ଆଜିଠୁ ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି। ସାମୁଦ୍ରିକ ପ୍ରଚଳନ ସହିତ ଦକ୍ଷିଣ-ପଶ୍ଚିମ ଆଡ଼କୁ ତାହା ଗତି କରୁଛି। ଅନ୍ୟପକ୍ଷରେ ମୌସୁମୀ ଟ୍ରପ୍‌ ଲାଇନ୍‌ ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ତା’ପରେ ଦକ୍ଷିଣ-ପୂର୍ବ ଦିଗରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାରସୁଗୁଡ଼ା ଦେଇ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ସୋମବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୧୩ ଓ ୧୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳଗୁଡ଼ିକର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସୋମବାର କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ପୁରୀ, ଜଗତ୍‌ସିଂହପୁର, ଅନୁଗୋଳ ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନ କିମ୍ବା ବିଳମ୍ବିତ ସା ଆଡ଼କୁ କିଛି ସ୍ଥାନରେ ହାଲୁକା ବର୍ଷା, ବଜ୍ରପାତ ଏବଂ କଟକର କିଛି ସ୍ଥାନରେ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି। ସସ୍‌ପେଣ୍ଡ...

ରେଳ ଧାରଣାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଇଣ୍ଡା,୧୨।୧୧(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ଥାନା ଖଇରମୁଣ୍ଡା ନିକଟସ୍ଥ ରେଳଧାରଣା ପରିସରରୁ ମଙ୍ଗଳବାର ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ସୁଲୁ ପ୍ରଧାନ(୧୮) ଜଣେ ଯୁବକଙ୍କ ମୃତଦେହକୁ କିଶୋରନଗର...

ଅସୁରକ୍ଷିତ ଶ୍ରେଣୀଗୃହରେ ଶିକ୍ଷାଦାନ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.)-ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ...

‘ଜାତୀୟ ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଓଡ଼ିଶାର ଲକ୍ଷ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ୨୦୨୦-୨୧ ବଜେଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆସ୍ତରକୁ ନେବାକୁ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥ...

କର୍କଟ ରୋଗୀଙ୍କ ପିଇଟି, ସିଟି ସ୍କାନ୍‌ ଖର୍ଚ୍ଚ ସରକାର ବହନ କରିବେ: ହାଇକୋର୍ଟ

କଟକ ଅଫିସ, ୨୦।୧: ରାଜ୍ୟରେ କର୍କଟ ରୋଗରେ ପୀଡ଼ିତଙ୍କ ପାଇଁ ଏକ ଖୁସି ଖବର। କର୍କଟ ପୀଡ଼ିତଙ୍କ ପୋଜିଟ୍ରନ୍‌ ଏମିଶନ ଟୋମୋଗ୍ରାଫି(ପିଇଟି) ଏବଂ ଏକ୍ସ-ରେ କମ୍ପ୍ୟୁଟେଡ...

ମଦ ଦୋକାନରେ ଭିଡ଼, କଟକଣାକୁ ବେଖାତିର

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): କରୋନା ଭୂତାଣୁ କବଳରୁ ମୁକ୍ତ ନେଇ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...

ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି ।...

‘ଅକ୍ଷର’ ପାଇଁ ବାଟ ଫିଟିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବହୁ ଆଲୋଚନା ପରେ ୪ର୍ଥ ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ହେବା ନେଇ ମଙ୍ଗଳବାର ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ...

Advertisement
Archives

Model This Week