ଜୟ କିଷାନ

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଦେଶର କୃଷକ ସଙ୍ଗଠନଗୁଡ଼ିକ ୮ ଡିସେମ୍ବରରେ କରିଥିବା ଭାରତ ବନ୍ଦ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କରାଯାଇଥିବା ଏହି ପ୍ରତୀକାତ୍ମକ ଧର୍ମଘଟରେ ପ୍ରାୟତଃ ଅପ୍ରୀତିକର ଘଟଣା ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ସକାଳେ ଘୋଷଣା କରାଯାଇଥିଲା ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲ୍‌ଙ୍କୁ କେନ୍ଦ୍ରଚାଳିତ ଦିଲ୍ଲୀ ପୋଲିସ ଗୃହବନ୍ଦୀ କରି ରଖିଛି। ହେଲେ ଦିଲ୍ଲୀ ପୋଲିସ ଏହାକୁ ଖଣ୍ଡନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ସେ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ଭାରତ ବନ୍ଦ ଯୋଗୁ ଧନଜୀବନ ନଷ୍ଟ ହୋଇଥିବାର ଅନେକ ନଜିର ରହିଆସିଛି। କୃଷକଙ୍କ ଏବର ଆନ୍ଦୋଳନକୁ ଅନେକ ବିରୋଧୀ ରାଜନୈତିକ ଦଳ ସମର୍ଥନ ଦେଇଥିଲେ ମଧ୍ୟ ସେମାନଙ୍କ ଅଂଶଗ୍ରହଣ କୌଣସି ମାନେ ରଖିନାହିଁ। କାରଣ କୃଷକମାନେ ରାଜନେତାଙ୍କୁ ପ୍ରତିବାଦଠାରୁ ଦୂରେଇ ରଖିଛନ୍ତି। ଇତିମଧ୍ୟରେ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହୋଇଥିବା ୫ ରାଉଣ୍ଡର ଆଲୋଚନା ଅନିର୍ଣ୍ଣାୟକ ହୋଇଛି। ୬ଷ୍ଠ ଥର ପାଇଁ ୯ ଡିସେମ୍ବରରେ କଥାବାର୍ତ୍ତା ସକାଶେ ଦିନ ଧାର୍ଯ୍ୟ ହୋଇଥିଲା। ୮ ଡିସେମ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୃଷକ ନେତାମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ଶେଷ ମୁହୂର୍ତ୍ତରେ ୯ ଡିସେମ୍ବର ବୈଠକକୁ ବାତିଲ କରିଦିଆଯାଇଛି।
ଗତ ୧୨ ଦିନ ଧରି କୃଷକ ସଙ୍ଗଠନଗୁଡ଼ିକ ନେତୃତ୍ୱରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚାଷୀମାନେ ଠୁଳ ହୋଇ ଯେଭଳି ପ୍ରତିବାଦ ଜାରି ରଖିଛନ୍ତି, ତାହା ଅତୀତରେ କଦାପି ଦେଖାଦେଇ ନ ଥିଲା। ବିବାଦୀୟ ୩ କୃଷି ଆଇନକୁ ଉଚ୍ଛେଦ କରିବା ସକାଶେ ଚାଷୀ ଜିଦ୍‌ ଧରିଥିବାରୁ ସଙ୍ଗଠନରେ ଫାଟ କରିବା ଲାଗି ଯେତେ ପେଞ୍ଚ କରାଯାଉଥିଲେ ମଧ୍ୟ ସବୁ ସରକାରୀ ମସୁଧା ବିଫଳ ହୋଇଛି। ଗୋଟେ ଧାରଣା ରହିଆସିଛି ଯେ ଭାରତରେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ରାଜନୈତକ ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇ ଶାସନ ଗାଦିରେ ବସିଲେ ମନଇଚ୍ଛା ଆଇନ ଆଣିପାରିବ। ପୂର୍ବରୁ ଭାରତୀୟମାନେ ନୂତନ ଭାବେ ପ୍ରଣୟନ ଆଇନ ସମ୍ପର୍କରେ କିଛି ବୁଝିବାକୁ ଚାହୁଁ ନ ଥିଲେ। ଆନ୍ନା ହାଜାରେଙ୍କ ଲୋକପାଳ ଆନ୍ଦୋଳନ ଦୁର୍ନୀତି ଭଳି ଏକ ଚରିତ୍ରଗତ ରୋଗକୁ ଆଇନ ପ୍ରଣୟନ ମାଧ୍ୟମରେ ବନ୍ଦ କରିବାର ଅସମ୍ଭବ ପ୍ରୟାସ କରିଥିଲା। କ୍ରମଶଃ ସେହି ସ୍ଥିତି ବଦଳିବାରେ ଲାଗିଛି। ପ୍ରଥମେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଓ ନାଗରିକ ସଂଶୋଧନ ଆଇନ (ସିଏଏ)ର ବିପଦ ବହୁତ ଲୋକ ବୁଝିପାରିଲେ। ନାଗରିକମାନେ ଜାଣିଲେ ଯେ ଏହା କେବଳ ମୁସଲମାନ ସମ୍ପ୍ରଦାୟ ବିରୋଧରେ ନୁହେଁ, କ୍ଷମତାକୁ ଯେକୌଣସି ଚିନ୍ତାଧାରା ଦଖଲ କରିବ ତାହା ସେହି ଆଇନକୁ ହିନ୍ଦୁମାନଙ୍କ ବିରୋଧରେ ମଧ୍ୟ ବ୍ୟବହାର କରାଯାଇ ପାରିବ।
ଏହି ଦୁଇ କୃଷି ଆଇନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରି ଯେଉଁ ଆନ୍ଦୋଳନ ହେଉଛି ତାହା ପ୍ରମାଣ କରୁଛି ଯେ, ଭାରତର ଜନସାଧାରଣ ଆଇନ ପ୍ରଣୟନର ଫନ୍ଦିଫିକର ବୁଝିବାକୁ ଆରମ୍ଭ କଲେଣି। ସୁସ୍ଥ ଗଣତନ୍ତ୍ରର ଆଧାରଶିଳା ହେଉଛି ଜନସାଧାରଣ ପ୍ରତ୍ୟେକ ଆଇନ ସମ୍ପର୍କରେ ସଚେତନ ହେବେ। ଏହା ହେଲେ ନିର୍ବାଚନ ସମୟରେ ଉନ୍ନତ ଦେଶଗୁଡ଼ିକ ଭଳି ଭାରତରେ ମଧ୍ୟ ସାମାଜିକ, ବହିର୍ବ୍ୟାପାର ଏବଂ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଭୋଟ ହେବ। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ଜନତାଙ୍କ ସଚେତନତା ବୃଦ୍ଧିପାଇଲେ ନେତାମାନଙ୍କର କାଳ ହେବ। ଭାରତରେ ସାମନ୍ତବାଦୀ ଚିନ୍ତାଧାରା ମାନସିକତା ସମସ୍ତଙ୍କୁ ଗ୍ରାସ କରିଛି। ସେଥିପାଇଁ ବୁଝିବାଶୁଝିବା ନାଗରିକ ସେହି ମାନସିକତାର ଶତ୍ରୁ ହୋଇଯିବ। ସେମାନଙ୍କୁ କ୍ଷୁଦ୍ର ସରକାରୀ ସହାୟତା କିମ୍ବା ଲାଳସାରେ ବାଟବଣା କରିବା କଷ୍ଟକର। କୃଷି ଆନ୍ଦୋଳନରେ ସେହିଭଳି ଆଭାସ ଦେଖିବାକୁ ମିଳୁଛି। ଅଧିକାଂଶ ବିରୋଧୀ ରାଜନୈତିକ ଦଳର ସମର୍ଥନ ଥିବା ସତ୍ତ୍ୱେ ଚାଷୀମାନେ ସେମାନଙ୍କୁ ଆନ୍ଦୋଳନରେ ପ୍ରବେଶ ଦେଲେନାହିଁ। ଏହା ଭାଜପା ପାଇଁ ଏକ ବିରାଟ ମୁଣ୍ଡବ୍ୟଥା ପାଲଟିଥିବ। କାରଣ କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ବିରୋଧରେ କହିବା ସହଜ। କିନ୍ତୁ ଭାରତୀୟ ଚାଷୀଙ୍କୁ ଦେଶଦ୍ରୋହୀ ବା ଉଗ୍ରବାଦୀ ଆଖ୍ୟା ଦେବାର ବ୍ୟକ୍ତି ନିଜେ ଦେଶଦ୍ରୋହୀ ବୋଲି ପରିଚିତ ହେବେ। ସମୟ ହିଁ କହିବ କିଏ ଜିତିପାରିଲା। ସରକାର ଏକ ବ୍ୟବସ୍ଥା, ଯାହାକି କରଦାତାଙ୍କ ଅର୍ଥ ଦ୍ୱାରା ଚାଲେ। ସେଥିପାଇଁ ଲୋକଙ୍କ ଧନକୁ ବରବାଦ୍‌ କରି ସେହି ନାଗରିକଙ୍କୁ ଦମନ କରିବା ଉଚିତ ନୁହେଁ। ସରକାର ଯଦି ଚାଷୀଙ୍କ ଦାବିକୁ ସ୍ବୀକାର କରନ୍ତି ତେବେ ଅହଂଭାବ ପରିବର୍ତ୍ତେ ଗଣତନ୍ତ୍ରକୁ ସମ୍ମାନ ଦେବେ ବୋଲି ବୁଝାପଡ଼ିବ। ମୋଦି ସରକାରଙ୍କ ‘ଜୟ ଯବାନ’ ଶୁଣାଯାଉଥିଲା, ଏବେ ‘ଜୟ କିଷାନ’ ଶୁଣାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri