ସଂକ୍ରମଣ କମାଉଛି ଆଇଭର୍‌ମେକ୍ଟିନ୍‌

ଭୁବନେଶ୍ୱର,୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେଉଛି ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍‌ ଔଷଧ। ଆଇଭରମେକ୍ଟିନର ଦୁଇ ଡୋଜ୍‌ରେ ସଂକ୍ରମଣ ୭୩% ପର୍ଯ୍ୟନ୍ତ କମିଯାଉଥିବା ଭୁବନେଶ୍ୱର ଏମ୍‌ସ ଦାବି କରିଛି। କୋଭିଡ୍‌ ଚିକିତ୍ସା ଓ ଏହାର ପ୍ରତିକାର ଉପରେ ଏମ୍‌ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗତ ସେପ୍ଟେମ୍ବର୨୦ରୁ ଅକ୍ଟୋବର ୧୯ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ସଂକ୍ରମଣ ରୋକିବାରେ ଆଇଭରମେକ୍ଟିନ ଫଳପ୍ରଦ ହୋଇଥିବା ଓ ଏହା ଏକ ଲାଭଦାୟକ ଔଷଧ ବୋଲି ଏମ୍‌ସ କହିଛି।
ସୂଚନା ଅନୁଯାୟୀ, କୋଭିଡ୍‌ ସଂକ୍ରମଣ ରୋକିବାରେ ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍‌ର ଭୂମିକା ସମ୍ପର୍କରେ ଅବଗତ ହେବାକୁ ଏମ୍‌ସ ଅନୁସନ୍ଧାନ କରିଥିଲା। ସ୍ବାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ହୋଇଥିବା ଏହି ଗବେଷଣାରେ ୧୨ଜଣ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଥିଲେ। ସ୍ବାସ୍ଥ୍ୟକର୍ମୀଙ୍କ ଗୋଟିଏ ଗୋଷ୍ଠୀଙ୍କୁ ୭୨ଘଣ୍ଟା ବ୍ୟବଧାନରେ ଆଇଭରମେକ୍ଟିନର ଦୁଇଟି ଡୋଜ୍‌ ଦିଆଯାଇଥିଲା। ଶରୀର ଓଜନର ପ୍ରତି ଏକ କିଲୋଗ୍ରାମ ପିଛା ୩୦୦ ମାଇକ୍ରୋଗ୍ରାମ ଆଇଭରମେକ୍ଟିନ ଦିଆଯାଇଥିଲା। ସେହିଭଳି ଅନ୍ୟଏକ ଗୋଷ୍ଠୀକୁ ଅନ୍ୟ ଏକ ପ୍ରୋଫିଲାକ୍ସିସ୍‌ ପ୍ରଦାନ କରାଯାଇଥିଲା। ଏନେଇ ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଗୀତାଞ୍ଜଳି ବଟମାନ୍‌ବେନ୍‌ କହିଛନ୍ତି, ଆଇଭରମେକ୍ଟିନର ଦୁଇ ଡୋଜ୍‌ ଦ୍ୱାରା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ୭୩ ପ୍ରତିଶତ କମିପାରୁଛି। ଏମ୍‌ସ ଭୁବନେଶ୍ୱରରେ ୪,୬୦୦ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ୬୨୫ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି। ତେବେ ୩୭୨ ଡାକ୍ତର, ନର୍ସ, ପାରାମେଡିକାଲ କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ନେଇ ଏହି ମାସବ୍ୟାପୀ ଗବେଷଣା କରାଯାଇଥିଲା। କଣ୍ଟାକ୍ଟ ଟ୍ରେସିଂ ଅନୁଯାୟୀ କୋଭିଡ୍‌ରେ ସଂକ୍ରମିତ ହେବାର ଆଶଙ୍କା ଯେଉଁମାନଙ୍କର ଅଧିକ ରହିଥିଲା ସେମାନଙ୍କୁ ଏହି ଗବେଷଣାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାରମ୍ଭରେ ପ୍ରତିଦିନ ୨୦ରୁ ୨୫ଜଣ ସ୍ବାସ୍ଥ୍ୟକର୍ମୀ ଭୂତାଣୁ ସଂକ୍ରମିତ ହେଉଥିବାବେଳେ ଆଇଭରମେକ୍ଟିନ ନେବାପରେ ସଂକ୍ରମଣ ସଂଖ୍ୟା ପ୍ରତ୍ୟହ ଗୋଟିଏ କିମ୍ବା ଦୁଇଟିକୁ ଖସିଆସିଥିଲା। ଅପେକ୍ଷାକୃତ କମ୍‌ ଦାମରେ ମିଳୁଥିବା ଏହି ଔଷଧ ସାର୍‌ସ କୋଭ୍‌-୨ ଭାଇରସ୍‌ ବିରୋଧରେ ସଫଳ ସାବ୍ୟସ୍ତ ହୋଇଥିବାରୁ ଏମ୍‌ସ ପକ୍ଷରୁ ଏହାକୁ ବ୍ୟବହାର କରିବାକୁ ସ୍ଥିର କରାଯାଇଥିଲା ବୋଲି ବଟମାନବେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?