ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କଲେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ

ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ(ରାଜ୍ୟ) ନିତ୍ୟାନନ୍ଦ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କ୍ୟାମ୍ପସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ସମ୍ମୀଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଆଇଟିବିପି ମହାନିର୍ଦ୍ଦେଶକ ରାହୁଲ ରସଗୋତ୍ରା ଆଇଟିଇପିର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ରାୟ ଆଇଟିବିପି କର୍ମୀଙ୍କୁ ୬୨ବର୍ଷ ଧରି ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ଜଣାଇଥିଲେ। ହିମାଳୟ ସୀମାରେ ଆହ୍ବାନ ପୂର୍ଣ୍ଣ ଅବସ୍ଥାରେ ଦେଶର ସୁରକ୍ଷାରେ ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତା ପ୍ରଶଂସା କରିଥିଲେ। ଏହି ଅବସରରେ ସର୍ବଭାରତୀୟ ସ୍ତରରେ ଆଇଟିବିପି ବିଭିନ୍ନ ପ୍ରକଳ୍ପ ଇ- ଡିଜିଟାଲ ମାଧମରେ ଉଦଘାଟନ କରିଥିଲେ। ଭାରତ ସରକାର ଆଇଟିବିପିର ଆଧୁନିକରଣ, ସମସ୍ତ ସୁବିଧା ଉପଲବ୍ଧ ପାଇଁ ପ୍ରତିବଦ୍ଧ। ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ନିର୍ମାଣ ସହ ପରିବାରଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏହି ଅବସରରେ ଆଇଟିବିପି କଣ୍ଟିଜେଣ୍ଟ, ମହିଳା କଣ୍ଟିଜେଣ୍ଟ, ପର୍ବତାରୋହୀ ଦଳ ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ଏଥିସହିତ ସମରକଳା, ପର୍ବତାରୋହଣ ବିଭିନ୍ନ କୌଶଳ, ଷ୍ଟିଙ୍ଗ ଅପରେଶନ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ଚାଷୀଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର,୧୩।୧(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର...

ଗଞ୍ଜାମ ସହରରେ ନିର୍ମାଣ  ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ।...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

ଚୋରି ରୋକିବାକୁ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଲାଗିଲା ସିସିଟିଭି

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍‌ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ...

ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଭୁବନେଶ୍ୱରରେ ୩ ଦିନ(୧୭,୧୮,୧୯) ଧରି ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡମ୍ବରୁଧର ରାଓ। ତେଇଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri