୬ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାର ଅକ୍ଟୋବର ସୁଦ୍ଧା ୬ ଲକ୍ଷ କୋଟି ଟଙ୍କାର ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ହାରାହାରି ମାସିକ ଜିଏସ୍‌ଟି ଆଦାୟ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ରହିବ। ଚଳିତ ଆର୍ଥତ୍କ ବର୍ଷ ଶେଷରେ କେନ୍ଦ୍ର ସରକାର ବଜେଟରେ ଧାର୍ଯ୍ୟ କରିଥିବା ଟିକସ ସଂଗ୍ରହ ଲକ୍ଷ୍ୟ ଟପିବ ବୋଲି କେନ୍ଦ୍ର ରାଜସ୍ବ ସଚିବ ତରୁଣ ବଜାଜ ରବିବାର କହିଛନ୍ତି।
କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲ ଉପରେ ହୋଇଥିବା ଉତ୍ପାଦ ଟିକସ ହ୍ରାସ ଯୋଗୁ କେନ୍ଦ୍ର ସରକାରଙ୍କୁ ଚଳିତ ଆର୍ଥତ୍କ ବର୍ଷରେ ୮୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ରିଫଣ୍ଡ ଦେବା ପରେ ମଧ୍ୟ ଟିକସ ସଂଗ୍ରହ ୬ ଲକ୍ଷ କୋଟି ଟଙ୍କା ରହିଥିବାରୁ ବଜେଟ ଲକ୍ଷ୍ୟ ପୂରଣ ଲାଗି ସକ୍ଷମ ହେବୁ ବୋଲି ବଜାଜ ମତ ରଖିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୨୨.୨ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଟିକସ ସଂଗ୍ରହରେ ୯.୫% ଅଭିବୃଦ୍ଧି ଆଶା ରଖାଯାଇଛି। ଗତ ଆର୍ଥତ୍କ ବର୍ଷରେ ଟିକସ ଆଦାୟ ୨୦.୨ ଲକ୍ଷ କୋଟି ଟଙ୍କା ରହିଥିଲା। ପ୍ରତ୍ୟକ୍ଷ ଟିକସରୁ ୧୧ ଲକ୍ଷ କୋଟି ଆଦାୟ ଲକ୍ଷ୍ୟ ରହିଛି। ଏହା ମଧ୍ୟରେ ୫.୪୭ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟିକସ ଏବଂ ୫.୬୧ ଲକ୍ଷ କୋଟିର ଆୟକର ଆଦାୟ ହେବ ବୋଲି ଆକଳନ କରାଯାଇଛି।
ଛାଡ଼ିଦେଲେ ଜିଏସ୍‌ଟି ଆଦାୟ ମୋଟାମୋଟି ଭାବେ ଉନ୍ନତ ରହିଛି। ମାର୍ଚ୍ଚ ତ୍ରୈମାସରେ ଏଥିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଅକ୍ଟୋବରେ ୧.୩୦ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ପରୋକ୍ଷ ଟିକସ ଆଦାୟ ୧.୧୫ ଲକ୍ଷ କୋଟି ଟଙ୍କା ସ୍ତରରୁ କମି ନ ପାରେ। ଚଳିତ ଆର୍ଥତ୍କ ବର୍ଷରେ ୧.୩୬ ଲକ୍ଷ କୋଟିର ସୀମା ଶୁଳ୍କ, ୩.୩୫ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଟିକସ, ଜିଏସ୍‌ଟି ଏବଂ କ୍ଷତିପୂରଣ ସେସ୍‌ ବାବଦକୁ ୬.୩୦ ଲକ୍ଷ କୋଟି ଆଦାୟ ହେବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା...

ଭୁବନେଶ୍ୱରରେ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଭିଓ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ୟୁନିଟ୍‌ ତଥା ବ୍ରାଣ୍ଡ୍‌ କେନ୍‌କୋର ପ୍ରଥମ ଏକ୍ସକ୍ଲୁସିଭ ଏଗ୍‌ ଷ୍ଟୋର ଗୁରୁବାର...

ୟୁଏସ୍‌ଟି ଜରିଆରେ ଶତପ୍ରତିଶତ ଛାତ୍ରବୃତ୍ତି

ନୂଆଦିଲ୍ଲୀ,୨୯ା୩: ଦେଶର ସର୍ବବୃହତ୍‌ ଶିକ୍ଷଣ ପ୍ଲାଟ୍‌ଫର୍ମ ଅନାକାଡେମି ପକ୍ଷରୁ ନିକଟରେ ଏକ ଅଭିନବ ବୃତ୍ତି ପରୀକ୍ଷା ‘ଅନାକାଡେମ ସ୍କଲାରଶିପ୍‌ ଟେଷ୍ଟ’ (ୟୁଏସ୍‌ଟି) ସମ୍ପର୍କରେ ଘୋଷଣା କରାଯାଇଛି।...

ସୁପ୍ରିମକୋର୍ଟରେ ଇଏମ୍‌ଆଇ ମାମଲା: ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡ଼ାଗଲା

ନୂଆଦିଲ୍ଲୀ,୫।୬: ଲକ୍‌ଡାଉନ ସମୟରେ ଋଣ କିସ୍ତି ଉପରେ ସୁଧ ଛାଡ଼ ନେଇ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହାର ଆଗାମୀ ଶୁଣାଣି ୧୨...

ପେମେଣ୍ଟ ଲାଗି ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କୁ ୩ମାସ ସମୟ

ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଗୁଡିକୁ ବକେୟା ଦେୟ ପ୍ରଦାନ ଲାଗି ବିତରଣ କମ୍ପାନୀଙ୍କୁ ୩ ମାସ ଅଧିକ ସମୟ ଦିଆଯାଇଛି। ଲକ୍‌ଡାଉନ ସମୟରେ ବିତରଣ କମ୍ପାନୀଗୁଡିକ ଚବିଶ...

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର...

୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ...

Advertisement
Archives

Model This Week