ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

ନିଶ୍ଚିନ୍ତକୋଇଲି,୧୩।୧୧(ଅଶୋକ କୁମାର ମହାପାତ୍ର ): କଟକ ଜିଲା  ମାହାଙ୍ଗା  ଥାନା ଅଧୀନ  କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରା  ନିଲମ୍ବିତ ହୋଇଛନ୍ତି। ଗ୍ରାମାଞ୍ଚଳ ଏସ୍‌ପିଙ୍କ ଆଦେଶ ନଂ. ୨୯୮୮/୨୫ ତା ୧୩.୧୧.୨୫ ଅନୁଯାୟୀ  ଏସ୍‌ଆଇ ମନଜଙ୍କୁ ମାହାଙ୍ଗା ଥାନା ଅଧିକାରୀ  ଜରିଆରେ ଆଦେଶ ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଥାଉ ଜଣେବ୍ୟକ୍ତିଙ୍କୁ ବେଆଇନ ଭାବେ ମାଡ଼ ମାରିଥିଲେ। ସେ ପୋଲିସ ମହାନିର୍ଦେଶକ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମାଞ୍ଚଳ ଏସ୍‌ପି  ତଦନ୍ତ କରି  ମନୋଜଙ୍କୁ ନିଲମ୍ବିତ କରିଛନ୍ତି।
କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧିକାରୀ ସମସରପୁର ଗ୍ରାମ ପ୍ରଧାନସାହିର ଦେବବ୍ରତ ପ୍ରଧାନଙ୍କୁ ଗତ ୧୦ତାରିଖ ରାତି ଅଧରେ ଘରୁ ଡାକି ନେଇ ନିର୍ଦ୍ଧୁମ୍‌ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ଡିଜିଙ୍କୁ ବୁଧବାର ଦେବବ୍ରତ ଅଭିଯୋଗ କରିବା ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ବିନିତ୍‌ ଅଗ୍ରଓ୍ବାଲ୍‌ଙ୍କୁ ଡିଜି ଜଣାଇଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କଟକ ହେଡ କ୍ୱାର୍ଟରରୁ ଡିଏସ୍‌ପି ଅର୍ଚ୍ଚନା ଦେବୀ ଫାଣ୍ଡିରେ ସନ୍ଧ୍ୟାରେ ପହଞ୍ଚତ୍ ଯୁବକଙ୍କୁ ମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଦେବବ୍ରତ ଡିଜିଙ୍କୁ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ସେ ଜଣେ ଅନାଥ ଯୁବକ। ୮ ବର୍ଷ ତଳେ ବାପାଙ୍କ ଦେହାନ୍ତ ପରେ ଦାରିଦ୍ର୍ୟ ଯୋଗୁ ମା’ କେଉଁ ଆଡ଼େ ପଳାଇଛନ୍ତି। ଏଣୁ ତାଙ୍କ ବିଧବା ବୁଢ଼ୀ ଆଈ ମା’ ସହ ସେ ଘରେ ରୁହନ୍ତି। ଘର ଚଳାଇବା ପାଇଁ ଏକ ଜଳଖିଆ ଦୋକାନରେ କାମ କରନ୍ତି। ବଡ଼ ବାପା ବାଇନ ପ୍ରଧାନ ବାହାରେ ରହୁଥିବାବେଳେ ତାଙ୍କ ପରିବାର ପକ୍ଷରୁ ଦେବବ୍ରତଙ୍କ ଘରକୁ ଲଗାଇ ପାଇଖାନା ନିର୍ମାଣ କରାଯାଉଛି। ଏନେଇ ଗତ ୧୦ ତାରିଖ ରାତିରେ ଦେବବ୍ରତ ତାଙ୍କ ବଡ଼ବୋଉଙ୍କୁ ପଚାରିବାରୁ ସେ ଗାଳିମନ୍ଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ଏହାର କିଛି ସମୟ ପରେ ଫାଣ୍ଡି ଅଧିକାରୀ ମନୋଜ ବେହେରା ସଦଳବଳ ଆସି ଦେବବ୍ରତଙ୍କୁ ଘରୁ ବାହାରକୁ ଆସିବା ପାଇଁ କହିଥିଲେ। ସେ ବାହାରକୁ ଆସିବା କ୍ଷଣି କିଛି ପଚରା ଉଚରା ନ କରି ଗାଡ଼ିରୁ ବାଡ଼ି ଆଣି ପିଟିବା ସହ ମୁହଁକୁ ଚାପୁଡ଼ା ଓ ମୁଥ ମାରିଥିଲେ। ଏପରି କି ତାଙ୍କୁ ଗାଡ଼ିରେ ବସାଇ ବଡ ବୋଉଙ୍କୁ କିଛି ନ କହିବାକୁ ତାଗିଦ୍‌ କରିଥିଲେ। ଏହା ପରେ ଫାଣ୍ଡି ଅଧିକାରୀ ଦେବବ୍ରତଙ୍କ ଠାରୁ ମୋବାଇଲ୍‌ ଏବଂ ପକେଟରୁ ୭୦୦ଟଙ୍କା ନେଇ ମଙ୍ଗଳବାର ଫାଣ୍ଡିକୁ ଯିବାକୁ କହିଥିଲେ। ପରଦିନ ସକାଳେ ଫାଣ୍ଡିକୁ ଯାଇ ଦେବବ୍ରତ ମୋବାଇଲ୍‌ ଆଣିଥିବାବେଳେ ଫାଣ୍ଡି ଅଧିକାରୀ ୭୦୦ ଟଙ୍କା ଫେରାଇ ନ ଥିଲେ। ତେଣୁ ଦେବବ୍ରତ ବୁଧବାର ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରି ଘଟଣାର ଅନୁଧ୍ୟାନ ସହ ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏ ନେଇ ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରାଙ୍କୁ ତାଙ୍କ ମୋବାଇଲ ନଂ.୯୭୭୬୬୭୭୦୪୬କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ। ମାହାଙ୍ଗା ଥାନା ଅଧିକାରୀ ତପନ କୁମାର ରାଉତଙ୍କୁ ପଚାରିବାରେ ଏ ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri