ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ

ଟ୍ୟୁରିନ,୧୨।୧: ଫଟୋକୁ ସଠିକ୍‌ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍‌ ଲଗାଇ ଫଟୋ ଉଠାଇବାକୁ ପଡିଥାଏ। ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍‌ ପାଇଁ ୧୫-୨୦ ମିନିଟ୍‌ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ। କିନ୍ତୁ ନିକଟରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ କ୍ଳିକ୍‌ କରିବାକୁ ଫଟୋଗ୍ରାଫରଙ୍କୁ ୭ବର୍ଷ ସମୟ ଲାଗିଯାଇଥିଲା।
ଇଟାଲୀର ଟ୍ୟୁରିନ ସହରର ଭ୍ୟାଲେରିଓ ମିନାଟୋ ନାମକ ଫଟୋଗ୍ରାଫର ୭ବର୍ଷ ପରିଶ୍ରମ କରି ଏପରି ଫଟୋ ଉଠାଇଛନ୍ତି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମିନାଟୋ ଏକ ଏପରି ଫଟୋ ଉଠାଇବାକୁ ଚାହୁଁଥିଲେ ଯାହାକୁ ଦୁନିଆ ‘ଫଟୋଗ୍ରାଫ ଅଫ ଦି ଡିକେଡ’ ବୋଲି ମାନ୍ୟତା ଦେବ।
ମିନାଟୋ ଦୁଇଟି ଆଇକନିକ ଲ୍ୟାଣ୍ଡମାର୍କ ସହିତ ଚନ୍ଦ୍ରର ଆଲାଇନ ଫଟୋ ଉଠାଇଛନ୍ତି। ଫଟୋରେ ବ୍ୟାସିଲିକା ଅଫ୍‌ ସୁପରେଗାର ଗମ୍ବୁଜ ଏବଂ ବିଶାଳ ମୋନଭିସୋ ପର୍ବତ ପଛରେ ଚନ୍ଦ୍ର ରହିଛି। ଏହି ଦୁଇଟି ଫଟୋକୁ ମିଶାଇ ମିନାଟୋ ଏପରି ଏକ ଚମତ୍କାର ଫଟୋ ଉଠାଇଛନ୍ତି ଯାହାକୁ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟ ସମ୍ମାନିତ କରିଛି।

 

View this post on Instagram

 

A post shared by Valerio Minato (@valeriominato)

ଏହି ଫଟୋ ଉଠାଇବା ପାଇଁ ମିନାଟୋଙ୍କୁ ୨୦୧୭ରୁ ସଂଘର୍ଷ କରିବାକୁ ପଡିଥିଲା। ସେ ଚନ୍ଦ୍ରର ହରିଜେଣ୍ଟାଲ ଫଟୋ ନେବା ସହ ପାଣିପାଗ ବିଭାଗର ପ୍ରତିଟି ସମୟର ବିବରଣୀ ରଖୁଥିଲେ। ତେବେ ଟ୍ୟୁରିନ ସହର ସବୁବେଳେ ବାଦଲ ମଧ୍ୟରେ ଢାଙ୍କି ହୋଇ ରହୁଥିଲା ଯାହାଯୋଗୁ ଫଟୋ ନେବାରେ ଅସୁବିଧା ହେଉଥିଲା। ମାତ୍ର ମନାଟୋ ଏତିକିରେ ହାର୍‌ ମାନି ନ ଥିଲେ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ଶଟ୍‌ ନେବା ପାଇଁ ତାଙ୍କୁ ୨୦୧୨ରୁ ସହରର ବିଭିନ୍ନ କ୍ଷେତ୍ରରୁ ଶୁଟିଂ କରିବାକୁ ପଡୁଥିଲା। ଏକ ସ୍ଥିର ବିନ୍ଦୁରେ ଦୁଇଟି ଚିତ୍ରକୁ ମିଶାଇବା ପାଇଁ ତାଙ୍କୁ ୭ବର୍ଷ ଲାଗିଯାଇଥିଲା। ଯାହାର ପରଫେକ୍ଟ କ୍ୟାପଚର ସେ ୨୦୨୩ ଡିସେମ୍ବର ୭ରେ କ୍ୟାପଚର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri