ଜଙ୍ଗରଡ଼ା: ବର୍ଷ ସାରା ପାଣି ଅଭାବ

ସେମିଳିଗୁଡ଼ା/ସୁନାବେଡ଼ା, ୧୨।୫(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ୍‌ ସାଡାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗରଡ଼ା ଗ୍ରାମରେ ବିଭିନ୍ନ ସମସ୍ୟାରେ ଗ୍ରାମବାସୀ ଚଳୁଛନ୍ତି। ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରିନାହିଁ। ସରକାରଙ୍କ ସବୁ ଯୋଜନା ଏଠାରେ ଫେଲ୍‌ ମାରିବା ପରି ମନେହୁଏ। ୧୨୦ ପରିବାରର ୫ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ଜଙ୍ଗରଡ଼ା ଗ୍ରାମରେ ବର୍ଷ ତମାମ ପାଣି ସମସ୍ୟା ଲାଗି ରହିଛି। ଦୁଇଟି ନଳକୂଅ ଥିଲେ ମଧ୍ୟ ସେଥିରୁ ଗୋଟିଏ ଅଚଳ ଥିବାବେଳେ ଅନ୍ୟଟି ଆଂଶିକ କାମ କରୁଛି। ଅଳ୍ପ ସମୟ ଭଲ ପାଣି ବାହାରିବା ପରେ ମାଟିପାଣି ବାହାରୁଛି। ଫଳରେ ଗ୍ରାମବାସୀ ୨ କି.ମି. ଦୂରରେ ଥିବା ବଡ଼ନଦୀ ଉପରେ ପାନୀୟ ଜଳ ପାଇଁ ନିର୍ଭର କରନ୍ତି। ଗ୍ରାମରେ ଏକ ସୌରଶକ୍ତି ଚାଳିତ ମୋଟର ପମ୍ପ ବସାଯାଇଛି ସତ, ମାତ୍ର ଏହା ଟାଣଖରା ହେଲେ କାର୍ଯ୍ୟକ୍ଷମ ହୁଏ ନଚେତ୍‌ ସକାଳୁ କିମ୍ବା ମେଘୁଆ ପାଗ ହେଲେ ଚାଲେ ନାହିଁ। ଗ୍ରାମରେ ଥିବା ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ଶ୍ରେଣୀଗୃହ ରହିଛି ମାତ୍ର ୬ଟି। ଗ୍ରାମରେ ବିଦ୍ୟୁତ୍‌ ବ୍ୟବସ୍ଥା ଥାଇ ନ ଥିବା ସହ ସମାନ। ସବୁବେଳେ ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ନ୍ତି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ୩ ବର୍ଷ ହେବ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଇନାହିଁ। ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେଇ ସମସ୍ୟା ଦୂରକରିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?