‘ସ୍ତ୍ରୀଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା’

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାର ସୁଦେବ କୁମାର ପୃଷ୍ଟି ରାଜ୍ୟରେ ଟପ୍ପର ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ବାୟୁ ସେନାରେ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟରତ। ଚାକିରି ଜୀବନ ସହ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପାଠ ପଢ଼ି ସଫଳତା ପାଇପାରିଛନ୍ତି। ତାଙ୍କର ଏହି ସଫଳତା ସମ୍ପର୍କରେ ସେ ଯାହା କୁହନ୍ତି…
ପ୍ରଶ୍ନ-ଆପଣ ରାଜ୍ୟରେ ପ୍ରକାଶିତ ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି, କ’ଣ କହିବେ?
ଉତ୍ତର-ମୁଁ କେବେ ଟପ୍ପର ହେବି ବୋଲି ସ୍ବପ୍ନରେ ବି ଭାବି ନ ଥିଲି। ଏହା ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ କୃପା ବୋଲି ମୁଁ ଭାବୁଛି।
ପ୍ରଶ୍ୱ-ଏୟାରଫୋର୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚାକିରି କରି କିଭଳି ପ୍ରସ୍ତୁତି କରୁଥିଲେ?
ଉତ୍ତର-ଏୟାରଫୋର୍ସର ଗୁଆହାଟୀ ତେଜପୁର ଏୟାରଫୋର୍ସରେ ମୁଁ ବର୍ତ୍ତମାନ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଛି। ଏ ପଦବୀରେ ଥାଇ ସମୟ ବାହାର କରି ପାଠ ପଢ଼ିବା ମୋ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା।
ପ୍ରଶ୍ନ-ସଫଳତାର ଶ୍ରେୟ କାହାକୁ ଦେବେ?
ଉତ୍ତର-ମା’, ବାପା, ସ୍ତ୍ରୀ ଓ ସାଙ୍ଗଙ୍କ ପ୍ରେରଣା ମୋତେ ଆଜି ଏଠାରେ ପହଞ୍ଚାଇଛି। ମୋ ସ୍ତ୍ରୀ ମୋତେ ସହଯୋଗ ନ କରିଥିଲେ ମୁଁ ପାଠ ପଢ଼ିପାରି ନ ଥାନ୍ତି। ତାଙ୍କ ସହଯୋଗ ବିନା ଏ ସଫଳତା ସମ୍ଭବ ନ ଥିଲା।
ପ୍ରଶ୍ନ-ଆପଣ ଏଥିପାଇଁ କୌଣସି କୋଚିଂ ନେଉଥିଲେ କି?
ଉତ୍ତର-ନା ଏଥିପାଇଁ ମୁଁ ବିଧିବଦ୍ଧ ଭାବେ କୌଣସି କୋଚିଂ ନେଇନାହିଁ। ତେବେ ଭୁବନେଶ୍ୱରର ଏକ କୋଚିଂ ସେଣ୍ଟରର ଅଶୋକ ପଣ୍ଡା ଓ ଦୀପକ ସ୍ବାଇଁ ସାର୍‌ଙ୍କ ଗାଇଡ୍‌ରେ ପାଠ ପଢ଼ୁଥିଲି।
ପ୍ରଶ୍ନ-ବର୍ତ୍ତମାନର ଛାତ୍ର ଓ ଯୁବପିଢ଼ିଙ୍କୁ କ’ଣ କହିବେ?
ଉତ୍ତର-ସବୁ ସଫଳତା ପଛରେ କଠିନ ପରିଶ୍ରମ ଦରକାର। ବର୍ତ୍ତମାନ ଯୁବପିଢ଼ି ମୋବାଇଲମନସ୍କ ନ ହୋଇ ପଠନମନସ୍କ ହେବା ଦରକାର। ଏଥିପ୍ରତି ମା’ ବାପା ଗୁରୁତ୍ୱ ଦେବା ଆବଶ୍ୟକ।
ପ୍ରଶ୍ନ- ଚାକିରିରେ ଯୋଗଦେଲେ କେଉଁ ଦିଗ ପ୍ରତି ପ୍ରାଥମିକତା ଦେବେ?
ଉତ୍ତର- ଏୟାରଫୋର୍ସରେ ମୋର ଆଉ ୨ ବର୍ଷ ଚାକିରି। ଏହା ଏକ ଶୃଙ୍ଖଳିତ କାର୍ଯ୍ୟ। ଏଣୁ ମୁଁ ଭିଆରଏସ୍‌ ନେଇ ଓଡ଼ିଶା ପ୍ରଶାସନିକ ସେବା ଚାକିରିରେ ଯୋଗଦେବି। ପିଲାବେଳୁ ମୁଁ ଓ ଆମ ପରିବାର ଅଭାବରେ ଗତି କରିଛୁ। ଏଣୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଲୋକଙ୍କ କାର୍ଯ୍ୟ କିଭଳି ଗୋଟିଏ ଦିନରେ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବି। ଏଥିସହ ବୃତ୍ତିରେ ସ୍ବଚ୍ଛତା ଅବଲମ୍ବନ କରିବି।
ପ୍ରଶ୍ନ-ବହୁ ଅଫିସରଙ୍କ ଘରେ ଭିଜିଲାନ୍ସ, ଇଡି ଚଢ଼ାଉ ହେଉଛି। ସେ ବିଷୟରେ କ’ଣ କହିବେ?
ଉତ୍ତାର-ମଣିଷ ମଣିଷ ଭିତରେ ପାର୍ଥକ୍ୟ ରହିବ। ବହୁ ଭଲ ଅଫିସର ମଧ୍ୟ କାର୍ଯ୍ୟ କରୁଛନ୍ତି। କେତେକ ଭଲ ଲୋକଙ୍କ ପାଇଁ ସୃଷ୍ଟି ବଞ୍ଚତ୍ଛି। ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦେବି ନାହିଁ।

– ସାକ୍ଷାତକାର: ବୀରକିଶୋର ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri