Posted inଜାତୀୟ

ଗୋଟିଏ ଶାଢିରେ ୩୨,୨୦୦ ଥର ‘ଜୟ ଶ୍ରୀ ରାମ’ ଲେଖି ଚର୍ଚ୍ଚାରେ ବୁଣାକାର

ହାଇଦ୍ରାବାଦ୍‌,୨୧।୪: ଆନ୍ଧ୍ରପ୍ରଦେଶର ଧର୍ମଭରମର ଜଣେ ବୁଣାକାର ୬୦ ମିଟର ଲମ୍ବା ରେଶମ ଶାଢିରେ ୧୩ଟି ଭାରତୀୟ ଭାଷାରେ ୩୨,୨୦୦ ଥର ‘ଜୟ ଶ୍ରୀ ରାମ’ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ଅନନ୍ୟ ଶାଢି ବୁଣିି ପ୍ରଭୁ ରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରେଶମ ଶାଢିର ଲମ୍ବ ୬୦ମିଟର, ଚଉଡା ୪୪ ଇଞ୍ଚ। ଶ୍ରୀ ସତ୍ୟ ସାଇ ଜିଲାର ଧର୍ମଭରମରେ ରହୁଥିବା ଏହି ବୁଣାକାର ଜଣଙ୍କ ହେଲେ ୪୦ ବର୍ଷ ବୟସ୍କା ଜୁଜାରୁ ନାଗାରାଜୁ। ସେ ଏହି ରେଶମ ଶାଢିକୁ ‘ରାମ କୋଟି ବସ୍ତ୍ରମ୍‌’ ନାମରେ ନାମିତ କରିଛନ୍ତି। ଶାଢିରେ କେବଳ ରାମାୟଣର ସୁନ୍ଦରକାଣ୍ଡ ନୁହେଁ, ଶାଢି ଉପରେ ପ୍ରଭୁ ରାମଙ୍କର ୧୬୮ ଭିନ୍ନ ଚିତ୍ର ମଧ୍ୟ ରହିଛି।
ଏହି କାର୍ଯ୍ୟ ସମାପ୍ତ କରିବା ସହଜ ନ ଥିଲା। ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା। ଏହି ଶାଢି ତିଆରିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ନାଗାରାଜୁ ୧୬ କିଲୋ ରେଶମ କପଡ଼ାରେ ଶାଢିକୁ ଡିଜାଇନ୍‌ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବାରେ ୪ ମାସ ଲାଗିଛି। ତିନି ଜଣ ଲୋକ ପ୍ରତିଦିନ ଶାଢି ତିଆରି କରିବା କାମ କରୁଥିଲେ। ନାଗାରାଜୁ ଏହି ମାଷ୍ଟରପିସ ତିଆରି କରିବା ପାଇଁ ତାଙ୍କ ବ୍ୟକ୍ତିଗତ ସଞ୍ଚୟରୁ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେ ଏବେ ଅଯୋଧ୍ୟା ରାମାଲୟମ୍‌ଙ୍କୁ ଏହି ଶାହି ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri