Posted inଜାତୀୟ

ଲିଭ୍‌-ଇନ୍‌ରେ ରହିବା ଅପବିତ୍ର

ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍‌-ଇନ୍‌ ରିଲେସନଶିପ୍‌କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ଲିଭ-ଇନ ରିଲେସନ୍‌ଶିପ୍‌ରେ ଥିବା ଜଣେ ଯୋଡିଙ୍କ ସୁରକ୍ଷା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପୂର୍ବରୁ ଏହାକୁ ଅପବିତ୍ର ବୋଲି କହିଛନ୍ତି। ଜଷ୍ଟିସ ସନ୍ଥ ପ୍ରକାଶ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆବେଦନକାରୀ ମହିଳା ଜଣଙ୍କୁ ତାଙ୍କ ମାତାପିତା ଜୁଲାଇ ୨୦୧୮ ରେ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ବିବାହ କରିଥିଲେ। ପରେ ମହିଳା ଜଣଙ୍କ ଗୋଟିଏ ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ମହିଳା ଜଣକ ବିବାହରେ ଅସନ୍ତୁଷ୍ଟ ଥିଲେ।
ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ତେଣୁ ସେ ତାଙ୍କ ଶାଶୁ ଘର ଛାଡି ଅନ୍ୟ ଜଣେ ଯୁବକଙ୍କ ସହ ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିଲେ। ତାଙ୍କ ସ୍ବାମୀ ଏବଂ ଅନ୍ୟ କିଛି ସମ୍ପର୍କୀୟ ତାଙ୍କ ଏଭଳି ଅନୈତିକ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏବଂ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଛନ୍ତି ବୋଲି ମହିଳା ଏବଂ ତାଙ୍କ ପାର୍ଟନର୍‌ ଅଭିଯୋଗ ଆଣିଛନ୍ତି। ଏଭଳି ପରିସ୍ଥିତିରେ ଅଗଷ୍ଟ ୧୩ରେ ସେ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। କିନ୍ତୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ବାଧ୍ୟ ହୋଇଥିଲେ। ଆବେଦନକାରୀଙ୍କ ମାମଲା ଶୁଣିବା ପରେ ଜଷ୍ଟିସ ସନ୍ଥ ମାମଲା ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍‌

ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍‌ ଉପହାର ସ୍ବରୂପ ପ୍ରଦାନ...

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ...

ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ...

କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…

ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

୬ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଉଛନ୍ତି ଫଣ୍ଡିଂ, ପିକେଙ୍କ ବିବାଦୀୟ ମନ୍ତବ୍ୟ…

ପାଟନା,୨୭।୧୦ : ଜନ ସୁରାଜ ଯାତ୍ରାରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)କ୍ରମାଗତ ଭାବରେ ବିବାଦୀୟ ମନ୍ତବ୍ୟ ଦେବା ଜାରି ରଖିଛନ୍ତି। ଏହାକୁ ନେଇ...

୨୨ ଟଙ୍କାରେ ମିଳୁଛି ପିଆଜ

ନୂଆଦିଲ୍ଲୀ,୨୪।୯: ପିଆଜ କିଲୋକୁ ୮୦। ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର। ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି ।...

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର...

ମୃତ୍ୟୁ ହାର ହ୍ରାସ ପାଇ ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

Advertisement
Archives

Model This Week