Posted inଖେଳ

‘ନିଜ ପ୍ରତିଭାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ’

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ”କେବଳ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ଆସି ନ ଥାଏ। ଉପଯୁକ୍ତ ଅଭ୍ୟାସ ହିଁ ଜଣକୁ ପରିପୂର୍ଣ୍ଣ ଖେଳାଳି ଭାବେ ଗଢ଼ି ତୋଳିଥାଏ। ପ୍ରତି ଖେଳାଳି ଚାମ୍ପିୟନ ମନୋବୃତ୍ତି ନେଇ ସବୁବେଳେ ଚିନ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଚିନ୍ତାଧାରାରେ ଭିନ୍ନତା ଆସିଥାଏ ଏବଂ ସଫଳତା ପାଇବାର ଆକାଂକ୍ଷା ଦୃଢ଼ ହୋଇଥାଏ। ଚାମ୍ପିୟନ ଖେଳାଳି ସବୁବେଳେ ନିଜ ଭାଗ୍ୟ ନିଜେ ଗଢ଼ିବାକୁ ଚେଷ୍ଟା କରିଥାଏ। କାରଣ ଚାମ୍ପିୟନ ହେବାର ଭୋକ ତା’ ମନରେ ରହିଥାଏ। ଫଳାଫଳ ସମ୍ପର୍କରେ ବହୁତ ଚିନ୍ତା କରିବା ଅପେକ୍ଷା ନିଜ ପ୍ରସ୍ତୁତିର ପ୍ରକ୍ରିୟା ଉପରେ ଅଧିକ ଫୋକସ ରହିବା ଆବଶ୍ୟକ। ଥରେ ତାହା ଠିକ୍‌ ହୋଇଗଲେ ସବୁ କାମ ଉପଯୁକ୍ତ ସମୟରେ ଆପେଆପେ ହୋଇଯାଇଥାଏ। କ୍ରୀଡ଼ାବିତ୍‌ ପାଇଁ ଜଣେ ଭଲ କୋଚ୍‌ ଓ ମେଣ୍ଟର ଆବଶ୍ୟକ ହୋଇଥାଏ। ମୁଁ ଯେତେବେଳେ ଛୋଟ ଥିଲି ସବୁବେଳେ ଖେଳିବାକୁ ଇଚ୍ଛା କରୁଥିଲି। ସେତେବେଳେ ମୁଁ ଜଣେ କ୍ରିକେଟର ଭାବେ ଜିଲା, ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଚିନ୍ତା କରୁଥିଲି। ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିଥିଲି। ମୁଁ କେବେହେଲେ ଚୟନକର୍ତ୍ତା, କୋଚ୍‌ କିମ୍ବା ଅନ୍ୟ କାହାକୁ ଦୋଷ ଦେଉ ନ ଥିଲି। ସବୁବେଳେ ନିଜର ଦୋଷ ଦେଖୁଥିଲି। ମୁଁ ସବୁବେଳେ ନିଜକୁ ବିଶ୍ଳେଷଣ କରୁଥିଲି। ମୁଁ ନିଜେ ନିଜ କାର୍ଯ୍ୟ ସହ ପ୍ରଦର୍ଶନ ଠିକ୍‌ କରୁଛି କି ନାହିଁ ତାହାକୁ ପରଖୁଥିଲି। ଭଲ ପ୍ରଦର୍ଶନ ବ୍ୟତୀତ ସେତେବେଳେ ମୋ ମନରେ ଆଉ କିଛି ନ ଥିଲା। ପ୍ରତ୍ୟେକ କ୍ରୀଡ଼ାବିତ୍‌ ନିଜ ପ୍ରତିଭାକୁ ଚିହ୍ନବା ଅତ୍ୟନ୍ତ ଜରୁରୀ। ଅନ୍ୟ କିଏ କ’ଣ କରୁଛି ସେ ସମ୍ପର୍କରେ ଚିନ୍ତା କରିବା ଅପେକ୍ଷା ନିଜକୁ ଚିହ୍ନି ସେଥିରେ ଉନ୍ନତି ଆଣିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ମୋ ସମୟରେ କପିଳ ଦେବ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍କସରକାର ଆଦି ଅନେକ ପ୍ରତିଷ୍ଠିତ ଖେଳାଳି ଥିଲେ, ମାତ୍ର ସେମାନଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ନ ଦେଇ ମୁଁ ନିଜ ଉପରେ ଫୋକସ କରି ସଫଳ ହୋଇଥିଲି“ ବୋଲି ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିଭାବେ ଯୋଗଦେଇ ୧୯୮୩ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମଦନ ଲାଲ ପ୍ରକାଶ କରିଛନ୍ତି।
ମଦନ ଲାଲ ଆହୁରି କହିଲେ ଯେ ଏବେ କ୍ରୀଡ଼ା ପ୍ରତି ଆଭିମୁଖ୍ୟ ବଦଳିଛି। ପରିବାରବର୍ଗ ନିଜ ପିଲାମାନଙ୍କୁ ଖେଳିବା ପାଇଁ ପ୍ରବର୍ତ୍ତାଉଛନ୍ତି। ମାତ୍ର ସେତେବେଳେ ମୁଁ ୧୦ ବର୍ଷ କ୍ରିକେଟ ଖେଳିବା ପରେ ଯାଇ ମୋ ବାପା ଜାଣିବାକୁ ପାଇଥିଲେ। କ୍ରୀଡ଼ା କେବେହେଲେ କାହାକୁ କ୍ଷତି ପହଞ୍ଚାଏ ନାହିଁ, ସବୁବେଳେ ଫାଇଦା ଦେଇଥାଏ। କ୍ରୀଡ଼ାକୁ କ୍ୟାରିୟର କଲେ ସୁସ୍ଥ ରହିବା ସହ ଜଣେ ପ୍ରତିଷ୍ଠିତ ହୋଇଥାଏ ଏବଂ ଆର୍ଥିକ ଦୃଷ୍ଟିରୁ ଦୃଢ଼ ହୋଇଥାଏ। ତେବେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ୧୯୮୩ ବିଶ୍ୱକପ୍‌ ବିଜୟ ଆମ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା। କାରଣ ଲୋକମାନେ ଆମକୁ ଚାମ୍ପିୟନଭାବେ ସ୍ବୀକୃତି ଦେଇଥିଲେ। ତା’ ଠାରୁ ଆଉ ବଡ଼ ଖୁସି କିଛି ନ ଥିଲା। ଏବେ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ଏବଂ ବିଭିନ୍ନ ଦିଗରୁ ଖେଳାଳିଙ୍କୁ ଉତ୍ସାହିତ କରାଯାଉଛି। ତେବେ ତୁମେ ଠିକ୍‌ ପଥରେ ଅଛ କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ସମୟର ସଦୁପଯୋଗ ବହୁ ଜରୁରୀ। ସମୟ ହାତଛଡ଼ା କରୁଥିବା ବ୍ୟକ୍ତି କେବେହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରେନାହିଁ। କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମଧ୍ୟ ଅତି ଜରୁରୀ। ଏବେ ଯେ କୌଣସି ଖେଳରେ ସଫଳତା ପାଇଲେ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରାଯାଉଛି। ଏହା ବହୁତ ଭଲ କଥା। କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ମଧ୍ୟ ଏକ ଉତ୍ତମ ପଦକ୍ଷେପ। ଏଥିରୁ ଗ୍ରାମାଞ୍ଚଳରୁ ପ୍ରତିଭା ଚିହ୍ନଟ ହୋଇ ଲୋକଲୋଚନକୁ ଆସିପାରୁଛନ୍ତି ବୋଲି ମଦନ ଲାଲ କହିଛନ୍ତି।

 

ଦେବାଶିଷଙ୍କ ପାଇଁ ଲଢ଼େଇ କରିଥିଲି

ଭାରତୀୟ କ୍ରିକେଟକୁ ଓଡ଼ିଶାର ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କ ଅବଦାନ ଅତୁଳନୀୟ। ମୁଁ ଯେତେବେଳେ ଜାତୀୟ ଚୟନକର୍ତ୍ତା ଥିଲି ଦେବାଶିଷ ଓ ଶିବସୁନ୍ଦରଙ୍କୁ ଚୟନ କରିଥିଲି। ଦେବାଶିଷ ଜଣେ ଚମତ୍କାର ଆଉଟ ସୁଇଙ୍ଗର। ଶିବସୁନ୍ଦର ଟେକ୍ନିକ୍‌ ଦୃଷ୍ଟିରୁ ଜଣେ ଉତ୍ତମ ବ୍ୟାଟ୍ସମ୍ୟାନ। ୧୯୯୯ ବିଶ୍ୱକପ୍‌ ଦଳରେ ଦେବାଶିଷଙ୍କୁ ଚୟନ ପାଇଁ ମୁଁ ଚୟନ କମିଟି ବୈଠକରେ ପାଖାପାଖି ୧ ଘଣ୍ଟା ଲଢ଼େଇ କରିଥିଲି। ମୋ କଥା ରହିଥିଲା ଏବଂ ତାଙ୍କୁ ଚୟନ କରାଯାଇଥିଲା। ଦେବାଶିଷ ମୋ ବନ୍ଧୁ କିମ୍ବା ସମ୍ପର୍କୀୟ ନ ଥିଲେ, ମାତ୍ର ଇଂଲିଶ କଣ୍ଡିଶନରେ ତାଙ୍କ ବୋଲିଂ ଉପାଦେୟ ହେବ ବୋଲି ମୋର ଅନୁଭବ ହୋଇଥିଲା। ପ୍ରତିଭାଙ୍କ କ୍ଷେତ୍ରରେ କେବେହେଲେ ସାଲିସ କରାଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?