Posted inଜାତୀୟ

ସମୟ ପୂର୍ବରୁ ଅପରାଧୀଙ୍କୁ ଖଲାସ କରିବା ସରକାରଙ୍କ କାମ: ସୁପ୍ରିମ୍‌ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କ ମୁକ୍ତି ନେଇ…

ନୂଆଦିଲ୍ଲୀ,୨୪।୧ : ଅପରାଧୀଙ୍କୁ ସମୟ ପୂର୍ବରୁ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି, ଜଣେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଦେବା ସରକାରଙ୍କ କାମ। ଏଭଳି ମୁକ୍ତି ମାମଲା ସରକାରଙ୍କ ନୀତି ଅନୁଯାୟୀ ହୋଇଥାଏ। ଏହା ସହିତ ସୁପ୍ରିମକୋର୍ଟ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ଖଲାସ କରିବା ଆଦେଶ ଦେବାକୁ କରିବାକୁ ମନା କରିଦେଇଛନ୍ତି।
ଏହା ସହିତ ମୁକ୍ତି ପାଇଁ ଆବେଦନକାରୀଙ୍କ ଅନୁରୋଧକୁ ବିଚାର କରିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ସମୟରେ ଯେଉଁ ସରକାରୀ ନୀତି ଥିବ ତାହା ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ବିଲକିସ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ ହେବା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ବିଚାରାଧୀନ ଅଛି। ସେହି ଦୋଷୀମାନଙ୍କୁ ଗତ ବର୍ଷ ଗୁଜରାଟ ସରକାର ୯ ଜୁଲାଇ ୧୯୯୨ରେ ଥିବା ନୀତି ଅଧାରରେ ମୁକ୍ତ କରିଥିଲେ। ଏହା ପରେ ସୁପ୍ରିମକୋର୍ଟରେ ବିଲକିସ ବାନୋ ଏବଂ ଅନ୍ୟମାନେ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଗୁଜରାଟରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହିତେଶଙ୍କ ମାମଲାରେ ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ନେତୃତ୍ୱରେ ଗଠିତ ବେଞ୍ଚର ନିଷ୍ପତ୍ତି ଆସିଛି। ହତ୍ୟା ମାମଲାରେ ଆଜୀବନ ଦୋଷୀ ସାବ୍ୟସ୍ତ ହୋଇଥିବା ହିତେଶଙ୍କୁ ସମୟ ପୂର୍ବରୁ ଖଲାସ ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି, ଆମର ମତ ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ରାଜ୍ୟ ଦ୍ୱାରା ପୁନର୍ବିଚାର କରାଯିବା ଯୋଗ୍ୟ। ଅସମୟ ମୁକ୍ତି ପ୍ରଦାନ ଏକ ନ୍ୟାୟିକ କାର୍ଯ୍ୟ ହୋଇଥିବାରୁ ରାଜ୍ୟ ସରକାରଙ୍କ ପୁନର୍ବିଚାର ପାଇଁ ଏହା ଉପଯୁକ୍ତ ଅଟେ। ରାଜ୍ୟ ସରକାରଙ୍କ ଅସମୟ ମୁକ୍ତି ପାଇଁ ଅନୁରୋଧକୁ ବିଚାର କରିବାକୁ ଆମେ ଉପଯୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛୁ ଯାହା ୧୯୯୨ ନୀତି ଆଧାରରେ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?