ସଂସ୍କୃତିର ସୁରକ୍ଷା ଦାୟିତ୍ୱ ଆମର

ଡ. ମନୋରଞ୍ଜନ ବିଷୋୟୀ

 

ସଂସ୍କୃତି ହେଉଛି ଏକ ପ୍ରେରଣା-ବ୍ୟକ୍ତିଗତ ଓ ସାମୂହିକ ଆତ୍ମ ଆବିଷ୍କାରର ପ୍ରେରଣା। ସଂସ୍କୃତି ହେଉଛି ଏକ ଗୁଣାତ୍ମକ ଆସ୍ପୃହା। ପ୍ରକୃତପକ୍ଷେ କହିବାକୁ ଗଲେ ସଂସ୍କୃତି ଏକ ଅନ୍ବେଷଣ, ଏକ ସତତ ଉଦ୍ୟମ, ସତତ ଆହ୍ବାନଗୁଡ଼ିକୁ ଆବିଷ୍କାର କରି ସେଗୁଡ଼ିକର ସମ୍ମୁଖୀନ ହେବାର ଏକ ଉଦ୍ୟମ। ଜନ୍ମ ସହ ସାଂସ୍କୃତିକ ବିଚାର ବା ଅବବୋଧ ଯୋଡ଼ି ହୁଏନାହିଁ। ବ୍ୟକ୍ତିର ସାମର୍ଥ୍ୟ ଉପରେ ଏହା ନିର୍ଭରଶୀଳ। ପୁରୁଷାନୁକ୍ରମେ ଧାରାବାହିକ ଭାବରେ ମାନବ ଗୋଟିଏ ଗୋଷ୍ଠୀର ଅଂଶ ଭାବରେ ସାଉଁଟି ନେଇଥିବା ଅନୁଭୂତି ଓ ଅଭିଜ୍ଞତାର ପୁଞ୍ଜିକୁ ଆଧାର କରି ପରମ୍ପରା ‘ସଂସ୍କୃତି’ ଭାବରେ ପରିଚିତ ହୁଏ। ପ୍ରତ୍ୟେକ ମାନବ ଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଆଚରଣବିଧି ରହିଥାଏ। ଜନ୍ମ ପରବର୍ତ୍ତୀ ସମୟରେ ମାନବ ଏହାକୁ ଅନୁକରଣ କରିବା ନିମନ୍ତେ ବାଧ୍ୟ ହୁଏ। ଏହାର ପରିସର ମଧ୍ୟ ପରିବ୍ୟାପ୍ତ। ସଂକ୍ଷେପରେ କହିଲେ ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ସଂସ୍କୃତି କୁହାଯାଏ।
ମହାଭାରତୀୟ ସଂସ୍କୃତି ବିବିଧତା ମଧ୍ୟରେ ଏକତ୍ୱର ଦୃଷ୍ଟିଭଙ୍ଗୀକୁ ନେଇ ବିଶ୍ୱକୁ ଦେଇଛି ଅଭିନବ ପରିଚିତି। ବହୁ ଚିନ୍ତା, ବହୁ ବିଶ୍ୱାସ ଏବଂ ବହୁ ଆଚରଣର ସମନ୍ବୟ ଭିତରେ ଭାରତୀୟ ସଂସ୍କୃତିର ମହାନତାକୁ ଅନୁଭବ କରିହୁଏ। ନୈତିକ ସଂହତି ଓ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ ଭାରତୀୟ ବ୍ୟକ୍ତିମାନସରେ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆକାଂକ୍ଷା ଭିତରେ ସମନ୍ବୟ ରକ୍ଷା କରିଥାଏ। ଇତିହାସକୁ ଲକ୍ଷ୍ୟକଲେ ଦେଖାଯାଏ ଯେ, ଭାରତୀୟ ଜୀବନଧାରା ପ୍ରାଣସତ୍ତାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ମାନବକୁ ମାଧବରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନ୍ଧାରରୁ ଆଲୋକ ଦିଗକୁ ଯାତ୍ରା ଥାଏ ଜୀବନର ଲକ୍ଷ୍ୟ। ତେଣୁ ସଂଭ୍ରାନ୍ତ ବଣିକ କିମ୍ବା ପ୍ରତାପୀ ରାଜା ମହାରାଜା ଅପେକ୍ଷା ଏଇ ସଂସ୍କୃତିର ମୂଳ ଆଧାର ମୁନି ଋଷିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଲକ୍ଷ୍ୟ କରିହୁଏ।
ପ୍ରକୃତପକ୍ଷେ କହିବାକୁ ଗଲେ ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଲୋକର ସନ୍ଧାନ। ଏହା କୌଣସି ଧର୍ମର ପ୍ରଚାର କରେନାହିଁ। ଭାରତୀୟତା ହେଉଛି ଏହାର ମୂଳମନ୍ତ୍ର। ଜୀବନକୁ ଶୃଙ୍ଖଳିତ କରି ଏକ ମହତ୍ତର ପଥରେ ଅବସ୍ଥାପିତ କରିବା ଏଠାରେ ବେଶ୍‌ ଲକ୍ଷଣୀୟ। କାରଣ ବିଶ୍ୱକଲ୍ୟାଣ ହିଁ ହେଉଛି ଏହାର ମୂଳମନ୍ତ୍ର। ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ସତ୍ୟରେ ଏ ସଂସ୍କୃତି ବିଶ୍ୱାସ ରଖେ। ଆଜି କିନ୍ତୁ ସମୟର ବିକାଶ ଧାରାରେ ବଦଳିଯାଇଛି ଦୃଷ୍ଟିଭଙ୍ଗୀ। ଗତାନୁଗତିକ ଧାରାରୁ ନିଜକୁ ମୁକୁଳାଇ ଏକ ନୂଆଧାରାରେ ଆପଣାକୁ ପ୍ରକାଶ କରିବା ନିମନ୍ତେ ଚାଲିଛି ପ୍ରଚେଷ୍ଟା। ଅବଶ୍ୟ ଏହାରି ଅନ୍ତରାଳରେ ମାନବର ବୌଦ୍ଧିକ ସଫଳତାକୁ ସ୍ବୀକାର କରାଯାଇପାରେ। ଏପରିକି ପ୍ରବୃତ୍ତି ଦୃଷ୍ଟିରୁ ମଧ୍ୟ ରୂପାନ୍ତରଣ ପ୍ରକ୍ରିୟା ହେଉଛି ମାନବର ସହଜାତ। ତେଣୁ ମାନବ ସଦାସର୍ବଦା ରୂପାନ୍ତରିତ ହେବା ନିମନ୍ତେ ଉଦ୍ୟମ କରିଆସିଛି। କିନ୍ତୁ ଏ ରୂପାନ୍ତରଣ ସଂସ୍କୃତି ସହ ନିବିଡ଼ ସମ୍ପୃକ୍ତି ମଧ୍ୟଦେଇ ହେବା ଆବଶ୍ୟକ। କାରଣ ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ସଂସ୍କୃତି କୁହାଯାଏ। ତେଣୁ ସଂସ୍କୃତିର ପ୍ରତିକୂଳ ନୁହେଁ ବରଂ ସଂସ୍କୃତିର ସମ୍ମୋହନ ଆକର୍ଷଣ ପ୍ରଗତିର ପଥକୁ ପ୍ରସାରିତ କରିଥାଏ। କାରଣ ଆଜିର ମାନବ ହେଉଛି ଆତ୍ମ ସଚେତନ, ସମୟ ସଚେତନ ତଥା ଐତିହ୍ୟ ସଚେତନ। ତା’ପାଇଁ ପରମ୍ପରା ଓ ସଂସ୍କୃତି; ଅତୀତ ପ୍ରତି ଏକ ବିହ୍ବଳ ସମ୍ପୃକ୍ତି କେବଳ ନୁହେଁ। ଏହା ହେଉଛି ମାନବ ଜୀବନର ସାରତତ୍ତ୍ୱ। ତେଣୁ ସମସ୍ତ ପ୍ରକାର ପରିବର୍ତ୍ତନ ଓ ପ୍ରଗତି ସତ୍ତ୍ୱେ ପରମ୍ପରାର ଅନୁରଣନ ସମସ୍ତ ପ୍ରକାର ପ୍ରଗତି ଅନ୍ତରାଳରେ ସୁସ୍ପଷ୍ଟ।
ବାସ୍ତବିକ କହିବାକୁ ଗଲେ ସଂସ୍କୃତିରୂପକ ଏକ ସାମୂହିକ ଚେତନାକୁ ସ୍ବୀକାର କରି ଅନାୟାସରେ କାଳାତିପାତ କରୁଥିଲା ମାନବ। ଆଜି କିନ୍ତୁ ସମୟର ଧାରାରେ ମାନବ ଏପରି ଏକ ଉପତ୍ୟକାର ଅଧିବାସୀ ସାଜିଛି; ଯେଉଁଠାରେ ଆପଣାର ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେ ଦୁଃଖ ଓ ଦୁର୍ବିପାକର ଅଂଶୀଦାର ହେବା ପାଇଁ ବାଧ୍ୟ। ଆଜି କେଉଁଠାରେ ପରମାଣୁ ପରୀକ୍ଷଣ ଘଟିଲେ ବଦଳିଯାଏ ସମଗ୍ର ବିଶ୍ୱର ଜଳବାୟୁ। କେଉଁଠାରେ ଯୁଦ୍ଧର ଆୟୋଜନ ହେଲେ ଛାତିରେ ପଶେ ଛନକା। ଆଜି ସମଗ୍ର ବିଶ୍ୱ ଏପରି ଏକ ସୂତ୍ରରେ ବନ୍ଧା, ଯାହା କ୍ଷଣିକ ମଧ୍ୟରେ ସର୍ବତ୍ର ଆଣିପାରେ ପରିବର୍ତ୍ତନ। ବିଶ୍ୱକୁ ଧ୍ୱଂସ କରିବାର ସାମର୍ଥ୍ୟ ନେଇ ଆମେ ଭସ୍ମାସୁରରେ ରୂପାନ୍ତରିତ ହୋଇସାରିଲେଣି। ତେଣୁ ତ ଆମ ସ୍ବପ୍ନରେ- ସମ୍ଭାବନାରେ- ସାମର୍ଥ୍ୟରେ; ବିପର୍ଯ୍ୟୟ ଭଳି ଏକ ସତ୍ୟକୁ ଅଣଦେଖା କରିହେବ ନାହିଁ।
ସ୍ନାତକୋତ୍ତର ଓଡ଼ିଆ ବିଭାଗ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?