିରଜ ସୁଦ, ସୁଶାନ୍ତ ସିଂ ଆଦି ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ‘ସିଆଇଡି’ ଫେମ୍‌ ଅଭିନେତା

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ଏକାଧିକ ଅଙ୍ଗ...

ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ।...

ପୁଣି ଇତିହାସ ରଚିଲେ ଦୀପିକା

ମୁମ୍ବାଇ: ଭାରତୀୟ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ ଏବେ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ...

ଫଟୋ ଶେୟାର କରି ଅଦା ଶର୍ମା କହିଲେ ଏମିତି…

ମୁମ୍ବାଇ: ‘କେରଲା ଷ୍ଟୋରୀ’ ପରେ ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଭାରତୀୟ ସିନେମାରେ ଏକ ବଡ଼ ନାଁ ହୋଇପାରିଛନ୍ତି। ଏହି ଅଭିନେତ୍ରୀ କେବଳ ହିନ୍ଦୀରେ ନୁହେଁ...

ଆସନ୍ତା ଦୀପାବଳିରେ ରିଲିଜ୍‌ ହେବନି ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ-୫’, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘ହାଉସଫୁଲ’ ଅନ୍ୟତମ। ଲୋକପ୍ରିୟ ଫ୍ରାଞ୍ଚାଇଜ ‘ହାଉସଫୁଲ’ ଏହାର ପ୍ରତ୍ୟେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ହସାଇ...

ଏହିଦିନ ମୁମ୍ବାଇରେ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ରଣଦୀପ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ରଣଦୀପ ହୁଡା ବିବାହ କରିଥିଲେ। ‘ଜିସମ ୨’ ଅଭିନେତା ରଣଦୀପ ମଧ୍ୟ ଏହି ଓ୍ବେଡିଂ ସିଜନରେ ତାଙ୍‌କର ସଂସାର ଗଢିଛନ୍ତି।...

ଡେଟିଂର ଚର୍ଚ୍ଚା ଭିତରେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ନଜର ଆସିଲେ ବାଦଶାହା

ମୁମ୍ବାଇ: ପ୍ରସିଦ୍ଧ ଗାୟକ-ରାପର ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କ ମଧ୍ୟରେ ଡେଟିଂର ଗୁଜବ କିଛି ସମୟ ଧରି ଚାଲିଛି। ଯେତେବେଳେ ରାପର୍‌ ଦୁବାଇରେ...

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ଭାବେ ଜଣାଶୁଣା। ୧୯୯୭ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାମିଲ ଚଳଚ୍ଚିତ୍ର ‘ଇରୁଭର୍‌’ ସହିତ କ୍ୟାରିଅର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri