ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ନଳାଚୁଆଁ ଗାଁରେ। ସୋମବାର ସକାଳେ ଗାଁର ଶୁକ୍ରୀ ଯାନୀ (୩୦)ଙ୍କୁ ପ୍ରସବ ପୀଡା ହୋଇଥିଲା। ସମ୍ପର୍କୀୟମାନେ ଜନନୀ ସୁରକ୍ଷା ଗାଡିକୁ ଖବର ଦେଇଥିଲେ। ଗାଁକୁ ରାସ୍ତା ନ ଥିବାରୁ ୫ କି.ମି. ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା ଜନନୀ ସୁରକ୍ଷା ଗାଡି। ଶେଷରେ କୌଣସି ଉପାୟ ନ ପାଇ ସମ୍ପର୍କୀୟ ଓ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଖଟିଆରେ ବୋହି ତାଙ୍କୁ ଆଣୁଥିବା ବେଳେ ଅଧ ବାଟରେ ଶୁକ୍ରୀଙ୍କ ଅଧିକ ପ୍ରସବ ପୀଡା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଖବର ପାଇ ଧନସୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝି ଓ ଆଶା କର୍ମୀ ତୁଳସା ନାଏକ ଘଟଣାସ୍ଥଳରେ ପହଞ୍ଚତ୍ ମା’ ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ମା’ ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁଅ ଜନ୍ମ ହେବା ପରେ ଡାକ୍ତରଖାନାକୁ ଯିବାକୁ ଶୁକ୍ରୀଙ୍କ ପରିବାର ଅନିଚ୍ଛୁକ ଥିବା ବେଳେ ନର୍ସିଂ ଅଫିସର ତୁସମୀ ପ୍ରାଥମିକ ଚିକିତ୍ସା ପରେ ମା’ପୁଅଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନାକୁ ନେବାକୁ ବୁଝାଇଥିଲେ। ଫଳରେ ମା’ ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ନେଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଛି। ଗୋଟିଏ ପଟେ ସରକାର ଜନନୀ ସୁରକ୍ଷା ତଥା ଦୁର୍ଗମ ଅଞ୍ଚଳ ଗୁଡିକ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଜୟପାଟଣା ବ୍ଲକରେ ଗତ ଦିନରେ ବିଭିନ୍ନ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଅଞ୍ଚଳ ପାଇଁ ଆଖି ବନ୍ଦ କରି ଦେଇଛନ୍ତି ଜନପ୍ରତିନିଧି। ତେବେ କେବେ ଏହି ଅଞ୍ଚଳକୁ ବିକାଶ ପହଞ୍ଚିବ ଓ କେବେ ଏଠାକାର ଜନନୀ ସୁରକ୍ଷା ପାଇବେ ତାହା ହିଁ ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri