ଭଲ ବେଳା ଆସିଛି

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଶାହରୁଖଙ୍କ ଖୁସିି ଏବେ କହିଲେ ନ ସରେ। କାରଣ ଯେଉଁ ୟଶରାଜ ଫିଲ୍ମସ ବ୍ୟାନର ତାଙ୍କୁ ନେମ୍‌ ଫେମ୍‌ ଦେଇଛି ସେହି ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା ସିନେମାରେ ସେ ପୁଣି ଥରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏହି ବିଗ୍‌ ବଜେଟ୍‌ ଫିଲ୍ମର ଟାଇଟଲ ପରଲୋକଗତ ପ୍ରଯୋଜକ ତଥା ତାଙ୍କର ପିତା ୟଶ ଚୋପ୍ରାଙ୍କ ୮୮ତମ ଜନ୍ମବାର୍ଷିକୀ ଅବସରରେ ଘୋଷଣା କରିବେ। କେବଳ ସେତିକି ନୁହେଁ, ଶାହରୁଖଙ୍କୁ ନେଇ ନିର୍ମିତ ହେବାକୁ ଯାଉଥିବା ନୂଆ ହିନ୍ଦୀ ସିନେମା ‘ପଠାନ୍‌’ର ଶୁଟିଂ ଆସନ୍ତା ମାସରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ତେଣୁ ଏ ନେଇ ଶାହରୁଖ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ‘ଓ୍ବାର୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। ଅପରପକ୍ଷରେ ରାଜ କୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ମଧ୍ୟ ଶାହରୁଖ ଅଭିନୟ କରିବେ। କଥା କ’ଣ କି ଗତ କିଛି ବର୍ଷ ଧରି ଶାହରୁଖଙ୍କ ଅଭିନୀତ ସିନେମାଗୁଡିକ ଫ୍ଲପ୍‌ ହେଉଛି, ଯାହା ତାଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏବେ ସେ ଅଭିନୟ କରିବାକୁ ଯାଉଥିବା ନୂଆ ଫିଲ୍ମଗୁଡ଼ିକ ତାଙ୍କ କ୍ୟାରିୟର ପାଇଁ ଶୁଭପ୍ରଦ ସାବ୍ୟସ୍ତ ହେବ ବୋଲି ଆଶା ରଖିଛନ୍ତି ଶାହରୁଖ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଟ୍ରମ୍ପଙ୍କ ୩ ବଡ଼ ସର୍ତ୍ତ: ଯାହା କାରଣରୁ ଅଟକିଲା ଇରାନ-ଆମେରିକାର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୬।୫: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଆଶା କରାଯାଉଥିବା ଶାନ୍ତି ଚୁକ୍ତିନାମା ଏବେ ଝୁଲି…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri