Posted inଜାତୀୟ

ନାଗରିକଙ୍କ ଧନଜୀବନ ରକ୍ଷା ରାଷ୍ଟ୍ରର ପରମ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୭ା୨(ପି.ଟି.): ସବୁ ସମୟରେ ନାଗରିକ ଓ ଅନ୍ୟମାନଙ୍କ ଧନଜୀବନର ସୁରକ୍ଷାକୁ ସୁନିଶ୍ଚିତ କରାଇବା ରାଷ୍ଟ୍ରର ପରମ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହରିୟାଣାର ଝାଜ୍ଜର କୋର୍ଟରେ ଥିବା ଏକ ମାମଲାକୁ ଦିଲ୍ଲୀ ଅଦାଲତକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ଜଷ୍ଟିସ କେ.ଏମ୍‌. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଯେକୌଣସି ବ୍ୟକ୍ତିଙ୍କ ହାତରେ ପ୍ରତ୍ୟେକ ଉଦ୍ୟମ ସଫଳ ହେଲେ ଫୌଜଦାରୀ ଆଇନର ପ୍ରଭାବ ଦୁର୍ବଳ ହୋଇଯିବ ବୋଲି ଖଣ୍ଡପୀଠ କହିଥିଲେ।

ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନରେ ସ୍ଥାନ ସଂରକ୍ଷଣ ଦାବି ନେଇ ଜାଟ୍‌ ସମ୍ପ୍ରଦାୟ ୨୦୧୬ରେ ହିଂସାତ୍ମକ ଆନ୍ଦୋଳନ ଚଳାଇଥିବାବେଳେ ଝାଜ୍ଜର ସମ୍ପ୍ରଦାୟର ବହୁ ଘରଦ୍ୱାର ଓ ସମ୍ପତ୍ତି ପୋଡ଼ିହୋଇ ନଷ୍ଟ ହୋଇଥିଲା। ଉକ୍ତ ମାମଲାକୁ ନୂଆଦିଲ୍ଲୀ ସ୍ଥାନାନ୍ତର ପାଇଁ ଝାଜ୍ଜର ସମ୍ପ୍ରଦାୟର ୩୮ ଜଣ ଆବେଦନ କରିଥିଲେ। ବାର୍‌ ଅଧ୍ୟକ୍ଷ ଥିବା ଜଣେ ପ୍ରଭାବଶାଳୀ ଆଇନଜୀବୀଙ୍କ ପାଇଁ ମାମଲା ପ୍ରଭାବିତ ହେଉଥିବା ଆବେଦନକାରୀ ଦର୍ଶାଇଥିଲେ। ତେବେ ୪୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାରୁ ମାମଲା ସ୍ଥାନାନ୍ତର କରିବାକୁ ଖଣ୍ଡପୀଠ ମନା କରିଦେଇଥିଲେ। ତେବେ ମାମଲା ଉପରେ କେତେକ ଟିପ୍ପଣୀ ଓ ନିର୍ଦ୍ଦେଶନାମାର ଆବଶ୍ୟକତା ରହିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri