ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ନଗଡ଼ାରେ କରାଯାଇଥିଲା। ପ୍ରାୟ ୨୩ କୋଟି ଟଙ୍କା ବିନିଯୋଗରେ ରାସ୍ତା, ପାଣି, ବିଜୁଳି ଆଦି କ୍ଷେତ୍ରରେ ବିକାଶ ଉଦ୍ୟମ ହୋଇଥିଲା। ହେଲେ ନଗଡ଼ାବାସୀଙ୍କ ଆର୍ଥିକସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଫଳରେ ନଗଡ଼ାର ଶିଶୁମାନେ ଏବେ ଦାଦନ ଖଟିବାକୁ ଜିଲା ବାହାରକୁ ଯାଇଥିବା ଜଣାପଡିଛି। ଜଣେ ନାବାଳକ କୌଶଳକ୍ରମେ ସେଠାରୁ ଖସି ଆସିବାରେ ଏହା ଜଣାପଡ଼ିଛି। ପ୍ରତି ୫ ବର୍ଷରେ ସାଧାରଣ ନିର୍ବାଚନ ହେଉଥିଲେ ହେଁ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳର ସ୍ଥିତି ବଦଳେ ନାହିଁ ବୋଲି ଏହି ଦାଦନ ଘଟଣାରୁ ସ୍ପଷ୍ଟ ହେଉଛି।
ସୁକିନ୍ଦା ଖଣି ସମୃଦ୍ଧ ହୋଇଥିବାବେଳେ ଏହାର ଅଧିବାସୀ ଅଭାବ ଅନଟନରେ କାଳାତିପାତ କରୁଛନ୍ତି। ଖଣିରେ ଯାନ୍ତ୍ରିକ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସେଠାରେ ରୋଜଗାର ପାଉନାହାନ୍ତି। ଏହାସହ ରାଜ୍ୟ ବାହାର ଠିକାସଂସ୍ଥା ଜରିଆରେ ଅଣଓଡ଼ିଆମାନଙ୍କୁ ଅଧିକ ନିଯୁକ୍ତି ମିଳୁଛି। ଏଥିଯୋଗୁ ସୁକିନ୍ଦାର ଗରିବ ପରିବାରର ମୁରବିମାନେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ସହିତ ଶିଶୁମାନେ ମଧ୍ୟ ବାଧ୍ୟ ହେଉଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଧୂଳିସାତ ହୋଇଯାଉଛି। ମିଳିଥିବା ସୂଚନା ଅନୁସାରେ ନଗଡ଼ାରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିକାଶ ନାମରେ ଖର୍ଚ୍ଚ କରାଯାଇଛି। ହେଲେ ବାସ୍ତବ ପକ୍ଷେ ଏଠାକାର ଜୁଆଙ୍ଗ ଆଦିବାସୀଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ। ରହିବା ପାଇଁ ପକ୍କାଘର, ବିଜୁଳି, ଆଲୋକ ଏବଂ ପିଇବା ପାଣିର ବ୍ୟବସ୍ଥା ସୁନିଶ୍ଚିତ ହୋଇଛି ସତ, ହେଲେ ନିଜର ପରମ୍ପରାଗତ ବୃତ୍ତିକୁ ସେମାନେ ହରାଇ ବସିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟକୁ ସାହାରା କରି ବଞ୍ଚିଆସୁଥିବା ଜୁଆଙ୍ଗ ଲୋକଙ୍କୁ ଆଜି ରୋଜଗାର ପାଇଁ ବାରଦୁଆର ହେବାକୁ ପଡୁଛି। ସରକାରଙ୍କ ପକ୍ଷରୁ ଚାଉଳ ଗଣ୍ଡାକ ମିଳୁଛି ସତ, ହେଲେ ଭାତ ସହିତ କେବଳ ଲୁଣ ବ୍ୟତୀତ ଅନ୍ୟ କିଛି ସେମାନଙ୍କୁ ମିଳୁନି। ମୁଗ, ବିରି, କୋଳଥ, ମାଣ୍ଡିଆ ଇତ୍ୟାଦି ପ୍ରଧାନ ଖାଦ୍ୟକୁ ସେମାନେ ଭୁଲି ଭୁଲିଗଲେଣି। ଦିନଥିଲା ଏ ସବୁ ଚାଷ କରି ଏହି ଉତ୍ପାଦଗୁଡ଼ିକୁ ବଦଳକରି ବା ବିକ୍ରିକରି ସେମାନେ ବର୍ଷକ ପାଇଁ ତେଲ ଲୁଣ ସଂଗ୍ରହ କରୁଥିଲେ। ଏବେ ନିଜର ଦୈନନ୍ଦିନ ତେଲ ଲୁଣ ଏବଂ ପୋଷାକ ନିମନ୍ତେ ସେମାନେ ନିଜ ଅଞ୍ଚଳ ଛାଡି ଅନ୍ୟତ୍ର ରୋଜଗାର ସନ୍ଧାନରେ ଯିବାକୁ ବାଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ ନଗଡ଼ାର ତିନୋଟି ସାହି ତଳ ନଗଡ଼ା, ମଝି ନଗଡ଼ା ଆଉ ଉପର ନଗଡ଼ାରୁ ପ୍ରାୟ ୨୮ ଜଣ ଶିଶୁ ଶ୍ରମିକ ଜିଲା ବାହାରକୁ ଯାଇ ବାଲେଶ୍ୱର ଓ ଭୁବନେଶ୍ୱର ଅଞ୍ଚଳର ଏକ ମାଛ ଫ୍ୟାକ୍ଟ୍ରିରେ ନିୟୋଜିତ ଅଛନ୍ତି। ଏ ଅଞ୍ଚଳରେ ସକ୍ରିୟ ଥିବା ଦଲାଲଙ୍କ ପ୍ରଲୋଭନରେ ପଡି ସେଠାରେ ଦିନକୁ ୧୨ ଘଣ୍ଟା ଖଟିବାକୁ ବାଧ୍ୟ ହେଉଛନ୍ତି। ଜଣେ ଶିଶୁଙ୍କ ଅଭିଭାବକ ବାଟ ପ୍ରଧାନ କୁହନ୍ତି, ନଗଡ଼ାର ତିନୋଟି ସାହିର ପ୍ରାୟ ୨୮ ଜଣ ଯୁବତୀଯୁବକ ଉକ୍ତ ଜାଗାରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ନାବାଳକ ଅଛନ୍ତି l ଜଣେ ନାବାଳକଙ୍କ କହିବା ମୁତାବକ, ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଦଲାଲ ଜଣକ ମାସକୁ ୭ ହଜାର ଟଙ୍କା ଦରମା ଦେବାକୁ କହି କାମ କରିବାକୁ ନେଇଛନ୍ତି। ଦୁଇମାସ ଦୈନିକ ୧୨ ଘଣ୍ଟା ଖଟେଇବା ପରେ ତାଙ୍କୁ କେବଳ ଦିନକୁ ୩ ଥର ଖାଇବାକୁ ଦେଉଥିଲେ ଏବଂ ଦରମା ମାଗିବାରୁ ୨ ମାସର ମାତ୍ର ୩ ହଜାର ଟଙ୍କା ଦେଇଥିଲେ। ତେଣୁ ସେ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ କାମ ଛାଡ଼ି ସେଠାରୁ ପଳେଇ ଆସିଛନ୍ତି l ତେବେ ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଅନ୍ୟ ପିଲାମାନଙ୍କୁ ମଧ୍ୟ ଠିକ ସେଇ ପରିଣାମ ଭୋଗିବାକୁ ପଡ଼ୁଥିବ l ଏ ସଂକ୍ରାନ୍ତରେ ସୁକିନ୍ଦା ବିଡିଓ ଅଭିଷେକ ସ୍ବାଇଁଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri