ଆମ୍ବେଡକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଜରୁରୀ

ଥୁଆମୂଳ ରାମପୁର,୧୫।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ ଡଃ ବାବା ସାହେବ ଭୀମ ରାଓ ଆମ୍ବେଡକରଙ୍କ ୧୩୪ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଥୁଆମୂଳ ରାମପୁର ସଦମହକୁମା ସମେତ ବଡ଼ଛତ୍ରଙ୍ଗ, ବିରିକୋଟ, ବଳଙ୍ଗି, ଡାକକୋଟା, ପୋଖର, କାଠକୁରା, ପୋଇଗୁଡ଼ା, ଦେରଗୁଡ଼ା, ଟିକ୍ରାଗୁଡ଼ା ଏବଂ କୋଷାବରା ଗ୍ରାମର ଅନେକ ସହ ସହ ବାବା ଭୀମ ରାଓ ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ରହି ଆୟୋଜିତ ସମାରୋହରେ ଯୋଗଦେଇ ଦେଶ ପାଇଁ ଆମ୍ବେଡକରଙ୍କ ଅତୁଳନୀୟ ଅବଦାନକୁ ମନେପକାଇ ଆମ୍ବେଡକରଙ୍କ ଭୂମିକା ସଂପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବୀତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଲୋଚନା କରିଥିଲେ l

ପ୍ରାରମ୍ଭରେ ବାବା ଖଣ୍ଡୁ ଆଳ ଖେଳ ପଡିଆ ଠାରୁ ଏକ ବିଶାଳ ବାଇକ ରାଲି ବାହାରି ଥୁଆମୂଳ ରାମପୁର ସ୍ଥିତ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ଆମ୍ବେଡକରଙ୍କ ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସମତେ କେଣ୍ଡେଲ ଜାଳି ବାବାସାହେବ ଙ୍କୁ ସ୍ମରଣ କରିଥିଲେ। ପରେ ବ୍ଲକର ବିଭିନ୍ନ ଅଞ୍ଚଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଭ୍ରମଣ କରି ସେଶରେ ଏକ ସାଧାରଣ ବୈଠକ ରେ ସମସ୍ତେ ଯୋଗଦେଇ ଆଗାମୀ ଦିନରେ କେମିତି ବାବା ଭୀମ ରାଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପ୍ରଚାର ପ୍ରସାର କରି କେମିତି ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ସେନେଇ ସମସ୍ତେ ଆଲୋଚନା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

ଗାଁକୁ ନିଶାମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ପ୍ରତିଶ୍ରୁତି ଦେଇ ଥାନାଧିକାରିଣୀ କହିଲେ…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଦେଉଳପଡ଼ା ପଞ୍ଚାୟତ ବାଙ୍କୀଛନ୍ଦା ଗ୍ରାମରେ ଦୀର୍ଘବର୍ଷ ଧରି ବେଆଇନ ମଦ ବ୍ୟବସାୟୀମାନେ ଦେଶୀ ବିଦେଶୀ…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri