୨୩ ବର୍ଷ ହେଲା ବିଛଣାରେ

ପଦ୍ମପୁର,୧୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାମବେହେରା ସାହିର ରମାମଣି ବେହେରା(୪୧) ଦୀର୍ଘ ୨୩ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏପଟେ ଘରେ ରମାମଣିଙ୍କ ଶତାୟୁ ବର୍ଷର ରୋଗିଣା ବାପା ବାଇଧର ଶଯ୍ୟାଶାୟୀ। ମା’ ଅନାମଦେଇ ବେହେରା ମଧ୍ୟ ଚଲାବୁଲା କରିପାରୁନାହାନ୍ତି। ଅଭାବୀ ସଂସାରରେ ରୋଗର ବୋଝ ତାଙ୍କୁ ଅସହାୟ କରିଦେଇଛି।
୧୯୯୮ରେ ରମାମଣି ନିଜ ବାଡ଼ିରେ ଆମ୍ବ ତୋଳୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ଖସି ପଡ଼ିଥିଲେ। ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଚିକତ୍ସା ପରେ ମଧ୍ୟ ଅଣ୍ଟାରୁ ଦୁଇଗୋଡ଼ ଅକର୍ମଣ୍ୟ ହୋଇପଡ଼ିଛି। ନା ଶୌଚ ହୋଇପାରୁଛନ୍ତି ନା ଠିକ୍‌ରେ ବସି ପାରୁଛନ୍ତି। ବିଛଣାରେ ପଡ଼ି ରହି ଦେହସାରା ଘା’ ହୋଇଗଲାଣି। ମାସିକ ଔଷଧ ପାଇଁ ୬ରୁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶଯ୍ୟାଶାୟୀ ବାପା ଓ ମା’ଙ୍କ ଲାଗି ୨ରୁ ୩ ହଜାର ଟଙ୍କାର ଔଷଧର ଆବଶ୍ୟକତା ରହିଛି। ଏପରି କ୍ଷେତ୍ରରେ ଘରୋଇ କମ୍ପାନୀରେ ଚାକିରି କରୁଥିବା ଭାଇ ନିଜର ଦୁଇପିଲା ଓ ସ୍ତ୍ରୀଙ୍କୁ ପୋଷିବା କଷ୍ଟକର ହୋଇପଡୁଛି। ଏଣୁ ନିଜର ଦିବ୍ୟାଙ୍ଗ ଭତ୍ତା ଓ ଗାଁ ଲୋକଙ୍କଠାରୁ ମାଗି ପାଉଥିବା ଟଙ୍କାରେ ଔଷଧ କିଣୁଛନ୍ତି ରମାମଣି। ପ୍ରତ୍ୟେହ ଗ୍ରାମବାସୀ ମଧ୍ୟ ତାଙ୍କୁ ଟଙ୍କା ଦେବା ସମ୍ଭବ ହେଉନାହିଁ। ଫଳରେ ନିଜର ଔଷଧ ଖର୍ଚ୍ଚ ତୁଲାଇ ନ ପାରି ଅସହାୟ ଅବସ୍ଥାରେ ଭଙ୍ଗା ପଲିଥିନ ଘେରା ଘରେ ସେ ପଡ଼ି ରହିଛନ୍ତି। ଆବାସ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବା ପାଇଁ ନିୟମ ରହିଥିଲେ ମଧ୍ୟ କୌଣସି ପୁରୁଷ ଲୋକ ତାଙ୍କ ଘରେ ନ ଥିବାରୁ କେହି ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିପାରୁ ନାହାନ୍ତି। ଏ ସମ୍ପର୍କରେ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କୁ ପଚାରିବାରୁ ସେ ଏ ଦିଗରେ ପଦକ୍ଷେପ ନେଇ ତାଙ୍କୁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। ଜିଲାପାଳ ତ୍ରିଲୋଚନ ମାଝି ଏନେଇ ଜାଣିବା ପରେ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ରମାମଣିଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ସୁପୋଷିତ ଓଡ଼ିଶା ମିଶନ: ତଥ୍ୟ ସଂଗ୍ରହ କରିବେ ୧୦୦୦୦ ଏନଏସଏସ ଛାତ୍ରୀ

ଭଞ୍ଜନଗର,୧୩/୭(ବାବୁଲା ପ୍ରଧାନ)- ପୋଷଣ ଅଭିଯାନ ଅବସରରେ ବର୍ତ୍ତମାନ ଓଜନ ଉତ୍ସବ ରାଜ୍ୟରେ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଓଜନ ଉତ୍ସବ ପ୍ରଥମ ପର୍ଯ୍ୟାୟ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri