ପରଜଙ୍ଗ,୧୧।୧୦: (ନିଗମାନନ୍ଦ ଦଳବେହେରା): ଇଚ୍ଛା ଥିଲା ଅଧ୍ୟାପକ ହେବେ। ରାଜମିସ୍ତ୍ରି କାମ କରୁଥିବା ବାପାଙ୍କ ଅଭାବୀ ସଂସାରର ବୋଝକୁ ସହଜ କରିଦେବେ। ସେଥିପାଇଁ ନାନା ଅଭାବ ଅସୁବିଧା ମଧ୍ୟରେ ବି ଅଧ୍ୟୟନ କ୍ଷେତ୍ରକୁ ସର୍ବଦା ଅଗ୍ରାଧିକାର ଦେଉଥିଲେ। ଏପରି କି ତାଳଚେର ସ୍ବୟଂଶାସିତ କଲେଜରୁ ଯୁକ୍ତ ୩ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଉଚ୍ଚତର ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ଜଣେ ଠିକାଦାରଙ୍କ ନିକଟରେ ପାର୍ଟଟାଇମ୍ କାମ କରୁଥିଲେ। ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପଥରେ ବାଧକ ସାଜିଲା କିଡ୍ନୀ ରୋଗ। ୨ଟି ଯାକ କିଡ୍ନୀର ୯୦ ଭାଗ ନଷ୍ଟ ହୋଇଯାଇଥିବାରୁ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ଗାଁର ମେଧାବୀ ଛାତ୍ର ଜଗବନ୍ଧୁ ରାଉତ (୨୪)। ପୁଅକୁ ଗୋଟିଏ କିଡ୍ନୀ ଦେବାକୁ ବାପା ଦୁଃଖବନ୍ଧୁ ପ୍ରସ୍ତୁତ ଥିଲେ ହେଁ ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି। ଫଳରେ ସରକାରୀ ଓ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଅସହାୟ ଛାତ୍ର ଜଗବନ୍ଧୁ ଓ ବାପା ଦୁଃଖବନ୍ଧୁ।
ଦୁଃଖବନ୍ଧୁ କହିଛନ୍ତି, ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ରାଜମିସ୍ତ୍ରି କାମ କରି ଯାହା ରୋଜଗାର କରନ୍ତି ତାହା ପରିବାର ଚଳାଇବାକୁ ନିଅଣ୍ଟ। ତଥାପି ପୁଅ ଜଗବନ୍ଧୁ ପିଲାବେଳୁ ଭଲ ପାଠ ପଢ଼ନ୍ତି। ଅଧ୍ୟାପକ ହେବାର ସ୍ବପ୍ନ ଥିବାରୁ ସେ ଦିଗରେ ଉଦ୍ୟମ କରିଆସିଛନ୍ତି। ହେଲେ ହଠାତ୍ ପୁଅର ଦେହ ଅସୁସ୍ଥ ହେଲା। ତୁରନ୍ତ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଜଗବନ୍ଧୁଙ୍କ ୨ଟି ଯାକ କିଡ୍ନୀ ୯୦ ଭାଗ ନଷ୍ଟ ହୋଇଯାଇଥିବା କହିଥିଲେ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସିଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଥିଲେ। ଜୀବନର ଲକ୍ଷ୍ୟ ପୂରଣ ସମୟ ପାଖେଇ ଆସୁଥିବା ବେଳେ ଭାଗ୍ୟର ଏମିତି ବିଡ଼ମ୍ବନା ପୂରା ପରିବାରକୁ ଅସହାୟ କରିଦେଇଥିଲା। ପାଖରେ ଅର୍ଥ ନ ଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେ ପୁଅର ଚିକିତ୍ସା କରିଥିଲେ। ହେଲେ କିଡ୍ନୀ ପ୍ରତିରୋପଣ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିବା ଡାକ୍ତର କହିଥିଲେ। ପୁଅକୁ ଗୋଟିଏ କିଡ୍ନୀ ଦେବାକୁ ସେ ପ୍ରସ୍ତୁତ ଥିବା ଜଣାଇବା ପରେ ଡାକ୍ତର ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ପୁଅର ଚିକିତ୍ସା ପାଇଁ ହାତଉଧାରି ବହୁ ଟଙ୍କା ଆଣିଥିବା ବେଳେ ଜାଗାବାଡ଼ି ବୋଲି କିଛି ନାହିଁ। ତେଣୁ ସରକାର ଓ ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ତାଙ୍କ ପୁଅକୁ ଭଲ କରିପାରିବ ବୋଲି ଦୁଃଖବନ୍ଧୁ କହିଛନ୍ତି। ତେଣୁ ସହାୟତା କରିବାକୁ ଚାହଁୁଥିବା ଲୋକେ ଫୋନ ନମ୍ବର ୯୬୯୨୫୩୫୫୯୮ରେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ଦୁଃଖବନ୍ଧୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପରଜଙ୍ଗ ବିଡିଓ ମନ୍ମଥ ନାୟକ କହିଛନ୍ତି, ଘଟଣା ବିଷୟରେ ସେ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଚିଠି କରିଛନ୍ତି। ଖୁବ୍ଶୀଘ୍ର ଜଗବନ୍ଧୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ View All
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…
ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…
ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ
ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…
ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…
ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ
ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…
ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….
ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…
ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

