Posted inଜାତୀୟ

ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା କୋର୍ଟଙ୍କର କାମ ନୁହେଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୫ : ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା ଅବା ଏହାର ପ୍ରଚାର କରିବା କୋର୍ଟଙ୍କର କାମ ନୁହେଁ। ଏହା ସେପରି ଏକ ଅନୁଷ୍ଠାନ ନୁହେଁ। ନିଷ୍ପତ୍ତି ନେବାବେଳେ ଏହା ଆଇନର ନିୟମ ଦ୍ୱାରା ବନ୍ଧା। ଦୁଇ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳାଙ୍କୁ ସମୟ ପୂର୍ବରୁ ଖଳାସ କରିବାକୁ ନିର୍ଦ୍ଦେଶ ଦେଇ ଶନିବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି।

ମହିଳା ଜଣଙ୍କ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ ଯିଏ ତାଙ୍କୁ ବାରମ୍ବାର ଧମକ ଦେଉଥିଲେ। ତେଣୁ ସେ ନିଜ ପିଲାମାନଙ୍କ ସହିତ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କୀଟନାଶକ କିଣି ଉଭୟ ପିଲାଙ୍କୁ ଦେଇଥିଲେ। ଏହା ପରେ, ଯେତେବେଳେ ସେ ନିଜେ ଖାଇବା ପାଇଁ ଏକ ଗ୍ଲାସରେ କୀଟନାଶକ ଢାଳିଲେ, ତାଙ୍କ ଝିଆରି ତାଙ୍କୁ ତଳେ ପକାଇ ଦେଇଥିଲେ। ଏହା ପରେ ଡାକ୍ତରଖାନାରେ ପହଞ୍ଚିବା ପରେ ଉଭୟ ଶିଶୁଙ୍କୁ ମୃତ ଘୋଷଣା କରାଯାଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨ ଅନୁଯାୟୀ ଏହି ମାମଲାରେ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା।

ଟ୍ରାଏଲ କୋର୍ଟ ଏହି ମହିଳାଙ୍କୁ ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୩୦୯ (ଆତ୍ମହତ୍ୟା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଜରିମାନା ସହିତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଆଇପିସିର ଧାରା ୩୦୯ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ହାଇକୋର୍ଟ ତାଙ୍କୁ ଧାରା ୩୦୨ ଅନୁଯାୟୀ ଦୋଷମୁକ୍ତ କରିଥିଲେ।

ମହିଳା ଜଣକ ସମୟ ପୂର୍ବରୁ ମୁକ୍ତି ପାଇଁ ନିବେଦନ କରି କହିଥିଲେ ସେ ପ୍ରାୟ ୨୦ ବର୍ଷ ଜେଲରେ ଅଛନ୍ତି। ତେବେ ତାମିଲନାଡୁ ସରକାର ତାଙ୍କ ଦ୍ୱାରା କରାଯାଇଥିବା ଅପରାଧର ନିଷ୍ଠୁରତାକୁ ବିଚାର କରି ରାଜ୍ୟ ସ୍ତରୀୟ କମିଟିର ସୁପାରିଶକୁ ଖାରଜ କରିଛନ୍ତି।

ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା କହିଛନ୍ତି ମହିଳା ଜଣକ ତାଙ୍କ ଅନୈତିକ ସମ୍ପର୍କ ଜାରି ରଖିବା ପାଇଁଶିଶୁମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିନାହାଁନ୍ତି। ବରଂ ନିଜ ପ୍ରେମିକ ସହିତ ଝଗଡା ଯୋଗୁ  ସେ ନିରାଶ ହୋଇ ଏଭଳି କରିଛନ୍ତି। ବେଞ୍ଚ କହିଛନ୍ତି ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା ଅବା ଏହାର ପ୍ରଚାର କରିବା କୋର୍ଟଙ୍କର କାମ  ନୁହେଁ। ଆମେ ଏହି ପ୍ରସଙ୍ଗରେ ଆଉ କିଛି କହିବୁ ନାହିଁ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଏହି ମାମଲା ଏକ ନିର୍ଦ୍ଦୟ ଅପରାଧ ଭାବରେ ବର୍ଗୀକୃତ ହୋଇପାରିବ ନାହିଁ କାରଣ ମହିଳା ଜଣକ ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଠିକ ସମୟରେ ତାଙ୍କ ଝିଆରି ତାଙ୍କୁ ଅଟକାଇ ଥିଲେ। ଶୀର୍ଷ ଅଦାଲତ କହିଛନ୍ତି ମହିଳାଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ରାଜ୍ୟ ସ୍ତରୀୟ କମିଟି ପାଖରେ ସୁପାରିଶକୁ ଗ୍ରହଣ ନ କରିବା ପାଇଁ କୌଣସି ବୈଧ କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?