ପ୍ରାର୍ଥୀ ଓ ଦଳ ପାଇଁ ଏବେ ସମୀକ୍ଷାର ବେଳ

ନବରଙ୍ଗପୁର,୨୮।୩(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ନିବାଚନ ଫଳାଫଳ ପ୍ରକାଶ ପ୍ରକାଶ ପାଇବା ପରେ ଏବେ ନବରଙ୍ଗପୁରରେ କଂଗ୍ରେସ ଓ ବିଜେଡି ଏବଂ ଉମରକୋଟରେ ଭାଜପା ଓ କଂଗ୍ରେସର ପାଇଁ ସମୀକ୍ଷାର ବେଳ ଆସିଛି। କଂଗ୍ରେସର ଗଡ଼ ଭାଙ୍ଗି ବିଜେଡି ୨୦ ବର୍ଷ ପୌର ପରିଷଦ ଗଠନ କରିଥିଲା। ଚଳିତ ଥର ସବୁ ଓଲଟ ପଲଟ ହୋଇଛି। ପୌରାଧ୍ୟକ୍ଷ ପାଇଁ ସିଧାସଳଖ ମତଦାନ ହେବାପରେ ଭାଜପା ପୌରାଧ୍ୟକ୍ଷ ପଦ ହାତେଇ ଦେଇଛି।
ବିଜେଡି ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କୁ ନେବାପରେ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିର ଯୋଗ ଦେଲେ। ଭୀମ ହରିଜନ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଆବେଦନ କରି ପ୍ରାର୍ଥତ୍ପତ୍ର ଦାଖଲ ଦିନ ବିଜେଡିରେ ଯୋଗଦେଲେ। ଭୀମ କଂଗ୍ରେସ ପ୍ରାର୍ଥୀ ହେଲେ ବିଜେଡିକୁ ଅଡୁଆ ହେବ। ତେଣୁ ବିଜେଡିରେ ଅଲଗା ପ୍ରକାର ସମୀକରଣ କରାଯାଇ ଚତୁରତାର ସହ ଗୁପ୍ତ ବୈଠକ ଉମରକୋଟରେ କରାଯାଇ ଭୀମଙ୍କୁ ବିଜେଡିକୁ ନେବାରେ ସକ୍ଷମ ହେଲେ। ଅନ୍ୟପକ୍ଷରେ ପୌରାଞ୍ଚଳରେ ବିଜେଡିରୁ ଟିକଟ ଆଶାକରି ଭାଜପା ପ୍ରାର୍ଥୀ କୁନୁ ନାୟକ ନିରାଶ ହେଲେ। ତାଙ୍କୁ ଭାଜପା ପ୍ରାର୍ଥୀ କଲା। ଠିକଣା ସମୟରେ କଂଗ୍ରେସ ଜିଲା ସଭାପତି ମୁନା ତ୍ରିପାଠୀ ଅସୁସ୍ଥ ହେବା ଓ ପ୍ରଚାରକୁ ବାହାରି ନ ପାରିବାରୁ ନବରଙ୍ଗପୁରର ୧୭ ୱାର୍ଡ ମଧ୍ୟରୁ ୧୦ଟିରେ ପ୍ରାର୍ଥୀ ଦେଇ ପାରି ନ ଥିଲେ। ପୌରାଧ୍ୟକ୍ଷା ପ୍ରାର୍ଥତ୍ନୀ ଭାବେ ନିଲମ ହରିଜନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। କଂଗ୍ରେସର ପ୍ରଚାର କମିବା ଦ୍ୱାରା ବିଜେଡି ଖୁସି ହୋଇଥିଲା। ଭୀମଙ୍କ ବିଜେଡିର ଯୋଗଦେବା ଘଟଣାକୁ କଂଗ୍ରେସ ପ୍ରେମୀ ନାପସନ୍ଦ କରିଥିଲେ। ଭୀମ କିଭଳି ପରାଜୟ ହେବେ ତାହାର କଣ୍ଟା ସାଜିଲେ। ଏହା ଭାଜପାକୁ ସୁହାଇଥିଲା। ଯେଉଁ ୱାର୍ଡ ଗୁଡ଼ିକରେ କଂଗ୍ରେସ ପ୍ରାର୍ଥୀ ନ ଥିଲେ ସେହି ୱାର୍ଡରେ ଭାଜପାକୁ ଅଧିକ ମତଦାନ ମିଳିଥିଲା। ଅନ୍ୟପକ୍ଷରେ ଚଳିତ ଥର ଭୋଟର ମଧ୍ୟ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ନବରଙ୍ଗପୁର ପୌରାଞ୍ଚଳରେ ପ୍ରଦୀପଙ୍କ ଯେଉଁ ସବୁ ଅନୁଗତଙ୍କୁ ପ୍ରାର୍ଥୀ କରାଗଲା ସେମାନେ ପରାଜୟର ଶିକାର ହେଲେ।
ସେହିଭଳି ଉମରକୋଟ ପୌରାଞ୍ଚଳରେ କଂଗ୍ରେସ ପରେ ଲଗାତର ବିଜେଡି ପୌର ପରିଷଦ ଗଠନ କରିଥିଲା। ସାଧାରଣ ନିର୍ବାଚନ ସମୟରେ ବିଜେଡିକୁ ପରାଜିତ କରି ଭାଜପା ପକ୍ଷରୁ ନିତ୍ୟାନନ୍ଦ ଗଣ୍ଡ ବିଧାୟକ ହେଲେ। ଚଳିତ ପୌର ନିର୍ବାଚନରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରହି ଦଳ ପକ୍ଷରୁ ନିର୍ବାଚନ ପରିଚାଳନା କରୁଥିଲେ। ତଥାପି ଭାଜପା ଗଡ଼ କୁହାଯାଇଥିବା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଜେଡି ଭାଙ୍ଗିବାରେ ସଫଳ ହୋଇଛି। ବିଧାୟକ ନିତ୍ୟାନନ୍ଦଙ୍କ ଉପରେ ଲୋକଙ୍କ ଭରସା ଥିଲେ ମଧ୍ୟ ଅନ୍ୟ ନେତୃମଣ୍ଡଳୀ ତଥା କର୍ମୀଙ୍କ ଉପରେ ଭୋଟରଙ୍କ ଆସ୍ଥା ରହିଲାନି। ଫଳରେ ଚଳିତ ପୌର ନିର୍ବାଚନରେ ଉମରକୋଟରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷା ଭାବେ ରାଧା ଭତରା ବିଜୟୀ ହୋଇଛନ୍ତି।
ନବରଙ୍ଗପୁରରେ ଭାଜପାର ପୌରାଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ୮୯୪୪ ଭୋଟ ପାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ଭୀମ ହରିଜନ ୬୯୪୪, କଂଗ୍ରେସ ପ୍ରାର୍ଥୀ ନିଲାମ ହରିଜନ ୮୨୯ ଏବଂ ସ୍ବାଧୀନ ପ୍ରାର୍ଥୀ ସାଗର ନାୟକ ୨୮୧ ଭୋଟ ପାଇଛନ୍ତି । ୨୧୬ ଭୋଟ ନୋଟାକୁ ଯାଇଛି। ଭାଜପା ପ୍ରାର୍ଥୀ କୁନୁ ନାୟକ ବିଜେଡି ପ୍ରାର୍ଥୀ ଭୀମଙ୍କ ଠାରୁ ୨ ହଜାର ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି। ସେହିଭଳି ନବରଙ୍ଗପୁର ପୌରାଞ୍ଚଳରେ ୧୭ ୱାର୍ଡରୁ ୯ଟିରେ ବିଜେଡି, ୬ଟିରେ ଭାଜପା ଏବଂ ୨ ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ କାଉନସିଲର ଭାବେ ବିଜୟୀ ହୋଇଛନ୍ତି। ନବରଙ୍ଗପୁର ପୌରାଞ୍ଚଳରେ କାଉନସିଲର ଭାବେ କଂଗ୍ରେସ ଖାତା ଖୋଲି ପାରିନାହିଁ। ସେହିଭଳି ଉମରକୋଟ ପୌରାଧ୍ୟକ୍ଷ ପଦ ପାଇଁ କଂଗ୍ରେସର ଦମୟନ୍ତି ଦିଶାରୀ ୨୪୭୩, ବିଜେଡିରୁ ରାଧା ଭତରା ୮୬୬୯, ଭାଜପାରୁ ରିଙ୍କି ଗଣ୍ଡ ୫୦୯୯, ବିଏସ୍‌ପିରୁ ସନ୍ତୋଷୀ ମାଝି ୧୩୨ ଭୋଟ ପାଇଛନ୍ତି। ନୋଟାକୁ ୨୨୬ ଭୋଟ ଯାଇଛି। ବିଜେଡି ପ୍ରାର୍ଥୀନୀ ରାଧା ୩୫୭୦ ଭୋଟରେ ଭାଜପା ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଉମରକୋଟ ପୌରାଞ୍ଚଳର ୧୪ ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି, ୨ଟିରେ କଂଗ୍ରେସ ଏବଂ ଗୋଟିଏରେ ଭାଜପା ପ୍ରାର୍ଥୀ କାଉନ୍‌ସିଲରଭାବେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri