୨୩ ବର୍ଷ ହେଲା ବିଛଣାରେ

ପଦ୍ମପୁର,୧୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାମବେହେରା ସାହିର ରମାମଣି ବେହେରା(୪୧) ଦୀର୍ଘ ୨୩ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏପଟେ ଘରେ ରମାମଣିଙ୍କ ଶତାୟୁ ବର୍ଷର ରୋଗିଣା ବାପା ବାଇଧର ଶଯ୍ୟାଶାୟୀ। ମା’ ଅନାମଦେଇ ବେହେରା ମଧ୍ୟ ଚଲାବୁଲା କରିପାରୁନାହାନ୍ତି। ଅଭାବୀ ସଂସାରରେ ରୋଗର ବୋଝ ତାଙ୍କୁ ଅସହାୟ କରିଦେଇଛି।
୧୯୯୮ରେ ରମାମଣି ନିଜ ବାଡ଼ିରେ ଆମ୍ବ ତୋଳୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ଖସି ପଡ଼ିଥିଲେ। ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଚିକତ୍ସା ପରେ ମଧ୍ୟ ଅଣ୍ଟାରୁ ଦୁଇଗୋଡ଼ ଅକର୍ମଣ୍ୟ ହୋଇପଡ଼ିଛି। ନା ଶୌଚ ହୋଇପାରୁଛନ୍ତି ନା ଠିକ୍‌ରେ ବସି ପାରୁଛନ୍ତି। ବିଛଣାରେ ପଡ଼ି ରହି ଦେହସାରା ଘା’ ହୋଇଗଲାଣି। ମାସିକ ଔଷଧ ପାଇଁ ୬ରୁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶଯ୍ୟାଶାୟୀ ବାପା ଓ ମା’ଙ୍କ ଲାଗି ୨ରୁ ୩ ହଜାର ଟଙ୍କାର ଔଷଧର ଆବଶ୍ୟକତା ରହିଛି। ଏପରି କ୍ଷେତ୍ରରେ ଘରୋଇ କମ୍ପାନୀରେ ଚାକିରି କରୁଥିବା ଭାଇ ନିଜର ଦୁଇପିଲା ଓ ସ୍ତ୍ରୀଙ୍କୁ ପୋଷିବା କଷ୍ଟକର ହୋଇପଡୁଛି। ଏଣୁ ନିଜର ଦିବ୍ୟାଙ୍ଗ ଭତ୍ତା ଓ ଗାଁ ଲୋକଙ୍କଠାରୁ ମାଗି ପାଉଥିବା ଟଙ୍କାରେ ଔଷଧ କିଣୁଛନ୍ତି ରମାମଣି। ପ୍ରତ୍ୟେହ ଗ୍ରାମବାସୀ ମଧ୍ୟ ତାଙ୍କୁ ଟଙ୍କା ଦେବା ସମ୍ଭବ ହେଉନାହିଁ। ଫଳରେ ନିଜର ଔଷଧ ଖର୍ଚ୍ଚ ତୁଲାଇ ନ ପାରି ଅସହାୟ ଅବସ୍ଥାରେ ଭଙ୍ଗା ପଲିଥିନ ଘେରା ଘରେ ସେ ପଡ଼ି ରହିଛନ୍ତି। ଆବାସ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବା ପାଇଁ ନିୟମ ରହିଥିଲେ ମଧ୍ୟ କୌଣସି ପୁରୁଷ ଲୋକ ତାଙ୍କ ଘରେ ନ ଥିବାରୁ କେହି ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିପାରୁ ନାହାନ୍ତି। ଏ ସମ୍ପର୍କରେ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କୁ ପଚାରିବାରୁ ସେ ଏ ଦିଗରେ ପଦକ୍ଷେପ ନେଇ ତାଙ୍କୁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। ଜିଲାପାଳ ତ୍ରିଲୋଚନ ମାଝି ଏନେଇ ଜାଣିବା ପରେ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ରମାମଣିଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri