Posted inଖେଳ

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ପରେ ରିୟାନ ପରାଗ କହିଛନ୍ତି, ମୋ ମା’ ମୋର ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। ବିଶେଷକରି ଗତ ୩-୪ ବର୍ଷ ମଧ୍ୟରେ ବହୁତ ସଂଘର୍ଷ ହୋଇଛି। ଏହି ସମୟରେ, ରିୟାନ ପରାଗ ବହୁତ ଭାବପ୍ରବଣ ଦେଖାଯାଉଥିଲେ।
ରିୟାନ ପରାଗ କହିଛନ୍ତି,ମୋର ଘରୋଇ ସିଜିନ୍‌ ବହୁତ ଚମତ୍କାର ଥିଲା। ଏହାଦ୍ୱାରା ମୁଁ ଆଇପିଏଲରେ ଉପକୃତ ହେଉଛି। ଗତ ୩ ଦିନ ଧରି ମୁଁ ବେଡ୍‌ରେ ଥିଲି, କ୍ରମାଗତ ଭାବରେ ପେନ୍‌କିଲର ନେଇଥିଲି, କିନ୍ତୁ ଆଜି ମୁଁ ମୋ ଦଳ ପାଇଁ ଅବଦାନ ରଖିଛି, ତେଣୁ ମୁଁ ବହୁତ ଖୁସି।
ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri