ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ

କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ତେବେ କେନ୍ଦୁଝର ଜିଲାରେ ପ୍ରଚୁର ପରିମାଣରେ ପଣସ ଫଳିଥାଏ। କିନ୍ତୁ ଏହାର ଅଭାବି ବିକ୍ରି ଯୋଗୁ ଆଦିବାସୀମାନେ ବହୁ କମ୍‌ ଦରରେ ଏହାକୁ ବିକ୍ରି କରି କ୍ଷତି ସହିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ପଣସର ପ୍ରକ୍ରିୟାକରଣ ବ୍ୟବସ୍ଥା ନ ଥିବାରୁ ଏଗୁଡିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ ଏବଂ ସୁରକ୍ଷିତ ରଖାଯାଇପାରୁ ନାହିଁ। ତେବେ ଖୁସିର କଥା ପଣସ ପ୍ରକ୍ରିୟାକରଣ ପାଇଁ ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ଓସ୍କା। ଏଥିନିମନ୍ତେ ଆଦିବାସୀ ମହିଳାମାନଙ୍କୁ ନେଇ ଗଠିତ ଉତ୍ପାଦିକା ଗୋଷ୍ଠୀ ମାଧ୍ୟମରେ ତାଲିମ୍‌ ପ୍ରଦାନ କରାଯାଉଛି। ଏପରିକି ପଣସରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାର ତାଲିମ୍‌ ଏଠାରେ ଦିଆଯାଉଛି। ଶିବିରରେ ସୂଦୁର କର୍ଣ୍ଣାଟକରୁ ଆସିଥିବା ପ୍ରଶିକ୍ଷକ ତାଲିମ୍‌ ପ୍ରଦାନ କରୁଛନ୍ତି। କଞ୍ଚା ଓ ପାଚିଲା ପଣସରୁ ଚିପ୍ସ, ପାମ୍ପଡ, ଦୋଷା, ହାଲ୍‌ଓ୍ବା, କଫି ଏପରିକି ପଣସ ଅଟା ତିଆରିର କୌଶଳ ଆଦିବାସୀ ମହିଳାଙ୍କୁ ଶିଖାଯାଉଛି। ଏହି ପ୍ରଶିକ୍ଷଣ ଶିବିର ପରେ ପଣସକୁ ନଷ୍ଟ ନ କରି ବ୍ୟବସାୟଯୁକ୍ତ ଖାଦ୍ୟ ନିର୍ମାଣ କିପରି କରିପାରିବେ ତାହାର ତାଲିମ୍‌ ନେଉଛନ୍ତି ବୋଲି କେତେକ ମହିଳା ପ୍ରକାଶ କରିଛନ୍ତି।
ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରକ୍ରିୟାକରଣର ତାଲିମ ଦେଇ ସମସ୍ତଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ବୋଲି ଆସିଥିବା ପ୍ରଶିକ୍ଷକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଆଦିବାସୀ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପଣସର ସଂରକ୍ଷଣ କରି ବଜାର ସୃଷ୍ଟି କରିବା ଲକ୍ଷ୍ୟ ବୋଲି ତାଲିମ୍‌ ପ୍ରଦାନକାରୀ ସଂସ୍ଥା ଓସ୍କାର ନିର୍ଦ୍ଦେଶକ ଧରିତ୍ରୀ ରାଉତ ପ୍ରକାଶ କରିଛନ୍ତି। ଜିଲାରେ ପଣସ ଏକ ଲାଭକାରୀ ଫଳ ହେବା ସହ ଏହାର ଚାହିଦା ମଧ୍ୟ ବେଶ୍‌ ରହିଛି ା ସୂଚନାଯୋଗ୍ୟ, ଘଟଗାଁ ଓ ବାଂଶପାଳ ବ୍ଲକରୁ ୨୦ ଜଣ ମହିଳାଙ୍କୁ ଏହି ତାଲିମ୍‌ ସଦର ବ୍ଲକର ଗୋପାଳପୁର ଠାରେ ଦିଆଯାଇଥିଲା ା ସେହି ୨୦ ଜଣ ମହିଳା ନିଜନିଜ ଅଞ୍ଚଳରେ ବିଭିନ୍ନ ମହିଳାଙ୍କୁ ଏହି ପ୍ରକ୍ରିୟାକରଣ ତାଲିମ୍‌ ଦେବେ ବୋଲି ଓସ୍କାର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ବିଭିନ୍ନ ଅଞ୍ଚଳରେ ପଣସରୁ ତିଆରି ଚିପ୍ସ, ପାମ୍ପଡ, ଅଟା, କେକ୍‌ ପ୍ରଭୃତି ସାମଗ୍ରୀ ପ୍ରଥମେ ଘଟଗାଁ ମହାଲକ୍ଷ୍ମୀ ଉପତ୍ାଦକ କମ୍ପାନୀ ଦ୍ୱାରା ବିକ୍ରୟ କରାଯିବ। ପରବର୍ତ୍ତୀ ସମୟରେ ଓରମାସ୍‌ ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ୭ଶହ ଚାରାରୋପଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ରେଞ୍ଜରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ରେ ଗୁରୁବାର ମୋଟ ୭ଶହ ଚାରା…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?