Advertisement
Posted inଜାତୀୟ

ସୀମା ବିବାଦ ମାଧ୍ୟମରେ ଭାରତର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି ଜୟରାମ ରମେଶ: ମହେଶ ଜେଠାମାଲାନି…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ ଆଇନଜୀବୀ ମହେଶ ଜେଠାମାଲାନି କଂଗ୍ରେସ ନେତା ଜୟରାମ ରମେଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚାଇନା ସମର୍ଥକ ଭାବରେ ରମେଶଙ୍କୁ ସମ୍ବୋଧିତ କରିଛନ୍ତି। ଜେଠାମାଲାନି କହିଛନ୍ତି, ସେ ଚାଇନା ପଟେ ଥିବା ସ୍ପଷ୍ଟ ହୋଇଛି। ମୁଁ ଏକ ଲିଙ୍କ ଶେୟାର କରିଛି ଯେଉଁଥିରେ ଚାଇନାମାନେ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେ ଯାହା କହୁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ଭାରତୀୟ ଭାବରେ ମୁଁ ଚିନ୍ତିତ ଯେ ସେ ସମ୍ବେଦନଶୀଳ ସୀମା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବା ସହିତ ଦେଶର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି।

ଏପରି ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରାଯିବା ଉଚିତ। ଯଦି କେହି ଭାରତ ବିରୁଦ୍ଧରେ ଏବଂ ଚାଇନାକୁ ସମର୍ଥନ କରୁଛନ୍ତି, ତେବେ ସେ ଭାରତ ପାଇଁ ଚିନ୍ତା କରୁଛନ୍ତି ନା କୌଣସି ସ୍ବାର୍ଥ ପାଇଁ ଏଭଳି ଜାରି ରଖିଛନ୍ତି ତାହା ବିଚାର କରାଯିବା ଜରୁରୀ।

ଭାଜପାର ରାଜ୍ୟସଭା ସଦସ୍ୟ ମହେଶ ଜେଠାମାଲାନି କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ପୁସ୍ତକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ଚାଇନା ଟେଲିକମ କମ୍ପାନୀ ହୁଆୱେଇର କାର୍ଯ୍ୟକଳାପକୁ ଭାରତରେ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ରମେଶଙ୍କ ପୁସ୍ତକରୁ କିଛି ଅଂଶ ଶେଆର କରି ଜେଠାମାଲାନି ଟୁଇଟ କରି କହିଛନ୍ତି ଯେ ୨୦୦୫ ମସିହାରୁ ଜୟରାମ ରମେଶ ଚାଇନାର ଟେଲିକମ କମ୍ପାନୀ ହୁଆୱେଇର ଭାରତରେ କାର୍ଯ୍ୟକଳାପ ପାଇଁ ଲବି କରୁଛନ୍ତି। ସୁରକ୍ଷା ପ୍ରତି ବିପଦ ଥିବାରୁ ଅନେକ ଦେଶରେ ହୁଆୱେଇକୁ ନିଷେଧ କରିଛନ୍ତି। ଚାଇନ ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ଜୟରାମ ମଧ୍ୟ ପ୍ରଶ୍ନ କରିଛନ୍ତି। ପ୍ରଥମେ ସେ ହୁଆୱେଇ ସହିତ ନିଜର ସମ୍ପର୍କ ପ୍ରକାଶ କରିବା ଉଚିତ।

ସୂଚନାଯୋଗ୍ୟ,ଚାଇନାର ନେଟୱାର୍କିଂ ପ୍ରମୁଖ ହୁଆୱେଇ ଟେକ୍ନୋଲୋଜିର ବେଙ୍ଗାଲୁରୁରେ ଏକ ବଡ଼ ଉପସ୍ଥିତି ରହିଛି ଏବଂ ଏହା ବିସ୍ତାର କରିବାକୁ ଚାହୁଁଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏନେଇ ଏକ ପ୍ରତିବନ୍ଧକ ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା...

ଡେଙ୍ଗୁ, ମ୍ୟାଲେରିଆ ମମତାଙ୍କ ବନ୍ଧୁ: ଶାହା

ନୂଆଦିଲ୍ଲୀ,୨୫।୩: ୫ଟି ରାଜ୍ୟସଭା ନିର୍ବାଚନ ପାଇଁ ବର୍ତ୍ତମାନ ଜୋର୍‌ଦାର ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ଏବଂ ଆସାମରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ...

କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ

କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ...

ନମାଜ ପାଇଁ ଆସ, ଡେଟିଂ ମନା

ନୂଆଦିଲ୍ଲୀ,୨୫।୧୧:ଜାମା ମସ୍‌ଜିଦ ଉପାସନାର ସ୍ଥାନ ଏବଂ ଏଥିପାଇଁ ଲୋକଙ୍କୁ ସ୍ବାଗତ କରାଯାଉଛି। କିନ୍ତୁ ଯୁବତୀ/ମହିଳା ଏକୁଟିଆ ଆସି ଡେଟିଂ ପାଇଁ ଅପେକ୍ଷା କରିବାର ସ୍ଥାନ ଏହା...

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ନୁହନ୍ତି

ନୂଆଦିଲ୍ଲୀ,୪ା୧: ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଅତିରିକ୍ତ...

ଏବିଭିପି ନେତାରୁ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩।୭: ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଉଧାମସିଂନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ...

ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ନେପାଳ ସୀମାଦେଇ କରୋନା ସଂକ୍ରମଣ ପାଇଁ ଚାଲିଛି ଯୋଜନା !

ନୂଆଦିଲ୍ଲୀ,୧୦।୪: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ତଥା ସମସ୍ତ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି। ହେଲେ ଏହି ସମୟରେ ଏମିତି ଏକ ଖବର ଆସିଛି...

Advertisement
Archives

Model This Week