Posted inଜାତୀୟ

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୫ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏହି ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ହୋଇଥିଲା। ହିଂସାକାଣ୍ଡରେ କିଛି ପୁଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri