Posted inଖେଳ

ବାହା ହେବେ ଜାମ୍ପା: ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେନି

ବେଙ୍ଗାଲୁରୁ, ୨୫।୩(ପି.ଟି.): ଅଷ୍ଟ୍ରେଲିଆ ଲେଗ୍‌- ସ୍ପିନର ଆଡାମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି। ଫଳରେ ସେ ଏପ୍ରିଲ ୯ ତାରିଖରୁ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିପାରିବେ ନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଜାମ୍ପା ଏଥର ବାଙ୍ଗାଲୋର ତରଫରୁ ପ୍ରତିନିଧିତ୍ୱ କରିବେ। ଏ ନେଇ ଟିମ୍‌ ଡାଇରେକ୍ଟର ମାଇକ ହେସନ ବୁଧବାର ସୂଚନା ଦେଇଛନ୍ତି।
ଜାମ୍ପା ବିବାହ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ଆମେ ସମସ୍ତ ବିଦେଶୀ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବୁ ନାହିଁ ବୋଲି ହେସନ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ୨୮ ବର୍ଷୀୟ ଜାମ୍ପା ୧୭୩ଟି ଟି୨୦ ମ୍ୟାଚ୍‌ ଖେଳି ୨୦୦ ଉଇକେଟ ଅକ୍ତିଆର କରିଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଜାମ୍ପା ମାତ୍ର ୩ଟି ମ୍ୟାଚ୍‌ ଖେଳି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଭାରତ- ଇଂଲଣ୍ଡ ଦିନିକିଆ ସିରିଜର ଗୋଟିଏ ଦିନ ପରେ ମାର୍ଚ୍ଚ ୨୯ରେ ଚେନ୍ନାଇରେ ବାଙ୍ଗାଲୋର ପ୍ରଶିକ୍ଷଣ ଶିବିର ଆରମ୍ଭ କରିବ। ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଦିନିକିଆ ସିରିଜରେ ସାମିଲ ଥିବା ଅନ୍ୟ ଭାରତୀୟ ଖେଳାଳି ଗୋଟିଏ ବବ୍‌ଲରୁ ଆଉ ଏକ ବବ୍‌ଲକୁ ସ୍ଥାନାନ୍ତର ହେବେ ଓ କ୍ୱାରାଣ୍ଟାଇନ୍‌ରେ ରହିବେ ନାହିଁ। ଦଳର ବାକି ଖେଳାଳି ପର୍ଯ୍ୟାୟ କ୍ରମେ ଚେନ୍ନାଇରେ ପହଞ୍ଚିବେ ଓ ଏହି ପ୍ରକ୍ରିୟା ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଥାଉ କି ବାଙ୍ଗାଲୋର ୨୦୦୯ରୁ ୨୦୧୬ ମଧ୍ୟରେ ୩ଥର ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?