୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ପଛରେ ଇସଲାମିକ ମୌଳବାଦୀ ନା ବିଦେଶୀ ଶତ୍ରୁ? ମାମଲା ହେଉଛି ଜଟିଳ…

ତେହେରାନ,୬।୩ : ଇରାନରେ ୯୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାସ୍ତବରେ ଏହା ପୂର୍ବରୁ କୁହାଯାଇଥିଲା ଯେ ସ୍କୁଲ ଛାତ୍ରୀମାନଙ୍କ ଜହର ଦେବା ପଛରେ ଇସଲାମିକ ମୌଳବାଦୀମାନେ ଅଛନ୍ତି ଏବଂ ସେମାନେ ଚାହୁଁ ନାହାଁନ୍ତି ଯେ ଝିଅମାନେ ବିଦ୍ୟାଳୟକୁ ଯାଆନ୍ତୁ । ସେଥିପାଇଁ ସେମାନେ ସେମାନଙ୍କୁ ରୋକିବା ପାଇଁ ଜହର ଦେଇଥିଲେ।

ନଭେମ୍ବର ୩୦ ରେ ଇରାନର କୋମ ସହରରେ ସ୍କୁଲ ଛାତ୍ରୀଙ୍କୁ ଜହର ଦେବାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। ଯେଉଁଥିରେ ପ୍ରାୟ ୫୦ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ କିଛି ଦିନ ପରେ ଛାତ୍ରୀମାନଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଥିଲା। ତେବେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଥିଲା।

ଇରାନର ଗଣମାଧ୍ୟମ ଅନୁଯାୟୀ ଦେଶର ଆଠଟି ପ୍ରଦେଶର ୫୮ ଟି ବିଦ୍ୟାଳୟରେ ଛାତ୍ରୀଙ୍କ ଜହର ଦିଆଯାଇଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇରାନର ୧୦ ଟି ପ୍ରଦେଶର ୩୦ଟି ବିଦ୍ୟାଳୟରେ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଥିଲା। ଇରାନ ସରକାର ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ କିନ୍ତୁ ପରେ ସ୍ବୀକାର କରିଥିଲେ।

ନିକଟରେ ଜେନେଭାରେ ମିଳିତ ଜାତିସଂଘର ମାନବାଧିକାର ବୈଠକରେ ଇରାନର ଏହି ପ୍ରସଙ୍ଗ ଉଠାଯାଇଥିଲା। ଅନେକ ଦେଶ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଇରାନର ଉପ ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ ସ୍ବୀକାର କରଥିଲେ ଯେ ଝିଅମାନଙ୍କୁ ସ୍କୁଲ ଯିବାକୁ ରୋକିବା ପାଇଁ କିଛି ଲୋକ ଏପରି କରିଛନ୍ତି। ତେବେ ପରେ ସେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଦାବି କରିଛନ୍ତି ଯେ ଲୋକଙ୍କ ମଧ୍ୟରେ ଭୟ ଏବଂ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିବା ପାଇଁ ଏହା ଇରାନର ଶତ୍ରୁ ଦେଶମାନଙ୍କର କାମ। ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ଇରାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଇରାନର ଜଣେ ବରିଷ୍ଠ ଧର୍ମଗୁରୁ କହିଛନ୍ତି ଯେ ସରକାରଙ୍କ ବିବୃତ୍ତି ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ବିଶ୍ୱସନୀୟତାକୁ ନଷ୍ଟ କରୁଛି। ଏହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri