ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି ମାସ ଖାଦ୍ୟ ବାବଦରେ ବହୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଅନୁଯାୟୀ, ସନା ପ୍ରତି ମାସ ସକାଳ ଜଳଖିଆରେ ପ୍ରାୟ ସାଢେ ୨୬ ହଜାର ଖର୍ଚ୍ଚ କରିଥିଲେ। ଉଲ୍ଲେଖଥାଉ କି, ଦୁନିଆର ସବୁଠାରୁ ମହଙ୍ଗା ଜଳଖିଆ ଖାଉଛନ୍ତି ପିଏମ ସାନା। ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଥରେ ୨୭ ଲକ୍ଷ ଟଙ୍କାର ଜଳଖିତ୍ଆ ଅର୍ଡର କରିଥିଲେ। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଜଳଖିଆ ଭାବରେ ବିବେଚନା କରାଯାଏ। ଆବୋଟ ଜଳଖିଆ ଭାବେ ଆମ୍ବର ଏକ ଟ୍ରେ ଅର୍ଡର କରିଥିଲେ। ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ଥିଲା। ସାମ କୋକୋ ଏହି ଆମ୍ବ ଟ୍ରେ’ର ମାଲିକ ଥିଲେ। ଯଦିଓ ଏବୋଟ ସମସ୍ତ ଆମ୍ବ ଖାଇ ନ ଥିଲେ, ପରଦିନ ଏହି ଫଳଗୁଡିକ ଶିଶୁ ଡାକ୍ତରଖାନାରେ ବଣ୍ଟନ କରାଯାଇଥିଲା। କିଛି ବର୍ଷ ପୂର୍ବେ ନ୍ୟୁୟର୍କର ଟିଫନିରେ ଏକ ଜଳଖିଆ ପ୍ରସ୍ତୁତ କରାଯାଇଥିଲା। ଯାହାର ମୂଲ୍ୟ ମଧ୍ୟ ୨୭ ଲକ୍ଷ ଟଙ୍କା ଥିଲା। ସାଧାରଣତଃ ବଡ କଳାକାରମାନେ ଏଠାକୁ ଆସି ଫ୍ରେଞ୍ଚ ଜଳଖିଆ ଉପଭୋଗ କରୁଥିଲେ। ଏଥିରେ ଖାଦ୍ୟ ଯୋଗ୍ୟ ସୁନା ଓ ରୂପା ଆବରଣ ସହିତ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ଟୋନି ଆବୋଟ ମହଙ୍ଗା ଜଳଖିଆ ଏବଂ ରାତ୍ରୀ ଭୋଜନ ପାଇଁ ବାରମ୍ବାର ବିବାଦରେ ରହିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖା ନାହିଁ କି ବିରି ନାହିଁ…

ତଥାପି ତାଙ୍କ ଘରେ ଅଭାବନାହିଁ l କଣ ବୁଝିପାରିଲେନି? ତେବେ ଶୁଣନ୍ତୁ l କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳକରନ୍ତି ନାହିଁ...

ପାଖରେ ଅଛି କି ଏଭଳି ନୋଟ୍‌, ରାତାରାତି ପାଲଟିବେ ଧନୀ…

ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍‌ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍‌ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି...

ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ...

ସମାଜ ପାଇଁ ଉଦାହରଣ: ମାଗଣାରେ ଟ୍ରେନିଂ ଦେଇ ଶିକ୍ଷାର୍ଥୀଙ୍କୁ ସ୍ବାବଲମ୍ବୀ କରୁଥିବା ମଣିଷ

ସମାଜରେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ, ଅନେକ ଦିନଧରି...

ଗିନିଜ ୱାଲର୍‌ଡ ରେକର୍ଡ କଲା କଙ୍କଡା

ସାଧାରଣତଃ ଲୋକମାନେ ସାରା ବିଶ୍ୱରେ ପ୍ରସିଦ୍ଧ ହେବା ପାଇଁ ଅନେକ ପ୍ରକାରର କୌଶଳ ଅବଲମ୍ବନ କରୁଥିବା ଦେଖାଯାଏ। ଯେଉଁଥିପାଇଁ ସେ ଅନେକ ଥର ଏଭଳି କରନ୍ତି,...

ଆର୍ଥିକ ସଙ୍କଟରେ ବେହାଲ ପାକିସ୍ତାନ, ମନ୍ତ୍ରୀ ଅଧିକାରୀଙ୍କ ବେତନ-ଭତ୍ତାରେ ହେବ କାଟଛାଟ

ଇସଲାମାବାଦ,୨୩ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବେଳକୁ ବେଳ ଆହୁରି ଦେବାଳିଆ ହେବାରେ ଲାଗିଛି । ଏବେ ପାକିସ୍ତାନର ମନ୍ତ୍ରୀ...

ଖ୍ରୀଷ୍ଟମାସ ପାଳନ ନ କରିବାକୁ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୧ ।୧୨: ପାଖେଇ ଆସୁଛି ଖ୍ରୀଷ୍ଟମାସ ସହ ନୂଆବର୍ଷ । ବିଶ୍ୱବାସି ଏହି ପର୍ବକୁ ପାଳନ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।...

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’...

Advertisement
Archives

Model This Week