ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ

ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବେଦାନ୍ତ କମ୍ପାନୀ ଏହି ଖଣି କାର୍ଯ୍ୟ ଆରମ୍ଭ ବେଳେ ଖଣି ପାଇଁ ବିସ୍ଥାପିତ ହେବାକୁ ଥିବା ଜାମକାନି, ଗିରସୀମା, ଝାରପଲମ ଓ ମେଣ୍ଡ୍ରା ପଞ୍ଚାୟତବାସୀ ଏହାକୁ ପ୍ରତିବାଦ କରି ୨୦୧୩ ନୂତନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଥଇଥାନ ଯୋଗାଇ ଦେବା ଦାବିରେ ବିରୋଧ କରିଥିଲେ। ଫଳରେ ପୋଲିସ-ସହିତ ବିସ୍ଥାପିତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାଭିତରେ କମ୍ପାନୀ ପକ୍ଷରୁ ଖଣି ଖନନ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ବେଳେ ବିସ୍ଥାପିତମାନେ ନିଜ ଦାବି ନେଇ ସେଠାରେ ଧାରଣାରେ ବସିରହିଛନ୍ତି। ଅପରପକ୍ଷରେ ପୂର୍ବରୁ ଏହି ଜାମକାନି କୋଇଲା ଖଣିକୁ ପ୍ରଥମେ ଭୂଷଣ କମ୍ପାନୀକୁ ଆବଣ୍ଟିତ ହୋଇଥିଲା। ସେତେବେଳେ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ୨୦୦୬ ଜମି ଅଧଗ୍ରହଣ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତି ପ୍ରଦାନ ହୋଇଛି। ମାତ୍ର ପରବର୍ତ୍ତୀ ସମୟରେ ଏହି କୋଲ ବ୍ଲକ ଭୂଷଣ କମ୍ପାନୀକୁ ବାତିଲ ପରେ ୨୦୨୦ରେ ବେଦାନ୍ତ କମ୍ପାନୀକୁ ଏହି ଖଣି ଆବଣ୍ଟିତ ହୋଇଛି। ଖଣି କାର୍ଯ୍ୟ ଆରମ୍ଭ ପୂର୍ବରୁ ବେଦାନ୍ତ କମ୍ପାନୀ ଓ ଜିଲା ପ୍ରଶାସନ ତରଫରୁ ଏହି ଦାବିନେଇ ବହୁବାର ବିସ୍ଥାପିତଙ୍କ ସହ ଆଲୋଚନା ହୋଇଛି। ଖଣି କାର୍ଯ୍ୟ ବିଳମ୍ବ ହୋଇଥିବାରୁ ଏପରିକି କମ୍ପାନୀ ପକ୍ଷରୁ ଏକର ପିଛା ୬ଲକ୍ଷ ଟଙ୍କା ପ୍ରଦାନ ସହ ଅନ୍ୟାନ୍ୟ ପାରିପାଶର୍‌ବିକ ଉନ୍ନୟନ କାର୍ଯ୍ୟ କରିଯିବାକୁ। ପ୍ରତିଶ୍ରୁତି ପ୍ରଦର୍ଶନ କରାଯାଇଥିଲା।ମାତ୍ର ବିସ୍ଥାପିତମାନେ ନୂତନ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ଯୋଗାଇ ଦେବା ଦାବି କରିଛନ୍ତି। ନ ହେଲେ ଭିଟାମାଟି ମାଟି ଛାଡ଼ିବୁ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଆଇନ ଶୃଙ୍ଖଳା ପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବେଲେ ଆଉ ୨ ପ୍ଲାଟୁନ ପୋଲିସ ଫୋର୍ସ ରିଜର୍ଭ ରହିଛନ୍ତି। ଦାବି ପୂରଣ ନେଇ ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କ ସହ ଆଲୋଚନା ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri