ଅଷ୍ଟଧାତୁ ମୂର୍ତ୍ତି ଚୋରିକୁ ବର୍ଷେ ବିତିଲା

କାଏମା,୧୪।୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ପାଟପୁର ପଞ୍ଚାୟତରେ ଥିବା ବହୁ ପୁରାତନ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାକୁ ଇତିମଧ୍ୟରେ ୧ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ଯାଜପୁର ପୋଲିସ ମୂର୍ତ୍ତି ଚୋରି ସମ୍ପର୍କରେ କୌଣସି ସୁରାକ ପାଇନାହିଁ। ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ପ୍ରାୟ ୨ ବର୍ଷ ୧୦ ମାସ ପରେ ଚୋରି ହୋଇଥିବା ଦର୍ପଣଗଡ଼ ଅଞ୍ଚଳର ଆରାଧ୍ୟ ଦେବୀ ମା’କୋଟ୍ରାକ୍ଷୀଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଘଟଣା ପରେ ବଳଦେବଜୀଉଙ୍କ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ନିମନ୍ତେ ଦାବି ଜୋର ଧରିଛି। ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ବଦଳି ପରେ ଏହି ଫାଇଲ୍‌ ଆଉ ଖୋଲିନାହିଁ। ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୧୧ ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଏହି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ ମନ୍ଦିର କବାଟ ଭାଙ୍ଗି ଚୋରି କରି ନେଇଥିଲେ । ଏସମ୍ପର୍କରେ ଟ୍ରଷ୍ଟି ବିନୋଦ କୁମାର ଦାଶ ସେହି ମାସ ୧୨ ତାରିଖରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ଦିନ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର. ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ଅଗଷ୍ଟରେ ମନ୍ଦିରର ଟ୍ରଷ୍ଟି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ତାଙ୍କର ଧର୍ମଶାଳା ଗସ୍ତ ସମୟରେ ମୂର୍ତ୍ତି ଚୋରି ତଦନ୍ତକୁ ତ୍ୱରାନ୍ବିତ କରିବା ତଥା ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨ଟି ଚିଠି ଲେଖି ସହାୟତା ଲୋଡିଥିଲେ। ମନ୍ଦିରର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଟ୍ରଷ୍ଟି ବିନୋଦ କୁମାର ଦାଶ ଘଟଣା ସମ୍ପର୍କରେ ଦେବୋତ୍ତର କମିଶନରଙ୍କୁ ବାରମ୍ବାର ଭେଟି ଏବଂ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କର ସହାୟତା ଲୋଡିଥିଲେ । ଦେବୋତ୍ତର କମିଶନର ଇତିମଧ୍ୟରେ ଯାଜପୁର ଜିଲା ଏସ୍‌ପି ଏବଂ ଆସିଷ୍ଟାଣ୍ଟ କମିଶନରଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପ୍ରକିୟାକୁ ଆହୁରି ସକ୍ରିୟ କରିବା ସହ ଚୋରି ହୋଇଥିବା ବିରଳ ମୂର୍ତ୍ତି ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୨୭ରେ ଟ୍ରଷ୍ଟିଙ୍କ କ୍ରମାଗତ ଅନୁରୋଧ କ୍ରମେ ଦେବୋତ୍ତର କମିଶନର ସେଣ୍ଟ୍ରାଲ ଡିଆଇଜିଙ୍କୁ ଏକ ଚିଠି ଲେଖି ଯାଜପୁର ଏସ୍‌ପିଙ୍କୁ ତଦନ୍ତ ପ୍ରକ୍ରିୟାରେ ଧ୍ୟାନକେନ୍ଦ୍ରିତ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇତିମଧ୍ୟରେ ଗତ ମାର୍ଚ୍ଚ ୩ ରେ ଯାଜପୁର ଏସ୍‌ପି ବିନୀତ ଅଗ୍ରୱାଲ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ୪ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ୩୧ଟି ବହୁମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ସିଦ୍ଧ ବଳଦେବଜୀଉଙ୍କ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇପାରିନାହିଁ। ମନ୍ଦିରର ଟ୍ରଷ୍ଟି ଇତିମଧ୍ୟରେ ପ୍ରତ୍ନତତ୍ତ୍ୱ ବିଭାଗର ଡିଜି ଏବଂ ଆଇଜି ,ସିବିଆଇ ଡିଜି ଏବଂ ଆଇଜି ,ତାମିଲନାଡୁ ଆଇଡ଼ଲ ଉଇଙ୍ଗ ସିଆଇଡିର ଡିଜି, ଆଇଜି, କ୍ରାଇମବ୍ରାଞ୍ଚର ଡିଜି ଏବଂ ଆଇଜି ଏବଂ ସର୍ବଭାରତୀୟସ୍ତରର ସମସ୍ତ କଷ୍ଟମ୍‌ଜୋନର ଡିଜି ଏବଂ ଆଇଜି ପ୍ରମୁଖଙ୍କୁ ଇମେଲ ଏବଂ ଫାକ୍ସ ଜରିଆରେ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?