Posted inଜାତୀୟ

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍‌ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ କ୍ଷରୁ ଏହାର ପର୍ଦ୍ଦାଫାଶ୍‌ କରାଯାଇଛି। ଡାସନାସ୍ଥିତ ମନ୍ଦିର ମହନ୍ତ ନରସିଂହାନନ୍ଦ ସରସ୍ବତୀଙ୍କ ହତ୍ୟା ସହିତ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ କଶ୍ମୀରରୁ ଗିରଫ କରାଯାଇଛି। ତାଙ୍କୁ ପଚରା ଉଚରା ସମୟରେ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ନାମ ମହମ୍ମଦ ଡାର ଜାହାଙ୍ଗୀର ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଜୈଶ୍‌ ସଂଗଠନ ପକ୍ଷରୁ କଣ୍ଟ୍ରାକ୍ଟ କିଲିଂ ପାଇଁ ଟଙ୍କା ଦିଆଯାଇଥିବା ସେ ପୋଲିସକୁ କହିଛନ୍ତି। ଉତ୍ତରପ୍ରଦେଶ ସମେତ ଅନ୍ୟ ଅଞ୍ଚଳରେ ଦଙ୍ଗା ସୃଷ୍ଟି କରାଇବା ଲାଗି ମଧ୍ୟ ତାଙ୍କୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଡାର୍‌ଙ୍କ ପାଖରୁ ସାଧୁଙ୍କ ବେଶଭୂଷା, ପେଟ୍ରୋଲ ଏବଂ କେତେକ ମାଗାଜିନ୍‌ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସର ୫୩୩ କର୍ମଚାରୀ କରୋନା ଆକ୍ରାନ୍ତ

ମୁମ୍ବାଇ, ୯।୯: ମହାରାଷ୍ଟ୍ର ପୋଲିସରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୩ ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟ ପୋଲିସ...

ମୋଦିଙ୍କ ହାତରେ ‘ରାଜଦଣ୍ଡ’

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଅଧିନମ(ତାମିଲନାଡୁର ସାଧୁ) ମହନ୍ତଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।...

କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର...

ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ...

ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ...

ଉଚ୍ଛେଦ ହେବ ଅଧିକାଂଶ ଆସନ

ନୂଆଦିଲ୍ଲୀ,୬।୨: ଜମ୍ମୁ-କଶ୍ମୀରର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମାରେ ବ୍ୟାପକ ପରିବର୍ତ୍ତନ ଲାଗି ସୀମା ନିର୍ଦ୍ଧାରଣ କମିଶନ ପ୍ରସ୍ତାବ ଦେଇଛନ୍ତି। କମିଶନ ପ୍ରସ୍ତୁତ...

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର...

ଭୋଟରଙ୍କ ଚୌକା-ଛକାରେ ଶତକ ପୂରଣ କଲା ଭାଜପା: ମୋଦି

କୋଲକାତା,୧୨।୪: ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବ। ରାଜ୍ୟର ଭୋଟରଙ୍କ ଚୌକା...

Advertisement
Archives

Model This Week