ଭୁଶୁଡୁଛି ଯାଜପୁର ଜିଲା ବିଜେଡି ଗଡ଼

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୧୭ା୮: ରାଜ୍ୟ ଶାସନ ବିଜେଡି ହାତରୁ ଖସିବା ପରେ ବିଭିନ୍ନ ସ୍ଥାନରେ ଦଳୀୟ ସ୍ଥିତି ଦୋହଲିବାରେ ଲାଗିଛି। ସେଥିମଧ୍ୟରେ ଯାଜପୁର ଜିଲା ଅନ୍ୟତମ। ଏଠାରେ ବି ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଗତ କିଛି ସପ୍ତାହ ତଳେ ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ବହୁ ବିଜେଡି ନେତା ଓ ଦଳ ସମର୍ଥନରେ ଜିତିଥିବା ଲୋକ ପ୍ରତିନିଧି ଭାଜପାରେ ସାମିଲ ହୋଇଥିଲେ। ଏବେ ଏହି ଧାରା ଜିଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନରେ ବରୀରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବିଜୟୀ ହୋଇଛନ୍ତି। ଏହାସତ୍ତ୍ୱେ ଏଠାରେ ବିଜେଡି ଗଡ଼ ଭୁଶୁଡ଼ିବା ଆରମ୍ଭ ହୋଇଛି। ଭାଜପାର ବିଧାୟକ ପ୍ରାର୍ଥୀ ଉମେଶ ଜେନାଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ୍ଡିଙ୍କ ସହ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଦୀର୍ଘଦିନର ବିଜେଡି ସହିତ ଥିବା ସମ୍ପର୍କକୁ ତୁଟାଇ ପଦ୍ମ ଧରିଛନ୍ତି। ତେବେ ନିଜ ନେତାଙ୍କ ବିଜୟ ସତ୍ତ୍ୱେ ଏହି ପ୍ରକାର ବିପର୍ଯ୍ୟୟ ଜିଲା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ବ୍ଲକ ଅଧ୍ୟକ୍ଷ ଗେଡ୍ଡିଙ୍କ ସମେତ ଯୁବ ନେତା ସଞ୍ଜୀବ ଜେନା, ୬ ଜଣ ସରପଞ୍ଚ ଓ ୧୨ ଜଣ ସମିତି ସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ ବିଧାୟକ ମଲ୍ଲିକଙ୍କ ପ୍ରତିଆରା ପ୍ରତି ବିପଦ ସୃଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି।
ଶୁକ୍ରବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ଜିଲା ସଭାପତି ଗୌତମ ରାୟ, ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ସମୀର ମହାନ୍ତି, ନାଉରୀ ନାୟକ, ଉମେଶ ଜେନା, ଆଶୁତୋଷ ପରିଡ଼ା, ମନୋଜ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କଳାମାଟିଆ ସମିତି ସଭ୍ୟ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଅନ୍ୟାସୀପୁରର ରମେଶ ଚନ୍ଦ୍ର ସାହୁ, ବାଲିବିଲର ସୁଧାଂଶୁବାଳା ସାମଲ, ଅଲିପୁରର ଅଶୋକ କୁମାର ଗେଡ୍ଡି, ବରୀର ସଞ୍ଜୀବ ଜେନା, ରମ୍ପାର ଜ୍ୟୋତିର୍ମୟୀ ବେହେରା, ଅଙ୍ଗାଳୋର ସ୍ବପ୍ନାରାଣୀ ସେଠୀ, ଅଟିରା ପ୍ରୀତିରଞ୍ଜନ ଜେନା, କିମ୍ଭିରିଆପାଳର କାବେରୀ ମାଝୀ, ବାଲିଆର ମାନସୀ ଦାସ, ମନ୍ଦାରୀର ଧୀରେନ୍ଦ୍ର ଦାସ ଓ ଉଦୟପୁରର ସମିତି ସଭ୍ୟା ନିର୍ଝରିଣୀ ସାମଲ ରହିଛନ୍ତି। ସେହିପରି ସରପଞ୍ଚ ଭାବେ ମନ୍ଦାରୀର ଧୀରେନ୍ଦ୍ର ଜେନା, ଚନ୍ଦନପୁରର ଚପଲା ମଲ୍ଲ, ରମ୍ପାର ମାନସ ଜେନା, କଳାମାଟିଆର ରଶ୍ମିତା ପରିଡା, ଅଙ୍ଗାଳୋର ଶକୁନ୍ତଳା ମଲ୍ଲିକ ଓ ଇଶାନପୁର ପଞ୍ଚାୟତର ମାମିନା ଦାସ ପଦ୍ମ ଧରିଛନ୍ତି। ଗୋଳକୁଣ୍ଡର ସବିତା ବେହେରାଙ୍କ ସ୍ବାମୀ ସହଦେବ ବେହେରା ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି। ନବ ନିର୍ବାଚିତ ବିଧାୟକ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚକ୍ରାନ୍ତ କରୁଥିବା ଜାଣି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଆଗକୁ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଓ ତାଙ୍କ ସ୍ବାମୀ ତଥା ସଂଗଠକ ଦେବେନ୍ଦ୍ର ଦାସ ମଧ୍ୟ ବିଜେଡି ଛାଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।
କିଛିଦିନ ତଳେ ଧର୍ମଶାଳା ଓ ରସୁଲପୁର ବ୍ଲକର ୧୩ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟାସଭ୍ୟ ଓ ୮ ଜଣ ସରପଞ୍ଚ ଭାଜପାରେ ସାମିଲ ହୋଇଥିଲେ। ସେହିପରି ସୁକିନ୍ଦା ନିର୍ବାଚନମଣ୍ଡଳୀର କାଳିଆପାଣି ଖଣି ଅଞ୍ଚଳରେ ୧୦୦୦ରୁ ଅଧିକ ଶ୍ରମିକ ଓ କର୍ମଚାରୀଙ୍କ ସମେତ କେତେଜଣ ଖଣି ନେତା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ନେତୃତ୍ୱାଧୀନ ପୁରୁଣା ସଂଘ ଛାଡ଼ି ନୂଆ ସଂଘରେ ମିଶିଛନ୍ତି। ଏସବୁରୁ ଯାଜପୁର ଜିଲାରେ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ବିଜେଡି ଜିଲା ସଭାପତି ସରୋଜ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ ବିଜେଡି ଛାଡ଼ିଥିବା ଖବର ଆସୁଛି ସେମାନଙ୍କ ମଧ୍ୟରୁ କେତେଜଣ ଭାଜପା କିମ୍ବା ବିଜେଡିକୁ ସମର୍ଥନ କରୁଥିଲେ ତାହା ତର୍ଜମା କରିବେ। ଅନ୍ୟପକ୍ଷେ ବିଜେଡି ବିଧାୟକ ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶୁକ୍ରବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?