Posted inରାଜ୍ୟ

ଜେଲ ମୋ ପାଇଁ ତୀର୍ଥକ୍ଷେତ୍ର: ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୧୪।୬(ପ୍ରଭାତ ପାଣିଗ୍ରାହୀ): ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ନବନିର୍ବାଚିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ବୁଧବାର ନିୟମିତ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ଉପରେ ନିମ୍ନ ଅଦାଳତ ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଖୋର୍ଦ୍ଧା ଜେଏମ୍‌ଏଫ୍‌ସି କୋର୍ଟରେ ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ ମିଳିଛି। କୋର୍ଟରୁ ସେ ବାହାରିବା ପରେ ଭାଜପା ନେତା ଓ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ଏହି ଅବସରରେ ଜଗଦ୍ଦେବ କହିଛନ୍ତି, ତାଙ୍କ ଗିରଫଦାରି ଏକ ଚକ୍ରାନ୍ତ ଥିଲା। ନ୍ୟାୟାଳୟ ଉପରେ ବିଶ୍ୱାସ ଓ ଭରସା ଥିଲା, ସତ୍ୟର ଜୟ ହୋଇଛି। ଖୋର୍ଦ୍ଧାର ବିକାଶ ପାଇଁ ମହତ୍‌ କାର୍ଯ୍ୟରେ ଜେଲ ଯାଇଥିଲେ ଦୁଃଖ ଲାଗି ନ ଥାନ୍ତା, ଅନ୍ୟମାନେ ରାଗ ଶୁଝାଇବା ପାଇଁ ଜେଲ ଯିବାକୁ ପଡିଲା, ତାକୁ ସହଜରେ ଗ୍ରହଣ କରିପାରୁନାହିଁ। ଅନେକଥର ବିଭିନ୍ନ କାରଣରୁ ଜେଲ ଯାଇଛି। ଜେଲ ମୋ ପାଇଁ ଏକ ତୀର୍ଥକ୍ଷେତ୍ର। ସେଠାରେ ନିରୋଳାରେ ଆତ୍ମବିଶ୍ଳେଷଣ ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି।

ସେ ଆହୁରି କହିଥିଲେ, ନିର୍ବାଚିତ ହେବା ପରେ କାର୍ଯ୍ୟ ଆରମ୍ଭ କରିଦେଇଛି। ଜେଲରେ ଅନ୍ତେବାସୀଙ୍କ ପାଇଁ ସ୍ଥାନ ପର୍ଯ୍ୟାପ୍ତ ନୁହଁ। ଜିଲା ଜେଲ ପାଇଁ ୨୫ ଏକର ଜମି ଆବଶ୍ୟକ। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିଛି। ସେହିପରି ଖୋର୍ଦ୍ଧା କୋର୍ଟ ପାଇଁ ଆବଶ୍ୟକ ୫ ଏକର ଜମି ପାଇଁ ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କରିଛି। ପାଇକ ସ୍ମାରକୀ ନିର୍ମାଣ ତ୍ୱରାନ୍ବିତ ସହ ପାଇକ ଏକାଡ଼େମୀ ଏବଂ ଖୋର୍ଦ୍ଧାଗଡ଼ର ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର, ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଖାଲିପଡିଥିବା ଜାଗାର ବ୍ୟବହାର କରାଯିବ। ଖୋର୍ଦ୍ଧା ସହରର ମାଷ୍ଟରପ୍ଲାନ କରାଯିବ। ଏଥିସହିତ ବିଶୁଦ୍ଧ ପାନୀୟଜଳ, ଜଳସେଚନ, ସ୍ବାସ୍ଥ୍ୟର ବିକାଶ ପ୍ରତି ବିଶେଷ ଗୁରୁତ୍ୱ ରହିବ ବୋଲି ଜଗଦ୍ଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୬।୩: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri