ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି ମଜାରେ ପୂରି ଉଠୁଥିଲା ତାଙ୍କ ପରିବାର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ହଠାତ୍‌ ମନର ମଣିଷଙ୍କୁ ହରାଇ ବସିଲେ। ଏଭଳି ଦୁଃଖ ସହ୍ୟ କରିହେଲାନି ା ଯାହାଫଳରେ ମାନସିକ ଭାରସାମ୍ୟ ହରାଇ ବସିଲେ। କିଛି ଦିନ ଧରି ଚୁପ୍‌ଚାପ ରହିବା ପରେ ଆଲୁଅ ଏବଂ ନାରୀ ଜାତିକୁ ସହିପାରିଲେନି। ଏକ ଅନ୍ଧାରୁଆ କୋଠରିକୁ ଆପଣାର କରିନେଲେ ସେ। ଏହିଭଳି ନିବୃତ୍ତ କୋଠରିରେ ୫ବର୍ଷରୁ ଅଧିକ ସମୟ ବିତାଇଥିବା ମଣିଷ ଜଣକ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ମଛଦା ଗ୍ରାମର ଉପେନ୍ଦ୍ର ମଳିକ(୫୫) ା
ଉପେନ୍ଦ୍ର ଜଣେ ଯାତ୍ରା କଳାକାର ଭାବେ ଖଳନାୟକ ଭୂମିକାରେ ଅଭିନୟ କରି ଆଖପାଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ଥିଲେ। ୧୯୯୦ରେ ଅଙ୍ଗନୱାଡି କର୍ମୀ ସରୋଜିନୀ ମହାନ୍ତିଙ୍କୁ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ଖୁବ୍‌ ଭଲରେ କଟୁଥିଲା। ୨୦୦୯ରେ ହଠାତ୍‌ କୌଣସି କାରଣରୁ ସରୋଜିନୀ ଆମତ୍ହତ୍ୟା କରିଥିଲେ। ତାଙ୍କୁ ଅଧିକ ଭଲ ପାଉଥିବା ଉପେନ୍ଦ୍ର ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଧୀରେ ଧୀରେ କଥା କହିବା ଛାଡ଼ି ଦେଲେ। କୌଣସୀ ସ୍ତ୍ରୀ ଲୋକଙ୍କୁ ଦେଖିବା ମାତ୍ରେ ଗାଳିଗୁଲଜ କଲେ। ଗହଳି ଚହଳିରୁ ଦୂରେଇ ରହିଲେ ା ଅନ୍ଧାରରେ ଏକୁଟିଆ ରହିବାକୁ ପସନ୍ଦ କଲେ ା ଶେଷରେ ଗତ ୫ବର୍ଷ ହେଲା ଏକ ନିବୃତ୍ତ ଅନ୍ଧାରିଆ କୋଠରିରେ ଜୀବନ ଅତିବାହିତ କରୁଛନ୍ତି। କୌଣସି ବାହାର ବ୍ୟକ୍ତି କୋଠରିର ପରଦା ଖୋଲିବା ମାତ୍ରେ ସେ ଗାଳିଗୁଲଜ କରିବା ସହ ଢେଲାପଥର ଧରି ଆକ୍ରମଣ କରିବାକୁ ଉଦ୍ୟତ ହେଉଛନ୍ତି। କେବଳ ରାତିରେ ୨ପୁଅଙ୍କ ନିକଟରୁ କିଛି ଖାଦ୍ୟ ଗ୍ରହଣ କରୁଛନ୍ତି। ମଝିରେ ପୁଅମାନେ କଟକ ବଡ ଡାକ୍ତରଖାନା ନେଇଥିଲେ ହେଁ ବିଶେଷ କିଛି ସୁଫଳ ମିଳିପାରି ନାହିଁ। ଏଭଳି ଅସହାୟ ଅବସ୍ଥାରେ ବାପାଙ୍କ ଚିକିତ୍ସା ସାଙ୍ଗକୁ ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସଟିଏ ଯୋଗାଇ ଦେବାକୁ ୨ପୁଅ ନରେନ୍ଦ୍ର ଓ ବରେନ୍ଦ୍ର ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ା ସେହିଭଳି ପ୍ରଶାସନ ତାଙ୍କର ସମସ୍ତ ଚିକିତ୍ସା ଦାୟିତ୍ୱ ନେବାକୁ ସ୍ଥାନୀୟ ବାସିନ୍ଦା ତଥା ମାନବାଧିକାର ଫ୍ରଣ୍ଟ ଖଇରା ସିମୁଳିଆର ସଂଯୋଜକ କାହ୍ନୁ ଚରଣ ପାକଳ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?