ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କ ଯୋଗଦାନକୁ ସମ୍ମାନ ଦେଲା ଇଟାଲୀ, ନିର୍ମାଣ କଲା ବିଶେଷ ସ୍ମାରକ

ରୋମ,୨୩।୭: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସେନାଙ୍କୁ ସମ୍ମାନ ଦେଇଛି ଇଟାଲୀ। ଇଟାଲୀର ମୋନଟୋନେ ଅଞ୍ଚଳରେ ଭାରତୀୟ ସେନାଙ୍କ ସମ୍ମାନରେ ଏକ ସ୍ମାରକ ଉଦଘାଟନ କରାଯାଇଛି। ଏହି ସ୍ମାରକକୁ କମ୍ୟୁନ ଅଫ ମୋନୋଟୋନ ଏବଂ ଇଟାଲୀର ସାମରିକ ଐତିହାସିକମାନେ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସେନାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଇଟାଲୀର ପେରୁଗିଆର ମୋଣ୍ଟୋନ ଠାରେ ଭିସି ୟଶୱନ୍ତ ଘାଡଗେ ସନଡାୟଲ ମେମୋରିଆଲ ଉନ୍ମୋଚିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଟାଲୀ ପାର୍ଶ୍ୱରେ ଯୁଦ୍ଧ କରିଥିବା ଭାରତୀୟ ସୈନିକଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ଏହା ସହିତ ଶହୀଦ ନାୟକ ଯଶବନ୍ତ ଘାଡଗେଙ୍କୁ ଭିକ୍ଟୋରିଆ କ୍ରସ ସମ୍ମାନରେ ସମ୍ମାନୀତ କରାଯାଇଛି। ଉପର ଟିବେର ଉପତ୍ୟକାରେ ଯୁଦ୍ଧ ସମୟରେ ଯଶଓ୍ବନ୍ତରାଓ ଘାଡଗେ ଶହୀଦ ହୋଇଥିଲେ। ଭାରତୀୟ ସେନାଙ୍କ ସମ୍ମାନାର୍ଥେ ନିର୍ମିତ ସ୍ମାରକୀ ଉନ୍ମୋଚନ ଅବସରରେ ଇଟାଲୀରେ ଭାରତର ରାଷ୍ଟ୍ରଦୂତ ଡା. ନୀନା ମାଲହୋତ୍ରା, ଭାରତୀୟ ସେନାର ପ୍ରତିନିଧୀ ତଥା ବହୁ ଭାରତୀୟ ନାଗରିକ ତଥା ଇଟାଲୀ ସେନାର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଇଟାଲୀ ପାଇଁ ଲଢିଥିବା ଭାରତୀୟ ସେନାଙ୍କର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବହୁତ ବଡ ଭୂମିକା ଥିଲା। ଭାରତୀୟ ସେନାର ଚତୁର୍ଥ, ଅଷ୍ଟମ ଓ ଦଶମ ଡିଭିଜନର ୫୦ରୁ ଅଧିକ ସେନା ଯୁଦ୍ଧରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲା ଶିଶୁପତ୍ର, ପରିବାର ଲୋକଙ୍କୁ ବିଧାୟକ ଭେଟି…

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ଗ୍ରାମର ଶଙ୍କର ଦେ’ଙ୍କ ୪ବର୍ଷର ପୁଅ ସଙ୍କେତ ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ…

ଜିଲା ଯୋଜନା ବୋର୍ଡ ସଦସ୍ୟ ହେଲେ ମହେନ୍ଦ୍ର ରଣା: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା:୮/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କୁ ଜିଲା ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି।…

ମୋଦିଙ୍କୁ ଭେଟି ଏତେବଡ଼ କଥା କହିଦେଲେ ରାଘବ ଚଢା, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭା ଏମପି ରାଘବ ଚଢା ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ…

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

Mettle Meet 2026: Live Updates: ଆରମ୍ଭ ହେଲା କୁଇଜ ମହାକୁମ୍ଭ

ଭୁବନେଶ୍ୱର, ୮।୮: ୨୦୨୬ ‘ମେଟଲ ମିଟ୍‌’ ପ୍ରିଲିମ୍ସ ଆଜିଠାରୁ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ୍‌’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri