ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି ଗୃହ ପାଇଁ ଦୀର୍ଘ ଦିନର ଦାବି ପୂରଣ ନହେବାରୁ, ଶେଷରେ ଲୋକେ ବ୍ଲକ ଘେରାଉ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରତିବାଦ ସଭାରେ ବଡ଼ମାନଙ୍କ ସହ କୁନି କୁନି ଅଙ୍ଗନବାଡି ଶିଶୁମାନେ ମଧ୍ୟ ସାମିଲ ହୋଇ ନିଜର ହକ୍ ମାଗୁଛନ୍ତି ।
ଆନ୍ଦୋଳନକାରୀଙ୍କ ସିଧାସଳଖ ଅଭିଯୋଗ, ଯେଉଁଠି ପିଲାଙ୍କ ସଂଖ୍ୟା ଅଧିକ ରହିଛି, ସେଠାରେ ହିଁ ଅଙ୍ଗନବାଡି ଗୃହ ନିର୍ମାଣ କରାଯାଉ। ସରକାରଙ୍କ ନିୟମ ଅନୁଯାୟୀ ଶିଶୁଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉ।
ଗାଁରେ ଆଜକୁ ୨୦୧୩ ମସିହାରୁ ଅଙ୍ଗନବାଡି କେନ୍ଦ୍ରଟି ଚାଲୁଅଛି । କେନ୍ଦ୍ରଟି ଭୁଲରେ ଜଗନ୍ନାଥ ପାଟଣା ଗ୍ରାମ ନାଁରେ ରହିଯାଇଛି । ଏହାର ସଂଶୋଧନ କରିବାକୁ ବାରମ୍ବାର ଗୁହାରି ଜଣାଇଥିଲେ ସୁଧା କିଏ ଶୁଣି ନଥିଲେ । ଯାହା ଫଳରେ ବର୍ତ୍ତମାନ କେନ୍ଦ୍ରଟି ଜଗନ୍ନାଥ ପାଟଣାରେ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ଗାଁର ଭାସ୍କର ବାରିକ ଚିତ୍ରସନ ପ୍ରଧାନ ଅଭିଯୋଗ ଆଣିଛନ୍ତି ।

ନାମକୁ ସଂଶୋଧନ କରା ଯାଉନି କି ଆମ ଗାଁରେ ଗୃହ ନିର୍ମାଣ କରାଯାଉନାହିଁ, ସ୍ଥାନୀୟ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ସିଧାସଳଖ ପ୍ରଶାସନ ଭୁଲ କହୁଛନ୍ତି ଗ୍ରାମବାସୀ । ଦୀର୍ଘ ଦିନ ଧରି ସ୍ଥାୟୀ ଗୃହ ନଥିବାରୁ ପିଲାଙ୍କ ପାଠପଢ଼ା ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଅପରପକ୍ଷରେ, ଏହି ବିବାଦ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଯେ, ଅଙ୍ଗନବାଡି ଗୃହର ସ୍ଥାନ ନିରୂପଣକୁ ନେଇ ଦୁଇଟି ଗାଁର ଲୋକେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ ଏହି ମାମଲା ବିଚାରାଧୀନ ଅଛି। କୋର୍ଟଙ୍କ ପକ୍ଷରୁ ଯେଉଁ ଆଦେଶ ଆସିବ, ପ୍ରଶାସନ ସେହି ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଡ଼ିଓ ସ୍ପଷ୍ଟ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

‘ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଦର୍ପଣ ସଦୃଶ’

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ଓଡ଼ିଶା ସରକାରଙ୍କ ପରାମର୍ଶ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?