ଜମ୍ମୁ କଶ୍ମୀର ଆସନ

ଜମ୍ମୁ ଓ କଶ୍ମୀର ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ସକାଶେ ଅଧିକ ୬ ଓ କଶ୍ମୀର ପାଇଁ ଗୋଟିଏ ନିର୍ବାଚନମଣ୍ଡଳୀ ଗଠନ ପ୍ରସ୍ତାବ ଦେବା ପରେ ସେଠାରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ଏହାକୁ ବିରୋଧ କରିବା ସହ ଭାଜପା ତା’ର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଛି ବୋଲି କହିଛନ୍ତି। ଇତିହାସ ଦେଖିଲେ ୧୯୯୫ରେ ଜମ୍ମୁ ଓ କଶ୍ମୀର ବିଧାନସଭା ଆସନ ସଂଖ୍ୟା ୭୫ରୁ ୮୭କୁ ବୃଦ୍ଧି କରାଯାଇଥିଲା। ୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ ଓ କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଲଦାଖ ପାଇଁ ଥିବା ୪ଟି ଆସନକୁ ବାଦ୍‌ ଦେଲେ ଜମ୍ମୁ ଓ କଶ୍ମୀରରେ ଏବେ ୮୩ ଆସନ ରହିଛି। ସେଥିମଧ୍ୟରୁ କଶ୍ମୀର ଡିଭିଜନ୍‌ରେ ୪୬ ଓ ଜମ୍ମୁରେ ୩୭ ସିଟ୍‌।
ତେବେ କେଉଁ ଆଧାରରେ ଜମ୍ମୁରେ ୬ ସିଟ୍‌ ଓ କଶ୍ମୀରରେ ମାତ୍ର ଗୋଟିଏ ଆସନ ବଢ଼ାଇବା ଲାଗି ପ୍ରସ୍ତାବ ଦିଆଯାଇଛି, ତାହା ସ୍ପଷ୍ଟ ଭାବେ ଦର୍ଶାଯାଉନାହିଁ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁଯାୟୀ ସବୁ ନିର୍ବାଚନମଣ୍ଡଳୀକୁ ଭୌଗୋଳିକ ଦୃଷ୍ଟିକୋଣରୁ ବିଚାର କରାଯିବା ଦରକାର ବୋଲି କୁହାଯାଉଛି। ସେହିପରି ପ୍ରତ୍ୟେକର ସ୍ଥାୟୀ ସୀମାସରହଦ ରହିବା ସହିତ ପ୍ରଶାସନିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚତ୍ବା ଦିଗରେ ସୀମା ପୁନଃ ନିର୍ଦ୍ଧାରଣର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର କହୁଛି। ଏହିସବୁ କଥା କାନକୁ ଭଲ ଶୁଭାଯାଏ। ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇଟି ସ୍ପଷ୍ଟ ବିଭାଜନ ବିଷୟରେ ସମସ୍ତେ ଜାଣନ୍ତି। ଜମ୍ମୁର ଅନେକ ଅଞ୍ଚଳ ସମତଳ ହୋଇଥିବା ବେଳେ କଶ୍ମୀରର ଅଧିକ ଅଞ୍ଚଳ ପାହାଡ଼ିଆ। ଏହାବ୍ୟତୀତ ସେଠାରେ ଅନେକ ସାନବଡ଼ ନଦୀ ଓ ଝରଣା ସେହି ଅଞ୍ଚଳକୁ ଭୌଗୋଳିକ ଦୃଷ୍ଟିକୋଣରୁ ବିଭାଜିତ କରିରଖିଛି। କିନ୍ତୁ ଯେଉଁମାନେ ସେହି ଅଞ୍ଚଳ ଭ୍ରମଣ କରିଥିବେ, ସେମାନେ ଜାଣିଥିବେ ଯେ ପାହାଡ଼ ପର୍ବତ ଥିବା ସତ୍ତ୍ୱେ ସାମାଜିକ ସମ୍ପର୍କରେ କୌଣସି ବାଧା ସୃଷ୍ଟିହୁଏ ନାହିଁ। ଏପଟ ପାହାଡ଼ର ଝିଅ ସେପଟ ପର୍ବତର ପୁଅ ସହ ବିବାହ କରିବା ଅତି ସାଧାରଣ ଘଟଣା। ଛାତ୍ରୀଛାତ୍ରମାନେ ମଧ୍ୟ ଅନେକ ବାଟ ଅତିକ୍ରମ କରି ଶିକ୍ଷାନୁଷ୍ଠାନରେ ପହଞ୍ଚତ୍ଥାଆନ୍ତି। ସେଥିପାଇଁ ସମତଳ ମାନସିକତା ପୋଷଣ କରୁଥିବା ବ୍ୟକ୍ତି ପାଇଁ ପର୍ବତ ଅଞ୍ଚଳର ସୁବିଧା ସୁଯୋଗ ବିଷୟରେ ଆକଳନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ।
ଏହା ଜଣାଶୁଣା ଯେ, ପ୍ରାୟ ୪ ଦଶନ୍ଧି ଧରି ଜମ୍ମୁ ଓ କଶ୍ମୀରରେ ସମସ୍ୟା ଲାଗିରହିଛି। ଗୋଟିଏ ପଟେ ଭାରତ ସରକାର ସେହି ଅଞ୍ଚଳରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛି ବୋଲି ବାରମ୍ବାର ପ୍ରଚାର କରିଆସିଛି। ଅନ୍ୟପଟେ ମିଲିଟାରୀ ଓ ଅର୍ଦ୍ଧସାମରିକ ବାହିନୀ ମାଧ୍ୟମରେ ନାଗରିକଙ୍କ ମୌଳିକ ଅଧିକାରକୁ ଦମନ କରିଆସୁଛି। ଏହା କେବଳ ଭାଜପା ସମୟରେ ହେଉଛି ବୋଲି କହିବା ଭୁଲ୍‌ ହେବ। କଂଗ୍ରେସ ସରକାରରେ ମଧ୍ୟ ଦମନଲୀଳା ଲାଗି ରହିଥିଲା। କେନ୍ଦ୍ରରେ ଶାସନ କରି ଆସୁଥିବା କୌଣସି ପ୍ରଧାନମନ୍ତ୍ରୀ ଏହାର ସମାଧାନ ପାଇଁ ଦୀର୍ଘମିଆଦୀ ଦୃଷ୍ଟି ଦେଇନାହାନ୍ତି। କେବଳ ବିଶ୍ୱନାଥ ପ୍ରତାପ ସିଂ ଗତ ଶତାବ୍ଦୀର ୯୦ ଦଶକ ଆରମ୍ଭରେ ପ୍ରଧାନମନ୍ତ୍ରୀ ପଦବୀରେ ଥିବା ବେଳେ କଶ୍ମୀର ଯାଇ ବିନା ସୁରକ୍ଷାରେ ଲୋକଙ୍କ ସହ ଭେଟିବାର ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ସେହି ଚେଷ୍ଟାକୁ ଆଗେଇନେବା ସକାଶେ ପରବର୍ତ୍ତୀ ସମୟରେ ଅନ୍ୟ କେହି ଚେଷ୍ଟା କଲେ ନାହିଁ। ଦୋଷ ଦେଇଦେବା ଅତ୍ୟନ୍ତ ସହଜ। ସାଧାରଣ ଭାରତୀୟଙ୍କୁ ଦୀର୍ଘ ସମୟ ଧରି ଗଦ ଶୁଙ୍ଘାଇ ଦିଆଯାଇଛି ଯେ, କଶ୍ମୀରବାସୀଙ୍କୁ ଯେଉଁସବୁ ସୁବିଧା ମିଳେ, ତାହା ଅନ୍ୟ କୌଣସି ରାଜ୍ୟବାସୀ ଉପଭୋଗ କରିପାରନ୍ତି ନାହିଁ। ଦେଶର ନାଗରିକ ଚିନ୍ତା କରିବାକୁ ଅନିଚ୍ଛୁକ ଯେ, ଯେତେ ସୁବିଧା ମିଳୁଥିବା ସହିତ ବନ୍ଧୁକର ଗୁଳି ମଧ୍ୟ ସମସ୍ତଙ୍କୁ ଭୟଭୀତ କରିରଖିଛି। କଂଗ୍ରେସ ଶାସନ ସମୟରେ କଶ୍ମୀର ମୁସଲମାନଙ୍କ ଦୌରାତ୍ମ୍ୟ ଯେତିକି ବୃଦ୍ଧି ପାଇଥିଲା, ତାହା ଏବେ ଭାଜପା ସମୟରେ ଯଥେଷ୍ଟ କମିଛି। ନିରାପତ୍ତା ବାହିନୀର ମୁଣ୍ଡିମାନେ ମଧ୍ୟ ବାର୍ତ୍ତା ପାଉଛନ୍ତି ଯେ, ଉଗ୍ରବାଦକୁ ମୂଳରୁ ନିପାତ କରିବାକୁ ହେବ। କଂଗ୍ରେସ ସମୟରେ ଏହି ବାର୍ତ୍ତା ଅସ୍ପଷ୍ଟ ଥିଲା ବୋଲି ମୁମ୍ବାଇରେ କସବ ଓ ଦଳ ପ୍ରବେଶ କରିପାରିଥିଲେ। ଆଜି ଭାରତ ନିଶ୍ଚିତ ଭାବରେ ସେହି ଉଗ୍ରବାଦୀ ଦୃଷ୍ଟିକୋଣରୁ ସୁରକ୍ଷିତ ହେଉଛି ବୋଲି କେହି ଅସ୍ବୀକାର କରିବେ ନାହିଁ। କିନ୍ତୁ ଏବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଧିକ ଭୋଟରଙ୍କୁ ସ୍ବଳ୍ପ ପ୍ରତିନିଧିତ୍ୱ ଓ କମ୍‌ ଭୋଟରଙ୍କୁ ଅଧିକ ପ୍ରତିନିଧିତ୍ୱ ମିଳିଲେ, ସମସ୍ୟା ସମାଧାନ ପରିବର୍ତ୍ତେ ଦୀର୍ଘମିଆଦୀ ହେବାର ଆଶଙ୍କା ରହିଛି।

ଡାହାଣୀ ସମ୍ପତ୍ତି
ଏକବିଂଶ ଶତାବ୍ଦୀରେ ଡାହାଣୀ ଭଳି ଅନ୍ଧବିଶ୍ୱାସ ଏକ ସାମାଜିକ କଳଙ୍କ। ଆଧୁନିକତା ମଧ୍ୟରେ ଏହା ବିଶ୍ୱର ଅତିକମ୍‌ରେ ୩୬ଟି ଦେଶକୁ ପ୍ରଭାବିତ କରିଛି। ସାମାଜିକ ଅସମାନତା, ଲିଙ୍ଗଗତ ପ୍ରଭେଦ ଓ ଅନ୍ଧବିଶ୍ୱାସରେ ଜଡ଼ିତ ଭାରତୀୟ ସମାଜ ମଧ୍ୟ ଏଥିରୁ ମୁକ୍ତ ନୁହେଁ। ପିଢ଼ି ପରେ ପିଢ଼ି ଏହା ଆମ ସମାଜରେ ରହିଆସିଛି। ଡାହାଣୀ ସନ୍ଦେହରେ ମହିଳାଙ୍କୁ ଘର ଛାଡ଼ି ଚାଲିଯିବାକୁ ଧମକ ଦିଆଯାଉଛି, ଏପରି କି ଡାହାଣୀ ଶକ୍ତି କମ୍‌ କରିବା ପାଇଁ ସେମାନଙ୍କ ଦାନ୍ତ ଭାଙ୍ଗି ଦିଆଯାଉଛି। ଓଡ଼ିଶାରେ ଡାହାଣୀ ଉପରେ ରାଜ୍ୟ ମହିଳା ଆୟୋଗ ଓ ‘ଆକ୍ସନ୍‌ଏଡ୍‌’ ନାମକ ଏକ ଅନ୍ତର୍ଜାତୀୟ ବେସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ଅଧ୍ୟୟନର ରିପୋର୍ଟ ଡିସେମ୍ବର ୨୦ରେ ପ୍ରକାଶ ପାଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ଼, କନ୍ଧମାଳ, ବାଲେଶ୍ୱର ଆଦି ୧୨ଟି ଜିିଲାରେ ଡାହାଣୀ ହିଂସା ଓ ହତ୍ୟା ଅଧିକ ହେଉଛି ବୋଲି ଏଥିତ୍ରେ ଦର୍ଶାଯାଇଛି । ଓଡ଼ିଶାରେ ମୁଖ୍ୟତଃ କେନ୍ଦୁଝରରେ ଡାହାଣୀ ହତ୍ୟା ସର୍ବାଧିକ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଅନୁଯାୟୀ, ଡାହାଣୀକୁ ନେଇ ସଂଘଟିତ ହିଂସାରେ ଅଧିକ ଶିଶୁ ଓ ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି। ଶିଶୁମାନଙ୍କ ସ୍ବାସ୍ଥ୍ୟ, କୃଷିଭିତ୍ତିକ ତଥା ମାନସିକ ସମସ୍ୟାକୁ ଡାହାଣୀର କାର୍ଯ୍ୟ ବୋଲି ଦୋଷ ଦିଆଯାଉଛି। ବିଶେଷକରି ନିମ୍ନ ବର୍ଗର ମହିିଳାଙ୍କୁ ଏଥିତ୍ପାଇଁ ଆକ୍ରମଣ କରାଯାଉଛି। ୩୦ ଭାଗ ଘଟଣାରେ ଡାହାଣୀ ଆରୋପିତଙ୍କ ମୃତ୍ୟୁ ହେଉଛି। ୭୦ଭାଗ ଘଟଣାରେ ମହିଳା ଓ ତାଙ୍କ ପରିବାର ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ମୁଖ୍ୟତଃ ଏକୁଟିଆ ରହୁଥିତ୍ବା ମହିଳା ଏହି ହିଂସାର ବେଶି ଶିକାର ହେଉଛନ୍ତି। ଉକ୍ତ ଅଧ୍ୟୟନରେ ସମ୍ପୃକ୍ତ ଉଭୟ ସଂସ୍ଥା ସମ୍ଭବତଃ କାରଣର ଗଭୀରତାକୁ ଯାଇନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡାହାଣୀ ଆଖ୍ୟା ଦେବା ପଛରେ ଅନେକ ଲୋକଙ୍କର ସ୍ବାର୍ଥ ଜଡ଼ିତ ରହିଛି। ସାଧାରଣରେ ଏହି ଦୋଷ କେବଳ ଅସହାୟ ମହିଳାଙ୍କ ଉପରେ ଲଦି ଦିଆଯାଇଥାଏ। ଗୁଣିଗାରେଡ଼ିରେ ପୁରୁଷଙ୍କ ନାମ ଶୁଣିବାକୁ ମିଳିଥାଏ, କିନ୍ତୁ ସେମାନଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିତ୍ବା କ୍ୱଚିତ ଶୁଣିବାକୁ ମିଳେ। ଏଥିତ୍ରୁ ବୁଝିବାକୁ ହେବ ଯେ, ମହିଳାଙ୍କୁ ଲକ୍ଷ୍ୟକରି ପୁରୁଷକୈନ୍ଦ୍ରିକ ସମାଜରେ ଯେକୌଣସି କାର୍ଯ୍ୟ କରାଇନେବା ଅତ୍ୟନ୍ତ ସହଜ। ଏଭଳି ମାନସିକତାକୁ କୌଣସି ଆଇନ ମାଧ୍ୟମରେ ସମାଧାନ କରାଯାଇପାରିବ ନାହିଁ। ସରକାର ଯଦି ବାସ୍ତବରେ ଏହି କୁସଂସ୍କାରକୁ ଦମନ କରିବାକୁ ଚାହିଁବେ, ତେବେ ଡାହାଣୀ ଭାବେ ବଦ୍‌ନାମ କରାଯାଉଥିବା ନିର୍ଯାତିତ ମହିଳାଙ୍କୁ ସୁରକ୍ଷା ଦେବା ସହ ତାଙ୍କ ସମ୍ପତ୍ତିକୁ ସୁରକ୍ଷିତ ରହିବାର ଉପାୟ ବାହାର କରିପାରନ୍ତି। ଗ୍ରାମାଞ୍ଚଳର ପୁରୁଷମାନେ ଯଦି ବୁଝିଯିବେ ଯେ, ଅସହାୟାଙ୍କୁ ବିଦା କରିଦେଲେ ତାଙ୍କ ସମ୍ପତ୍ତି ହାତେଇବା ଅସମ୍ଭବ ହୋଇପଡ଼ିବ, ତେବେ ଅଧିତ୍କାଂଶ ସ୍ଥାନରେ ଏଭଳି ଅପରାଧ ହ୍ରାସ ପାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri