ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ

କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ତେବେ କେନ୍ଦୁଝର ଜିଲାରେ ପ୍ରଚୁର ପରିମାଣରେ ପଣସ ଫଳିଥାଏ। କିନ୍ତୁ ଏହାର ଅଭାବି ବିକ୍ରି ଯୋଗୁ ଆଦିବାସୀମାନେ ବହୁ କମ୍‌ ଦରରେ ଏହାକୁ ବିକ୍ରି କରି କ୍ଷତି ସହିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ପଣସର ପ୍ରକ୍ରିୟାକରଣ ବ୍ୟବସ୍ଥା ନ ଥିବାରୁ ଏଗୁଡିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ ଏବଂ ସୁରକ୍ଷିତ ରଖାଯାଇପାରୁ ନାହିଁ। ତେବେ ଖୁସିର କଥା ପଣସ ପ୍ରକ୍ରିୟାକରଣ ପାଇଁ ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ଓସ୍କା। ଏଥିନିମନ୍ତେ ଆଦିବାସୀ ମହିଳାମାନଙ୍କୁ ନେଇ ଗଠିତ ଉତ୍ପାଦିକା ଗୋଷ୍ଠୀ ମାଧ୍ୟମରେ ତାଲିମ୍‌ ପ୍ରଦାନ କରାଯାଉଛି। ଏପରିକି ପଣସରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାର ତାଲିମ୍‌ ଏଠାରେ ଦିଆଯାଉଛି। ଶିବିରରେ ସୂଦୁର କର୍ଣ୍ଣାଟକରୁ ଆସିଥିବା ପ୍ରଶିକ୍ଷକ ତାଲିମ୍‌ ପ୍ରଦାନ କରୁଛନ୍ତି। କଞ୍ଚା ଓ ପାଚିଲା ପଣସରୁ ଚିପ୍ସ, ପାମ୍ପଡ, ଦୋଷା, ହାଲ୍‌ଓ୍ବା, କଫି ଏପରିକି ପଣସ ଅଟା ତିଆରିର କୌଶଳ ଆଦିବାସୀ ମହିଳାଙ୍କୁ ଶିଖାଯାଉଛି। ଏହି ପ୍ରଶିକ୍ଷଣ ଶିବିର ପରେ ପଣସକୁ ନଷ୍ଟ ନ କରି ବ୍ୟବସାୟଯୁକ୍ତ ଖାଦ୍ୟ ନିର୍ମାଣ କିପରି କରିପାରିବେ ତାହାର ତାଲିମ୍‌ ନେଉଛନ୍ତି ବୋଲି କେତେକ ମହିଳା ପ୍ରକାଶ କରିଛନ୍ତି।
ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରକ୍ରିୟାକରଣର ତାଲିମ ଦେଇ ସମସ୍ତଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ବୋଲି ଆସିଥିବା ପ୍ରଶିକ୍ଷକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଆଦିବାସୀ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପଣସର ସଂରକ୍ଷଣ କରି ବଜାର ସୃଷ୍ଟି କରିବା ଲକ୍ଷ୍ୟ ବୋଲି ତାଲିମ୍‌ ପ୍ରଦାନକାରୀ ସଂସ୍ଥା ଓସ୍କାର ନିର୍ଦ୍ଦେଶକ ଧରିତ୍ରୀ ରାଉତ ପ୍ରକାଶ କରିଛନ୍ତି। ଜିଲାରେ ପଣସ ଏକ ଲାଭକାରୀ ଫଳ ହେବା ସହ ଏହାର ଚାହିଦା ମଧ୍ୟ ବେଶ୍‌ ରହିଛି ା ସୂଚନାଯୋଗ୍ୟ, ଘଟଗାଁ ଓ ବାଂଶପାଳ ବ୍ଲକରୁ ୨୦ ଜଣ ମହିଳାଙ୍କୁ ଏହି ତାଲିମ୍‌ ସଦର ବ୍ଲକର ଗୋପାଳପୁର ଠାରେ ଦିଆଯାଇଥିଲା ା ସେହି ୨୦ ଜଣ ମହିଳା ନିଜନିଜ ଅଞ୍ଚଳରେ ବିଭିନ୍ନ ମହିଳାଙ୍କୁ ଏହି ପ୍ରକ୍ରିୟାକରଣ ତାଲିମ୍‌ ଦେବେ ବୋଲି ଓସ୍କାର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ବିଭିନ୍ନ ଅଞ୍ଚଳରେ ପଣସରୁ ତିଆରି ଚିପ୍ସ, ପାମ୍ପଡ, ଅଟା, କେକ୍‌ ପ୍ରଭୃତି ସାମଗ୍ରୀ ପ୍ରଥମେ ଘଟଗାଁ ମହାଲକ୍ଷ୍ମୀ ଉପତ୍ାଦକ କମ୍ପାନୀ ଦ୍ୱାରା ବିକ୍ରୟ କରାଯିବ। ପରବର୍ତ୍ତୀ ସମୟରେ ଓରମାସ୍‌ ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ କେନ୍ଦୁଝର ଚାଲ ଅଭିଯାନ

କେନ୍ଦୁଝର, ୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ ସୋମବାର ‘କେନ୍ଦୁଝର ଚାଲ’ ଡାକରା ଦିଆଯାଇଛି। ଏହି ଅବସରରେ ବିଭିନ୍ନ ଦଳ, ସଙ୍ଗଠନ, ଯୁବ...

ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩...

ଛାତ୍ରୀ ଅପହରଣ ଘଟଣା: ବ୍ୟବହୃତ କାର ଜବତ, ୩ ଅଟକ

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ନିକଟ ଦେଓଗାଁ ପଡିଆରୁ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ୪ ଦୁର୍ବୃତ୍ତ ଏକ ଧଳା ହୁଣ୍ଡାଇ...

ନିଯୁକ୍ତି ନ ମିଳିଲେ ଜୋରଦାର ହେବ ଆନ୍ଦୋଳନ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଖଣି ନିଗମ, ଦୈତାରୀ ଆଗରେ ପ୍ରତିବାଦ ସଭା ପ୍ରଦର୍ଶନ କରିଛନ୍ତି। ଏହି ଖଣିରେ...

ହାଟଡିହୀରେ ଅସ୍ଥାୟୀ କୋଭିଡ-୧୯ କ୍ୟାମ୍ପ ଖୋଲିବ

ହାଟଡିହୀ, ୨୮।୪(ଡି.ଏନ.ଏ.)-ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା...

ଜବରଦଖଲରେ ବଳଦେବଜୀଉଙ୍କ ସମ୍ପତ୍ତି

କେନ୍ଦୁଝର, ୮।୧୧(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବରଦଖଲ ଥିଲେ ବି ଦେବୋତ୍ତର ବିଭାଗ ନିଜ...

ମାଟୋଆ ନିର୍ବାଚନ: ନାମାଙ୍କନପତ୍ର ଦାଖଲ ଶେଷ

ଯୋଡ଼ା, ୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଶେଷ ପଯର୍ର୍‌ୟାୟରେ...

୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week