ଘରେ ବର୍ଷାଦିନିଆ ପେଡିକିଓର୍‌

ବର୍ଷାଦିନେ ମାଟି କାଦୁଅ,
ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି। ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ। ତେଣୁ ଏଦିନେ ପାଦର ଯତ୍ନ ନେବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ପେଡିକିଓର କରାଇବା ବେଶ୍‌ ଲାଭଦାୟକ…

ପ୍ରଥମେ ପାଦର ନେଲ୍‌ପଲିସ୍‌କୁ ଏସିଟୋନ୍‌ ମୁକ୍ତ ନେଲ୍‌ପଲିସ୍‌ ରିମୁଭର୍‌ରେ ଭଲଭାବରେ ପୋଛନ୍ତୁ। ନଖ ଭିଜିଗଲେ ନରମ ହୋଇ ଭାଙ୍ଗିଯାଏ ତେଣୁ ପାଣିରେ ଓଦା କରିବା ପୂର୍ବରୁ ନେଲ୍‌କଟରରେ କାଟି ଫାଇଲର୍‌ ସାହାଯ୍ୟରେ ଫାଇଲ୍‌ କରି ଶେପ୍‌ ଦିଅନ୍ତୁ।
ନଖ କୋଣରୁ ଏବଂ ତଳୁ ମଇଳା ବାହାର କରିବା ପାଇଁ ପେଡିକିଓର୍‌ ଟୁଲ୍ସ ବ୍ୟବହାର କରନ୍ତୁ।
ବର୍ତ୍ତମାନ ଏକ ଟବ୍‌ରେ ଉଷୁମ ପାଣି ରଖନ୍ତୁ ଏବଂ ସେଥିରେ ଏକ ଟି ସ୍ପୁନ୍‌ ଲେଖାଏଁ ଶ୍ୟାମ୍ପୁ, ଲେମ୍ବୁ ରସ ପକାଇ ଗୋଳାନ୍ତୁ। ଏହି ପାଣିରେ ପାଦକୁ ୧୦ ମିନିଟ୍‌ ପଯର୍‌ୟନ୍ତ ଭିଜାଇ ରଖନ୍ତୁ। ପାଦ ନରମ ହୋଇଗଲେ ଏକ ପ୍ୟୁମିକ୍‌ ଷ୍ଟୋନ ସାହାଯ୍ୟରେ ଗୋଇଠି ଓ ଆଙ୍ଗୁଠି ଆଦିକୁ ଧୀରେ ଧୀରେ ଘଷନ୍ତୁ।
ପାଦରୁ ଡେଡ୍‌ ସେଲ୍ସ ବାହାର କରିବା ନରମ ଏବଂ ମୁଲାୟମ କରିବା ଲାଗି ସ୍କ୍ରବିଂ କରିବାକୁ ଭୁଲନ୍ତୁ ନାହିଁ। ଏଥିପାଇଁ ୨ ଚାମଚ ଲେଖାଏଁ କଫି ପାଉଡ଼ର, ଅଟା ଏବଂ ଲୁଣ ନିଅନ୍ତୁ। ସେଥିରେ ନଡିଆ ତେଲ ମିଶାଇ ସ୍କ୍ରବ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ନିଜ ପାଦ, ଗୋଇଠି ଏବଂ ଆଙ୍ଗୁଠିରେ ଧୀରେ ଧୀରେ ମସାଜ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପାଦ ନରମ ଲାଗିବା ସହ ଆପଣ ରିଲାକ୍ସ ଅନୁଭବ କରିବେ। କିିଛି ସମୟ ପରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ସପ୍ତାହକୁ ଦୁଇରୁ ତିନି ଥର ଏହି ଭଳି କରନ୍ତୁ। ଏହା ପରେ ନର୍ମାଲ୍‌ ପାଣିରେ ପାଦକୁ ଧୋଇ ଏକ ସଫା ଟାଓ୍ବେଲରେ ଭଲ ଭାବେ ପୋଛି ମଶ୍ଚରାଇଜର ଲୋଶନ ଲଗାଇ ଦିଅନ୍ତୁ।
ବର୍ଷାଦିନେ ନଖକୁ ଅପରିସ୍କାର ପାଣି କାଦୁଅରୁ ସୁରକ୍ଷା ଦେଖାଯିବା ସହ ସୁନ୍ଦର ଦେଖାଯିବା ପାଇଁ ଟ୍ରାନ୍ସପରେଣ୍ଟ କିମ୍ବା ନିଜ ମନପସନ୍ଦର ଯେକୌଣସି ରଙ୍ଗର ନେଲପେଣ୍ଟ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri