Posted inଫୁରସତ

ରାମମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ତଳେ ସଂକଳ୍ପ କରିଥିଲେ ଏହି ମହିଳା: ଆଜି ଯାଏ ଗ୍ରହଣ କରିନାହାନ୍ତି ଅନ୍ନ

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ରାମମନ୍ଦିର ନିର୍ମାଣ ଲାଗି ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଅନେକ ଲୋକ ବର୍ଷ ବର୍ଷ ଧରି ସଂଘର୍ଷ କରିଛନ୍ତି। ସେଭଳି ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ୮୧ ବର୍ଷୀୟା ବୃଦ୍ଧା ଉର୍ମିଳା ଚତୁର୍ବେଦୀ। ୨୮ ବର୍ଷ ତଳେ ବିବାଦୀୟ ଢ଼ାଞ୍ଚା ଭାଙ୍ଗିବା ପରେ ସେ ଏକ ସଂକଳ୍ପ ନେଇଥିଲେ। ରାମମନ୍ଦିର ନିର୍ମାଣ ଆରମ୍ଭ ନ ହେବା ଯାଏ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ଉର୍ମିଳା ସଂକଳ୍ପ କରିଥିଲେ। ଏବେ ଏହା ସାକାର ହେବାକୁ ଯାଉଥିବାରୁ ତାଙ୍କ ସଂକଳ୍ପ ପୂରଣ ହୋଇଛି ବୋଲି ସେ କହିଛନ୍ତି।

୧୯୯୨ରେ ବିବାଦୀୟ ଢାଞ୍ଚା ଭଙ୍ଗା ଯାଇଥିଲା। ସେତେବେଳେ ୫୩ ବର୍ଷ ହୋଇଥିଲା ଉର୍ମିଳାଙ୍କୁ। ଏହାକୁ ୨୮ ବର୍ଷ ବିତିସାରିଛି। ଏବେ ସେ ଭୂମିପୂଜନ ଉତ୍ସବରେ ଯୋଗଦେବାକୁ ଇଚ୍ଛା ରଖିବା ସହ ସାରାଜୀବନ ସେଠାରେ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

କେବଳ ରାମ ନାମ ଜପ କରି ସେ ଏତେ ବର୍ଷ ହେଲାଣି ଅନ୍ନ ଗ୍ରହଣ କରିନାହାନ୍ତି। ହେଲେ ଏସବୁ କଷ୍ଟର ମୂଲ୍ୟ ତାଙ୍କୁ ମିଳିଛି। ସେ ନିଜେ ଅଯୋଧ୍ୟା ଯାଇ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଖିରେ ଦେଖିବାକୁ ଚାହାନ୍ତି। ହେଲେ କେବଳ ଆମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ତାହା ହେବା ପରି ଲାଗୁନାହିଁ। ହେଲେ ଏଥିରେ ମନଦୁଃଖ କରିନାହାନ୍ତି ସେ। ସଂକଳ୍ପ ପୂରଣ ହୋଇଛି। ବାକି ଅଯୋଧ୍ୟାରେ କିଛି ଜାଗା ମିଳିଲେ ସେ ସାରା ଜୀବନ ସେଠାରେ ବିତାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ...

ଚିକେନ୍‌ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ

ଚେନ୍ନାଇ: ବଲିଉଡ୍‌ ଫିଲ୍ମ ‘ରନ୍‌’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ...

ହୋଲି: କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ...

ଛେଳିପଲ କରୁଛନ୍ତି ଡିସ୍କୋ ଡ୍ୟାନ୍ସ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ...

୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ...

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ...

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି...

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା...

Advertisement
Archives

Model This Week