Posted inଜାତୀୟ

ଜମ୍ମୁରେ ବଢ଼ିବ ୭ ଆସନ

ନୂଆଦିଲ୍ଲୀ/ଶ୍ରୀନଗର,୧୦ା୭: ୨୦୧୧ ଜନଗଣନା ଅନୁସାରେ ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରାଯିବ। ଏଥିରେ ସମଗ୍ର ଉପତ୍ୟକାର ୭ ବିଧାନସଭା ଆସନ ବୃଦ୍ଧି କରାଯିବ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ର ୨୪ ଆସନ ଖାଲି ରହିବ। ଏହି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ଏହାକୁ ସାମିଲ କରାଯିବ ନାହିଁ। ୨୦୨୨ ମାର୍ଚ୍ଚ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି।
ଜମ୍ମୁ-କଶ୍ମୀର ସୀମା ପୁନଃ ନିର୍ଦ୍ଧାରଣ କମିଶନ ଗୁରୁବାର ଜମ୍ମୁ-କଶ୍ମୀରର ରାଜନୈତିକ ଦଳଗୁଡ଼ିକର ନେତା ଓ ସିଭିଲ ସୋସାଇଟି ଗ୍ରୁପ୍‌ ସଦସ୍ୟଙ୍କୁ ଭେଟିଥିଲେ। ଉପତ୍ୟକାର ନିର୍ବାଚନମଣ୍ଡଳୀଗୁଡ଼ିର ପୁନର୍ଗଠନ ନିମନ୍ତେ ଆୟୋଗ ସେମାନଙ୍କ ମତାମତ ଲୋଡ଼ିଥିଲେ। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି), ସିପିଆଇ, ସିପିଆଇଏମ୍‌, ପାନ୍ଥର୍ଥ ପାର୍ଟି, କଂଗ୍ରେସ, ଭାଜପା, ଅପ୍‌ନି ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ନେତାମାନେ କମିଶନଙ୍କ ଆଗରେ ନିଜ ଦାବି ଓ ମତ ଉପସ୍ଥାପନ କରିଥିଲେ। କମିଶନ ଅଧ୍ୟକ୍ଷା ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ, ସଦସ୍ୟ ସୁଶୀଲ ଚନ୍ଦ୍ରା ଏବଂ କେ.କେ. ଶର୍ମା ଶୁକ୍ରବାର ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସୁଶୀଲ ଚନ୍ଦ୍ରା କହିଛନ୍ତି, ୧୯୮୧ରେ ପ୍ରଥମ ସମ୍ପୂର୍ଣ୍ଣ ସୀମା ପୁନଃ ନିର୍ଦ୍ଧାରଣ ଆୟୋଗ ଗଠନ କରାଯାଇଥିଲା। ୧୯୮୫ ଜନଗଣନା ଆଧାରରେ ଉକ୍ତ କମିଶନ ଏହାର ୧୪ ବର୍ଷ ପରେ ଅର୍ଥାତ୍‌ ୧୯୯୫ରେ ସୁପାରିସ କରିଥିବାରୁ ସୀମା ପୁନଃ ନିର୍ଦ୍ଧାରଣ ହୋଇପାରି ନ ଥିଲା। ସମସ୍ତ ଦାବି ଓ ସୁପାରିସକୁ ଧ୍ୟାନରେ ରଖି ଏକ ଚିଠା ପ୍ରସ୍ତୁତ କରାଯିବ। ଲୋକଙ୍କ ମତାମତ ପାଇଁ ଏହାକୁ ପବ୍ଲିକ୍‌ ଡୋମେନ୍‌ରେ ସାର୍ବଜନୀନ କରାଯିବ। ସମସ୍ତ ମନ୍ତବ୍ୟକୁ ଅନୁଧ୍ୟାନ କରିବା ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ନେଇ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ କରାଯିବ।
୧୯୯୫ରେ ୧୨ ଜିଲା ଥିଲା। ଏହି ସଂଖ୍ୟା ଏବେ ୨୦ରେ ପହଞ୍ଚତ୍ଛି। ସେହିପରି ତହସିଲ ସଂଖ୍ୟା ୫୮ରୁ ୨୭୦କୁ ବୃଦ୍ଧି ପାଇଛି। ୧୨ ଜିଲାରେ ନିର୍ବାଚନମଣ୍ଡଳୀ ସୀମା ଜିଲାର ସୀମା ବାହାରକୁ ଯାଇଛି। ୨୦୧୧ ଜନଗଣନା ଅନୁସାରେ ଜମ୍ମୁର ଜନସଂଖ୍ୟା ୫୩,୭୮,୫୩୮ ଥିବାବେଳେ କଶ୍ମୀରର ଜନସଂଖ୍ୟା ହେଉଛି ୬୮,୮୮,୪୭୫।

ନିର୍ବାଚନ ପାଇଁ ବାଟ ଫିଟିବ

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଏହାସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା କରିଥିଲେ। ଏହି ପଦକ୍ଷେପ ସହ ଉପତ୍ୟକାର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ବାଟ ଫିଟିଥିଲା। କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚରେ ୩ ସଦସ୍ୟ ବିଶିଷ୍ଟ ସୀମା ପୁନଃ ନିର୍ଦ୍ଧାରଣ ଆୟୋଗ ଗଠନ କରିଥିଲେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧ ମାର୍ଚ୍ଚରେ ଉକ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ାଯାଇଥିଲା। ଆୟୋଗ ୨୦୨୨ ମାର୍ଚ୍ଚ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିପାରନ୍ତି। ଏହା ପରେ ବିଧାନସଭା ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri