Posted inଖେଳ

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ସହ ଆଣ୍ଡରସନଙ୍କ ତୁ ତୁ ମେଁ ମେଁ ହୋଇଥିଲା। ଏହାକୁ ନେଇ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ତର୍କ ବିତର୍କ ଜାରି ରହିଥିବା ବେଳେ କ୍ରିକେଟରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆଣ୍ଡରସନ ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଫଟୋକୁ ଖଣ୍ଡ ଖଣ୍ଡ କରୁଥିବା ଦେଖାଯାଇଛି।

ଭାଇରାଲ ଭିଡିଓଟି ଆଇପିଏଲ୍‌ ୨୦୧୯ ସମୟର। ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଚାଲିଥିବା ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ରେ ଅଶ୍ୱିନ ଅମ୍ପାୟାରଙ୍କ ସହଯୋଗରେ ଜୋସ ବଟଲରଙ୍କୁ ଆଉଟ୍‌ କରିଥିଲେ। ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଣ୍ଡରସନ ଏକ ସାକ୍ଷାତକାରରେ ଅଶ୍ୱିନଙ୍କ ଏଭଳି ବ୍ୟବହାରକୁ ପସନ୍ଦ କରି ନ ଥିଲେ। ଏହା ଖେଳ ଭାବନା ବିପରିତରେ ବୋଲି କହିଥିଲେ। ଏହି ସାକ୍ଷାତକାରର ହୋଷ୍ଟ ଗ୍ରେଗ୍‌ ଜେମ୍ସ ଏକ ଭିଡିଓ ଶେୟାର କରିଥିଲେ। ଏବେ ଉକ୍ତ ଭିଡିଓଟି ପୁଣିଥରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତିମ ବଲରେ ଛକା ମାରି ବରୋଦାକୁ ସେମିଫାଇନାଲ ଟିକେଟ୍‌ ଦେଲେ ସୋଲାଙ୍କି

ଅହମ୍ମଦାବାଦ,୨୭ା୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ହରିୟାଣାକୁ ୮ ଉଇକେଟରେ ହରାଇ ଦେଇଛି ବରୋଦା। ଏହି ବିଜୟ...

ଭାରତୀୟ ସୁରକ୍ଷା କର୍ମୀଙ୍କୁ ମ୍ୟାଚ୍‌ ବଲ ଦେଲେ ପାକିସ୍ତାନ କ୍ରିକେଟର

ଭିକ୍ଟୋରିଆ,୨୩।୧୨- ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନ ବାମହାତୀ ପେସର ହାରିସ ରଫ କ୍ରିକେଟ ପ୍ରଶଂସକଙ୍କ ମନ ଜିଣି...

ଟସ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାଞ୍ଚିରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ...

କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍‌ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ...

ଭାରତୀୟ ଖେଳାଳିଙ୍କ ବେଳେବେଳେ ମସ୍ତିଷ୍କ କାମ କରୁନାହିଁ: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇସଲମାବାଦ,୨୭।୮: ଭାରତ ଏବଂ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଟେଷ୍ଟରେ ଆୟୋଜକ ଇଂଲଣ୍ଡ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମେ...

ଇଂଲଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡ଼ିବେ ରାମପ୍ରକାଶ

ଲଣ୍ଡନ,୩୧।୫- ଇଂଲଣ୍ଡ ଜାତୀୟ ଦଳର ବ୍ୟାଟିଂ କୋଚ ମାର୍କ ରାମପ୍ରକାଶ ଜୁନରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ୫୨ ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲିଶ...

କିମ୍ବଦନ୍ତୀ ଶଟଲର ଲିଙ୍କ ଅବସର

ପୁତ୍ରାଜାୟା(ମାଲେସିଆ),୧୩।୬(ଏଏଫପି): କକର୍ଟ ଭଳି ମାରାତ୍ମକ ରୋଗରୁ ମୁକ୍ତ ହେବା ପରେ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଗୁରୁବାର ଅବସର ନେଇଛନ୍ତି। ଲୁହ ଭରା ଆଖିରେ...

ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍‌ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର...

Advertisement
Archives

Model This Week